ETV Bharat / international

ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା, ତୋଷଖାନା ମାମଲାରେ 14 ବର୍ଷ ଜେଲ୍

author img

By ETV Bharat Odisha Team

Published : Jan 31, 2024, 11:48 AM IST

Toshakhana case
ଇମ୍ରାନ ଖାନ ଓ ପତ୍ନୀ ବୁଶ୍ରା ବିବିଙ୍କୁ 14 ବର୍ଷ ଜେଲ ଦଣ୍ଡାଦେଶ

Toshakhana case: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ 14 ବର୍ଷ ଜେଲ ଦଣ୍ଡାଦେଶ । ତୋଷଖାନା ମାମଲାରେ ଏହି ରାୟ ଦେଇଛନ୍ତି ପାକିସ୍ତାନ କୋର୍ଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପାକିସ୍ତାନର ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଦଣ୍ଡ ବିଧାନ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ-ଇ- ଇନସାଫ୍ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ 14 ବର୍ଷ ଜେଲ ଦଣ୍ଡାଦେଶ । ଆଜି (ବୁଧବାର) ତୋଷଖାନା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି 14 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା ବାବଦରେ 787 ମିଲିୟନ ପାକିସ୍ତାନୀ ରୁପି ଭରିବାକୁ ରାୟ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ଏଥିସହ 10 ବର୍ଷ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଉଭୟ ସାମିଲ ହୋଇପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । ଏନେଇ ପାକିସ୍ତାନର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ.. ଇମ୍ରାନ ଖାନ ଓ ସହଯୋଗୀ କ୍ୟୁରେସୀଙ୍କୁ 10 ବର୍ଷ ଜେଲଦଣ୍ଡ

ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ସରକାରୀ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ଇମ୍ରାନ ଖାନ ଓ ତାଙ୍କ ରାଜନୈତିକ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀଙ୍କୁ 10ବର୍ଷ ଜେଲ ଦଣ୍ଡରେ ଦଣ୍ତିତ କରିଥିଲେ କୋର୍ଟ । ପାକିସ୍ତାନ ସାଧାରଣ ନିର୍ବାଚନର ମାତ୍ର କେହି ସପ୍ତାହ ପୂର୍ବରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଜେଲ ଦଣ୍ଡାଦେଶ ଦିଆଯାଇଛି ।

ଇମ୍ରାନ ଖାନ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ମିଳିଥିବା ସରକାରୀ ଉପହାରକୁ ବିକ୍ରୟ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିବା ବେଳେ ଆଜି(ମଙ୍ଗଳବାର) ଏନେଇ ରାୟ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ଏହି ମାମଲାରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରି 14 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା ବାବଦରେ 787 ମିଲିୟନ ପାକିସ୍ତାନୀ ଟଙ୍କା ଭରିବାକୁ ରାୟ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ ।

କ୍ଷମତାରୁ ପଦଚ୍ୟୁତ ହେବା ପରେ ଇମ୍ରାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି । ତାଙ୍କୁ ନାଟକୀୟ ଭାବେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ‘ପାକିସ୍ତାନ ରେଞ୍ଜର୍ସ’ ଲଗାଇ କୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ସମୟରେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଓ ହିଂସା ସୃଷ୍ଟି ହୋଇଥିଲା । ଇମ୍ରାନଙ୍କ ଦଳ ‘ପିଟିଆଇ’ କାର୍ଯ୍ୟକର୍ତ୍ତା ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ । ରାଓ୍ବଲପିଣ୍ଡିରେ ସେନା ମୁଖ୍ଯାଳୟରେ ମଧ୍ୟ ଆକ୍ରମଣ ଓ ଜଳାପୋଡା ହୋଇଥିଲା । ପାକିସ୍ତାନ ପାର୍ଲାମେଣ୍ଟ ପାଇଁ ଫେବୃଆରୀ 8ରେ ନିର୍ବାଚନ ହେବାକୁ ଥିବା ବେଳେ, ଇମ୍ରାନ ଖାନଙ୍କୁ ଜେଲ ଦଣ୍ଡାଦେଶ ତାଙ୍କ ପାଇଁ ଏବଂ ତାଙ୍କ ଦଳ ପାଇଁ ଅଡୁଆ ସାଜିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.