ETV Bharat / international

ନ୍ୟୁୟର୍କରେ ଅଗ୍ନିକାଣ୍ଡରେ ଆଖି ବୁଜିଲେ ଭାରତୀୟ ଯୁବକ

author img

By ETV Bharat Odisha Team

Published : Feb 25, 2024, 11:21 AM IST

India Died In New York
India Died In New York

India Died In New York: ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡରେ ଭାରତୀୟ ନାଗରିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସାମ୍ବାଦିକ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ୱାଶିଂଟନ: ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ହାର୍ଲେନ ସହର ସ୍ଥିତ ଏକ ଆପାର୍ଟମେଣ୍ଟରେ ଗତ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ଲିଥିୟମ-ଆୟନ ବ୍ୟାଟେରୀ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ 17ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଖବର ମଧ୍ୟ ଆସିଛି । ମୃତକ ଜଣଙ୍କ ସେଠାରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ ବୋଲି କୁହାଯାଉଛି ।

ଭାରତୀୟ ଦୂତାବାସ ପକ୍ଷରୁ ମୃତ ଭାରତୀୟ ନାଗରିକଙ୍କ ପରିଚୟ ପ୍ରଦାନ କରାଯାଇଛି । ତାଙ୍କ ନାଁ ଫାଜିଲ ଖାନ ବୋଲି ଜଣାପଡିଥିବାବେଳେ ବୟସ 27 ବର୍ଷ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଫାଜିଲଙ୍କ ସାଙ୍ଗ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିଥିବା ନେଇ ଦୂତାବାସ ପକ୍ଷରୁ କୁହାଯାଇଛି । ଏହାସହ ବର୍ତ୍ତମାନ ସ୍ଥିତିରେ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରୟାସ କରାଯାଉଥିବା ନେଇ 'ଏକ୍ସ'ରେ ଉଲ୍ଲେଖ କରିବା ସହ ଶୋକ ପ୍ରକାଶ କରିଛି ଭାରତୀୟ ଦୂତାବାସ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ଶୁକ୍ରବାର ଆପାର୍ଟମେଣ୍ଟରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଭୟାବହ ସ୍ଥିତି ଉପୁଜିଥିଲା । ନିଆଁ ଏତେ ପ୍ରଖର ଥିଲା ଯେ, ଲୋକେ ବାହାରକୁ ଧାଇଁବାକୁ ଲାଗିଲେ । ଆଉ କେହି କେହି ଜୀବନ ବଞ୍ଚାଇବାକୁ ବାଲକୋନି ଏବଂ ଝରକା ପଟୁ ତଳକୁ ଡେଇଁ ପଡ଼ିଥିଲେ । ବାହାରକୁ ଆସିବା ପରେ ଘରେ ଫସି ରହିଥିବା ପରିବାର ସଦସ୍ୟଙ୍କ ବିଷୟ ପରେ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ ଲୋକେ ।

ଏହା ମଧ୍ୟ ପଢନ୍ତୁ...ନ୍ୟୁଜିଲାଣ୍ଡରେ ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ

ଏହା ମଧ୍ୟ ପଢନ୍ତୁ...ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଫ୍ୟାକ୍ଟ୍ରିରେ ନିଆଁ ଲାଗି 11 ଜୀବନ୍ତ ଦଗ୍ଧ

ଏହା ମଧ୍ୟ ପଢନ୍ତୁ...ବନାଗ୍ନି କବଳରେ ଚିଲି: ଶହେ ଟପିଲା ମୃତକଙ୍କ ସଂଖ୍ୟା, ଶତାଧିକ ନିଖୋଜ

ଧୀରେ ଧୀରେ ନିଆଁ ବ୍ୟାପିବା ପରେ ବାହାରକୁ ବାହାରିବାକୁ ସମସ୍ତ ବାଟ ବନ୍ଦ ହୋଇଯାଇଥିଲା । ତୃତୀୟ ମହଲାରେ ଖୋଲା ଥିବା ଝରକା ପଟୁ ନିଆଁ ହୁଳା ବାହାରୁଥିବା ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ସୂଚନା ଅନୁସାରେ, ନ୍ୟୁୟର୍କରେ 2023ରେ ମଧ୍ୟ ଲିଥିୟମ-ଆୟନ ବ୍ୟାଟେରୀ କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଅନେକ ଖବର ଆସିଥିଲା । ଯେଉଁଥିରେ ଶତାଧିକ ଲୋକ ଆହତ ହୋଇଥିବାବେଳେ 18 ଜଣଙ୍କ ଜୀବନ ଯାଇଥିବାର ନଜିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.