ETV Bharat / opinion

ଇସ୍ରାଏଲ ଉପରେ ଇରାନର ଆକ୍ରମଣ, ଆଗରୁ ବାର୍ତ୍ତା ପାଇଥିଲା କି ତେଲ ଅଭିଭ ? - Iran Israel Conflict

author img

By ETV Bharat Odisha Team

Published : Apr 16, 2024, 2:16 PM IST

IRAN ISRAEL WAR
IRAN ISRAEL WAR

IRAN-ISRAEL WAR: ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ଏବଂ ସଂଘର୍ଷ ଆକ୍ରମଣରେ ପରିଣତ ହୋଇଛି । ଇସ୍ରାଇଲ ଉପରେ ପ୍ରତିଶୋଧ ନେଇଛି ଇରାନ । କ'ଣ ପାଇଁ ଏହି ଆକ୍ରମଣ ହେଲା ଏବଂ କିଏ ଆଗରୁ ସୂଚନା ପାଇଥିଲା । ପଢନ୍ତୁ ହର୍ଷ କକ୍କରଙ୍କ ଆଲେଖ୍ୟ

ହର୍ଷ କକ୍କର

ମେଜର ଜେନେରାଲ(ଅବସରପ୍ରାପ୍ତ)

ହାଇଦ୍ରାବାଦ: ଚଳିତ ମାସ ପହିଲାରେ ସିରିୟା ରାଜଧାନୀ ଡୋମାସକ୍ସରେ ଥିବା ଇରାନ ଦୂତାବାସ ଉପରେ ଇସ୍ରାଏଲ ଫୋର୍ସ ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ 12ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଇରାନ ସେନା (ରିଭୋଲୁସନାରୀ ଗାର୍ଡର) କିଛି ଯବାନ ଓ ଅନ୍ୟ ଇରାନୀୟ କୂଟନୈତିକ ଅଧିକାରୀ ପ୍ରାଣ ହରାଇଥିଲେ । ଏହାକୁ ଇରାନ ଗମ୍ଭୀରତାର ସହ ନେଇ ଇସ୍ରାଏଲକୁ ଦଣ୍ଡ ମିଳିବ ବୋଲି କହିଥିଲା । ପ୍ରାୟ ଦୁଇ ସପ୍ତାହ ପରେ ତେହେରାନ ଏହାର ପ୍ରତିଶୋଧ ନେଇଥିଲା । ସେମାନେ ନିଜ ପ୍ରତିନିଧି ସୈନ୍ୟ ଶକ୍ତିର ଫାଇଦା ଉଠାଇବା ପରିବର୍ତ୍ତେ ଇସ୍ରାଇଲ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ ।

ଏନେଇ ଇରାନର ମୁଖପାତ୍ର କହିଥିଲେ, "ଆମେ ଇସ୍ରାଇଲକୁ ଜବାବ ଦେବା ପାଇଁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଏକ ଅପରେସନ ଆରମ୍ଭ କରିଛୁ । ଅଧିକୃତ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବା ପାଇଁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଏହି ଅପରେସନ୍ କରାଯାଇଥିଲା ।"

ଇରାନ ଦ୍ବାରା ଲଞ୍ଚ କରାଯାଇଥିବା ସମସ୍ତ 185 ଡ୍ରୋନ ଏବଂ 35 କ୍ରୁଜ ମିଶାଇଲ ଉଡାଣରେ ନଷ୍ଟ ହୋଇଥିବା ବେଳେ 110ଟି କ୍ଷେପଣାସ୍ତ୍ର ମଧ୍ୟରୁ 103ଟି ଗୁଳି ଚଳାଯାଇଥିଲା । ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜୋର୍ଡାନ ଏବଂ ଇସ୍ରାଏଲର ସମନ୍ୱିତ କାର୍ଯ୍ୟ ଯୋଗୁଁ ଏହା ଘଟିଥିଲା । ତେବେ ଏନେଇ ଇସ୍ରାଏଲର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, କେତେକ ମିଶାଇଲକୁ ଡୋମାସକ୍ସରେ ଥିବା ଇରାନୀୟ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା । କିନ୍ତୁ କୌଣସି କ୍ଷୟକ୍ଷତି ହୋଇନଥିଲା । କ୍ଷେପଣାସ୍ତ୍ର ମାଡ ପରେ ଏୟାରବେସରୁ ବିମାନ କାର୍ଯ୍ୟର ଭିଜୁଆଲ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ - IRAN ATTACKED ISRAEL

ଏହାର ଜବାବ ଦେବା ପାଇଁ ତେହେରାନ ଶାସନ ଉପରେ ଚାପ ରହିଥିଲା । ଆମେରିକା ଏବଂ ଇସ୍ରାଏଲ ଜାଣିଥିଲେ ଯେ, ଏହି ଆକ୍ରମଣ ଇରାନ କରିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣ ସମ୍ପର୍କରେ ମନ୍ତବ୍ୟ ଦେଇ କହିଥିଲେ, ମୁଁ କୌଣସି ତଥ୍ୟ ଭିତରକୁ ଯିବାକୁ ଚାହେଁ ନାହିଁ, କିନ୍ତୁ ମୋର ଆଶା ଯେ ଏହା ଶୀଘ୍ର ଘଟିବ । " ଇସ୍ରାଇଲ କହିଛି ଯେ, ଆକ୍ରମଣରେ ଗୋଟିଏ ଦିନ ବିଳମ୍ବ ହୋଇଥିଲା । ଏପର୍ଯ୍ୟନ୍ତ ଇରାନର ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଅନୁମୋଦନ ହୋଇନାହିଁ । କିନ୍ତୁ ଏୟାର ଷ୍ଟ୍ରାଇକ କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ । ତେବେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟ୍ବିଟ କରି କହିଛନ୍ତି, ଆମେ ଅଟକିଗଲୁ, ପ୍ରତ୍ୟାବର୍ତ୍ତନ କଲୁ, ଏକାଠି ଆମେ ଜିତିବୁ ।

ତେବେ ଏହି ଆକ୍ରମଣକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କ'ଣ ଓ୍ବାଶିଂଟନ ଏହଂ ତେଲ ଅଭିଭ ଗୁଇନ୍ଦା ବିଭାଗ ଦ୍ବାରା ଆକ୍ରମଣର ସୂଚନା ପାଇଥିଲେ ନା ଇରାନ ଜାଣିଶୁଣି ମୁହଁ ବଞ୍ଚାଇବା ଏବଂ ଉତ୍ତେଜନାକୁ ଏଡାଇବା ପାଇଁ କୌଣସି ସୂଚନା ଦେଇଛି କି ? ଚଳିତ ବର୍ଷ ଜାନୁଆରୀ ମାସରେ ଇରାନ-ପାକିସ୍ଥାନ ସୀମା ପାର ଆକ୍ରମଣ ମଧ୍ୟ ସମାନ ଧାରାରେ ହୋଇଥିଲା । ପାକିସ୍ତାନରେ ପଶି ମିଶାଇଲ ମାଡ଼ କରିଥିଲା ଇରାନ । ପାକିସ୍ତାନ-ଇରାନ ସୀମାରେ ଥିବା ବାଲୁଚିସ୍ତାନରେ ସୁନ୍ନି ଆତଙ୍କୀ ଗୋଷ୍ଠୀକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲା । ଇରାନରେ ଥିବା ଆତଙ୍କବାଦୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।

ତେବେ ଏହି ତିକ୍ତତାକୁ ରୋକିବା ପାଇଁ ଇସ୍ରାଏଲର ପଡୋଶୀ ଦେଶମାନେ ମିଳିତ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଥମେ ଆମେରିକା ଇସ୍ରାଏଲର ସପକ୍ଷରେ ରହିଥିଲେ ହେଁ ପରବର୍ତ୍ତୀ ସମୟରେ ସ୍ବର ପରିବର୍ତ୍ତନ କରିଥିଲା । ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଓମାନ ଏବଂ କୁଏତ ଏବଂ କାତାର ଇରାନ ଉପରେ ଆକ୍ରମଣ କରିବା ପାଇଁ ୱାଶିଂଟନକୁ ନିଜ ଦେଶରେ ବେସ ଏବଂ ଏୟାର ସ୍ପେସ ବ୍ୟବହାର କରିବାକୁ ବାରଣ କରିଛନ୍ତି । ଆକ୍ରମଣ କରିବାର କିଛି ସମୟ ପରେ ଇରାନ ଘୋଷଣା କରିଛି ଯେ, ଏହି ମାମଲା ସମାପ୍ତ ହୋଇଯାଇଛି ବୋଲି ଆମେ ଭାବୁଛୁ । ଯଦି ଇସ୍ରାଇଲ ଆଉ ଏକ ଭୁଲ କରେ ତାହାଲେ ଇରାନର ପ୍ରତିକ୍ରିୟା ଅଧିକ ଗମ୍ଭୀର ହେବ । ଏହି ବିବାଦ ଇସ୍ରାଇଲ ଏବଂ ଇରାନ ମଧ୍ୟରେ ଅଟେ, ତେଣୁ ଆମେରିକା ଦୂରରେ ରହିବା ଉଚିତ ।

ତେବେ ଇସ୍ରାଇଲର ଏହି ମିଶାଇଲ ମାଡ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କାକୁ ବୃଦ୍ଧି କରିଛି । ଆରବ ଦେଶଗୁଡିକ ଇରାନ ସହ ସମ୍ପର୍କ ବନ୍ଦ କରିବାକୁ ବାଧ୍ୟ ହେବେ । ବାଲକୋଟ ଆକ୍ରମଣ ସହିତ ଇରାନର ପ୍ରତିକ୍ରିୟାକୁ ମଧ୍ୟ ତୁଳନା କରାଯାଇପାରେ । ଭାରତ ବାଲାକୋଟ ଉପରେ ଆକ୍ରମଣ କରି ପାକିସ୍ତାନକୁ ମୁହଁ ବଞ୍ଚାଇବା ପାଇଁ ପ୍ରତିକ୍ରିୟା ଦେବାକୁ ବାଧ୍ୟ କରିଥିଲା । ତେବେ ଏହାପରେ ଭାରତର ନୀରବତାକୁ ପାକିସ୍ତାନ ବିଜୟ ଦାବି କରିଥିଲା । ଏହାର ଏକ ପ୍ରମୁଖ ପରିଣାମ ହେଉଛି ଯେ ଆମେରିକା କଂଗ୍ରେସ ଆଉ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର ଉପରେ ରୋକିପାରିବ ନାହିଁ । ଯାହାକି ନେତାନ୍ୟାହୁଙ୍କ ପାଇଁ ଏକ ବଡ଼ ଲାଭ ହେବ । ୟୁରୋପର ସମର୍ଥନ ସୂଚାଉଛି ଯେ ଇରାନ ଅତିରିକ୍ତ ପ୍ରତିବନ୍ଧକ ସାମ୍ନା କରିବ ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକରେ 9 ମୃତ

ଇସ୍ରାଏଲର ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ପ୍ରକାର ଆକ୍ରମଣ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଉଚିତ । ଆଜି ମୁଁ ମୋର ସାଥୀ G7 ନେତାମାନଙ୍କୁ ଡାକି ଇସ୍ରାଏଲ ବିରୁଦ୍ଧରେ ଇରାନର ଅପ୍ରତ୍ୟାଶିତ ଆକ୍ରମଣ ବିଷୟରେ ଆଲୋଚନା କରିଛି । ଏହାକୁ ରୋକିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ । ଯଦି ଆଉ ଗୋଟିଏ ଭୁଲ କରେ ତାହାଲେ ଇସ୍ରାଏଲର ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି ।

ତେବେ ନେତାନ୍ୟାହୁ ଜାଣନ୍ତି ଯେ, ଯେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ସେ ପର୍ଯ୍ୟନ୍ତ ତାଙ୍କ ସରକାର ବଞ୍ଚିପାରିବେ । କିନ୍ତୁ ତାଙ୍କ ଇସ୍ତଫା ଦାବି ବଢିବାରେ ଲାଗିଛି । ତେବେ ତେହେରାନ ଉତ୍ତେଜନାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛି । ଯଦି ତେଲ ଅଭିଭ ଏହାର ପ୍ରତିଶୋଧ ନ ନିଏ, ତେବେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ଏକମାତ୍ର ଆରବ ରାଷ୍ଟ୍ର ବୋଲି ଦାବି କରିବ । ଯଦି ଦେଖିବା ପ୍ରତିଷୋଧ ପରାୟଣ କାର୍ଯ୍ୟକୁ ଇସ୍ରାଇଲ ଏଡାଇ ନାହିଁ, ସମୟ ଠିକ୍ ଆସିଲେ ଏହାର ପ୍ରତିଶୋଧ ନେବ ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଇସ୍ରାଏଲ ଆମେରିକାକୁ ଆଶ୍ବାସନା ଦେଇଛି । ଭାରତ ମଧ୍ୟ ସଂଯମତା ରଖିବା ପାଇଁ କହିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଆମେ ହିଂସା ଠାରୁ ଦୂରେଇ ରହିବା ଏବଂ କୂଟନୈତିକ ପଥକୁ ଫେରିବା ପାଇଁ ଆହ୍ବାନ କରୁଛୁ । ଜୟଶଙ୍କର ଇସ୍ରାଏଲ ଏବଂ ଇରାନ ପ୍ରତିପକ୍ଷଙ୍କ ସହ କଥା ହୋଇ ସଂଯମତା ଦାବି କରିଛନ୍ତି ।

ଏହି ଆକ୍ରମଣ ପାଇଁ ଇରାନକୁ ସମାଲୋଚନା କରିବାକୁ ମନା କରିଦେଇଥିବା ବେଳେ କତାର, ପାକିସ୍ତାନ, ଭେନେଜୁଏଲା ଏବଂ ଚୀନ୍ ମଧ୍ୟ ଶାନ୍ତି ପାଇଁ ଆହ୍ବାନ କରିଛନ୍ତି । ଇରାନ ଆକ୍ରମଣକୁ ୟୁରୋପୀୟ ୟୁନିଅନ୍, ବ୍ରିଟେନ, ଫ୍ରାନ୍ସ, ମେକ୍ସିକୋ, ଚେକ୍ ରିପବ୍ଲିକ୍, ଡେନମାର୍କ, ନରୱେ ଏବଂ ନେଦରଲ୍ୟାଣ୍ଡ ନିନ୍ଦା କରିଛନ୍ତି । G7 ମିଳିତ ବିବୃତ୍ତିରେ କହିଛି ଯେ ଆମେ ଦାବି କରୁଛୁ ଯେ ଇରାନ ଏହି ଆକ୍ରମଣ ବନ୍ଦ କରୁ । ମିଳିତ ଜାତିସଂଘର ମହାସଚିବ ଉଲ୍ଲେଖ କରିଛନ୍ତି, ବିଶ୍ବରେ ଆଉ ଏକ ଯୁଦ୍ଧ ଗ୍ରହଣୀୟ ନୁହେଁ । ଇରାନ-ପାକିସ୍ତାନ ପାଇପଲାଇନ ପାଇଁ ଆମେରିକାରୁ ରିହାତି ମାଗିଥିବା ପାକିସ୍ତାନ ଆଉ ଏହି ଛାଡ ପାଇବ ନାହିଁ । ଏହା ଦ୍ବାରା ଆର୍ଥିକ ଅସୁବିଧା ଦ୍ବିଗୁଣିତ ହେବ । ଯଦି ସେପ୍ଟେମ୍ବର 2024 ସୁଦ୍ଧା ପାଇପଲାଇନ ସମ୍ପୂର୍ଣ୍ଣ ନହୁଏ ତେବେ 18 ବିଲିୟନ ଡଲାର ଜରିମାନା ଭୋଗିବାକୁ ପଡିବ । ଏହି ବିଳମ୍ବ ଘଟିଛି କାରଣ ଆମେରିକା ଇରାନ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ମଧ୍ୟରେ ଫସିଯିବାକୁ ଭୟ କରୁଛି । ଏହି ସମୟରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଲୋଚନା ପୁଣି ବନ୍ଦ ହୋଇଯାଇଛି । ତେହେରାନ ନିକଟରେ 17ଜଣ ଭାରତୀୟ ସହିତ ଭାରତ ଆଡକୁ ଯାଉଥିବା ଏକ ଇସ୍ରାଏଲ୍ ମାଲିକାନା ଜାହାଜକୁ କାବୁ କରିଥିଲା । ଏଥିରୁ ଡକାୟତି ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.