ETV Bharat / bharat

ଜେଲରେ କେଜ୍ରିୱାଲ, ଆଜି ଅନଶନ କରିବେ ଆପ ନେତା ଓ କର୍ମୀ - AAP Mass Fast Campaign

author img

By ETV Bharat Odisha Team

Published : Apr 7, 2024, 9:28 AM IST

Updated : Apr 7, 2024, 9:35 AM IST

AAP Mass Fast Campaign: କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ସାମୁହିକ ଉପବାସ ରଖି ଧାରଣା ଦେବେ ଆପ କର୍ମୀ । ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିବେ କର୍ମୀ । ଅଧିକ ପଢନ୍ତୁ

AAP Mass Fast Campaign
AAP Mass Fast Campaign

ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ସାମୁହିକ ଉପବାସ ରଖିବେ ଆମ ଆଦମୀ ପାର୍ଟିର କର୍ମୀ । ଦିଲ୍ଲୀର ଜନ୍ତରମନ୍ତର ଏବଂ ପଞ୍ଜାବର ଖଟକର କାଲାନରେ ସମର୍ଥକଙ୍କ ଏକ ସଭା ଅନୁଷ୍ଠିତ ହେବ । ଯେଉଁ ଠାରେ AAP ନେତା ତଥା ଦଳର କର୍ମକର୍ତ୍ତାମାନେ ଉପବାସ ପାଳନ କରିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆପ ନେତା ଗୋପାଳ ରାୟ । ଆଜି ଦିନ 11ଟା ସମୟରେ ଦଳର ସମସ୍ତ ବିଧାୟକ ଓ କର୍ମୀ ଜନ୍ତର ମନ୍ତରରେ ଏକାଠି ହେବେ । ଆପ ଦଳର ସାମୁହିକ ଉପବାସକୁ ଦୃଷ୍ଟିରେ ରଖି ବିରୋଧ ସ୍ଥଳକୁ ଯାଉଥିବା ରାସ୍ତାରେ ସୁରକ୍ଷାକୁ କଡାକଡି କରାଯାଇଛି । ଭାରି ବ୍ୟାରିକେଡ୍ ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀର କିଛି ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ-କେଜ୍ରିଓ୍ବାଲଙ୍କ ଆବେଦନରେ କୋର୍ଟରେ EDର ସତ୍ୟପାଠ:‘ 9ଟି ସମନକୁ ଉଦ୍ଦେଶ୍ୟମୂଳକ ଭାବେ ଏଡାଇଥିଲେ କେଜ୍ରିଓ୍ବାଲ’ - ED files reply in Delhi HC

ଗୋପାଳ ରାୟ କହିଛନ୍ତି ଯେ, ଦେଶର 25ଟି ରାଜ୍ୟ ସହିତ ନ୍ୟୁୟର୍କ, ବୋଷ୍ଟନ୍, ଟୋରୋଣ୍ଟୋ, ୱାଶିଂଟନ୍ ଡିସି, ମେଲବର୍ଣ୍ଣ ଏବଂ ଲଣ୍ଡନ ସମେତ ପ୍ରମୁଖ ଅନ୍ତର୍ଜାତୀୟ ସ୍ଥରରେ ଥିବା AAP ସମର୍ଥକମାନେ ଉପବାସ ମାଧ୍ୟମରେ କେଜ୍ରିୱାଲଙ୍କୁ ସମର୍ଥନ କରିବେ । କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଥିବା ତଥା “ଦେଶର ଗଣତନ୍ତ୍ରକୁ ଯେଉଁ ମାନେ ବଞ୍ଚାଇବାକୁ ଚାହୁଁଛନ୍ତି” ସେମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସାମୂହିକ ଉପବାସରେ ଭାଗ ନେବାକୁ ଅନୁରୋଧ । ଘର, ଗ୍ରାମ, ପଡ଼ୋଶୀ, ବ୍ଲକ ମୁଖ୍ୟାଳୟ, ତହସିଲ, ଜିଲ୍ଲା ଏବଂ ରାଜ୍ୟ ରାଜଧାନୀରେ ସାମୁହିକ ଉପବାସ କରିପାରିବେ । ଏହି ସମୟରେ ସମସ୍ତେ ଭକ୍ତି ଗୀତ “ରଘୁପତି ରାଘବ ରାଜା ରାମ”କୁ ଏକତ୍ରିତ ହୋଇ ପ୍ରାର୍ଥନା କରିବା ସହ ଶୁଣିବାକୁ ସମସ୍ତଙ୍କୁ ଅନୁରୋଧ । ଆସନ୍ତୁ ସାମୂହିକ ଭାବରେ ଗାନ କରିବା ଏବଂ ଆମେ ସମସ୍ତେ ପ୍ରାର୍ଥନା କରିବା, ଯାହା ଦ୍ବାରା କେଜ୍ରିଓ୍ବାଲଙ୍କ ଶକ୍ତି ବଢିବ ଓ ସେ ଜେଲରେ ଥାଇ ମଧ୍ୟ ଅତ୍ୟାଚାର ବିରୁଦ୍ଧରେ ଲଢି ପାରିବେ । ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଆମେ ଲଢେଇ କରିବା । କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଅନଶନ କରୁଥିବା ଲୋକେ kejriwalkoaashirvaad.comରେ ଫଟୋ ପଠାଇବାକୁ ଦଳ ପକ୍ଷରୁ କୁହାଯାଇଛି ।

ଗତ ମାର୍ଚ୍ଚ 21 ତାରିଖରେ ଅବକାରୀ ଘୋଟାଲା ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦୁଇଟି ପର୍ଯ୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇ ଜେରା କରିବା ପରେ ତିହାର ଜେଲକୁ ତାଙ୍କୁ ପଠାଇ ଦିଆଯାଇଛି । ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ 15 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ ।

Last Updated : Apr 7, 2024, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.