ETV Bharat / health

ଏହି ଅଭ୍ୟାସ ଯୋଗୁଁ ହୋଇପାରନ୍ତି କର୍କଟ ରୋଗର ଶିକାର

author img

By ETV Bharat Odisha Team

Published : Feb 4, 2024, 1:45 PM IST

Updated : Feb 4, 2024, 1:58 PM IST

ଏହି ଅଭ୍ୟାସ ଯୋଗୁଁ ହୋଇପାରନ୍ତି କର୍କଟ ରୋଗର ଶିକାର
ଏହି ଅଭ୍ୟାସ ଯୋଗୁଁ ହୋଇପାରନ୍ତି କର୍କଟ ରୋଗର ଶିକାର

Risk Of Cancer Increase Causes: କ୍ୟାନ୍ସର ଏକ ଗୁରୁତର ରୋଗ । ବିଶେଷଜ୍ଞଙ୍କ ଅନୁସାରେ, କିଛି ଅଭ୍ୟାସ ଆପଣଙ୍କୁ କର୍କଟ ରୋଗର ଶିକାର ମଧ୍ୟ କରିପାରେ, ତେଣୁ ସେ ସବୁରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ । କ'ଣ ସେ ଅଭ୍ୟାସ ଯାହା ଠାରୁ ଦୂରେଇ ରହି ଆପଣ ଏହି ବିପଦଜ୍ଜନକ ରୋଗରୁ ରକ୍ଷା ପାଇବେ । ଜାଣନ୍ତୁ,

ହାଇଦ୍ରାବାଦ: କର୍କଟ ରୋଗ ଏକ ବିପଜ୍ଜନକ ରୋଗ । ଏହି ରୋଗ ହେତୁ ପ୍ରତିବର୍ଷ ଅନେକ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ମଧ୍ୟ ହରାଇଥାନ୍ତି । ସାଧାରଣତଃ ପୁରୁଷମାନଙ୍କ ଠାରେ ଫୁସଫୁସ କର୍କଟ ଏବଂ ମହିଳାମାନଙ୍କ ଠାରେ ସ୍ତନ କର୍କଟ ଅଧିକ ଦେଖାଯାଇଥାଏ । ତେବେ ବିଶେଷଜ୍ଞଙ୍କ ଅନୁସାରେ, କିଛି ଅଭ୍ୟାସ ଆପଣଙ୍କୁ କର୍କଟ ରୋଗର ଶିକାର ମଧ୍ୟ କରିପାରେ, ତେଣୁ ସେ ସବୁରୁ ଦୂରେଇ ରହିବା ଉଚିତ ।

ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ରୋକିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ବ କର୍କଟ ଦିବସ ପାଳନ କରାଯାଏ । ୧୯୯୩ ମସିହାରେ ସ୍ବିଜରଲ୍ୟାଣ୍ଡର ଜେନେଭାରେ ୟୁନିଅନ୍ ଫର ଇଣ୍ଟରନ୍ୟାସନାଲ କ୍ୟାନସର ନିୟନ୍ତ୍ରଣ ଦ୍ବାରା ବିଶ୍ବ କର୍କଟ ଦିବସ ପାଳନ କରାଯାଇଥିଲା । ଏହି ଦିବସରେ କେଉଁ ଅଭ୍ୟାସ ଠାରୁ ଦୂରେଇ ରହିଲେ ଏହି ବିପଦଜ୍ଜନକ ରୋଗକୁ ଏଡାଇ ଦିଆଯାଇପାରିବ ? ଜାଣନ୍ତୁ

  • ଅଧିକ ସମୟ ବସି ରହିବା: ଆଜିକାଲିର ଜୀବନଶୈଳୀରେ ଅଫିସର କର୍ମଚାରୀମାନେ ଦୀର୍ଘ ଘଣ୍ଟା ଧରି ବସି ରହି କାମ କରିଥାନ୍ତି । ତେବେ ଏହି ଅଭ୍ୟାସ କର୍କଟ ରୋଗର ଆଶଙ୍କା ବଢାଇଥାଏ । ସାଧାରଣତଃ ଅଧିକ ସମୟ ବସି ରହିବା ଦ୍ବାରା ଆପଣଙ୍କୁ ମୋଟାପଣର ଶିକାର କରିପାରେ । ଯାହାଦ୍ବାରା ହରମୋନ ବି ଅସନ୍ତୁଳନ ହୋଇପାରେ । କର୍କଟ ବିଶେଷଜ୍ଞଙ୍କ ଅନୁଯାୟୀ, ମୋଟାପଣ ଏବଂ ହରମୋନାଲ ଅସନ୍ତୁଳନ ହେତୁ ମହିଳାମାନଙ୍କ ଠାରେ ସ୍ତନ କର୍କଟ ରୋଗରେ ବୃଦ୍ଧି ଘଟିଛି । ପୂର୍ବରୁ ସ୍ତନ କର୍କଟ ୪୫ ବର୍ଷ ବୟସ ପରେ ମହିଳାମାନଙ୍କ ଠାରେ ଦେଖାଯାଉଥିଲା, ବର୍ତ୍ତମାନ ୩୫ ବର୍ଷରୁ କମ୍ ମହିଳାମାନେ ମଧ୍ୟ ସ୍ତନ କର୍କଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
  • ବାରମ୍ବାର ଖାଦ୍ୟ ଗରମ କରି ଖାଇବା: ଅଧିକାଂଶ ଲୋକ ଅବଶିଷ୍ଟ ଖାଦ୍ୟକୁ ଫ୍ରିଜରେ ରଖି ମାଇକ୍ରୋୱେଭରେ ଗରମ କରି ପରଦିନ ଏହାକୁ ଖାଇଥାନ୍ତି, କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟକୁ ଏତେ ଉଚ୍ଚ ତାପମାତ୍ରାରେ ଗରମ କରିବା ଏହାର ପୁଷ୍ଟିକର ଖାଦ୍ୟ ନଷ୍ଟ କରିଥାଏ । ଏହାର ଅର୍ଥ ପନିପରିବା ଏବଂ ଡାଲି ଆକାରରେ ମଧ୍ୟ ଆପଣ ଜଙ୍କ ଫୁଡ୍ ଖାଉଛନ୍ତି, ତେଣୁ ଯଦି ଆପଣ କର୍କଟ ରୋଗରୁ ସୁରକ୍ଷିତ ରହିବାକୁ ଚାହାଁନ୍ତି, ତେବେ ତାଜା ଏବଂ ସତେଜ ଖାଦ୍ୟ ଖାଆନ୍ତୁ ।
  • ପ୍ୟାକ ହୋଇଥିବା ଖାଦ୍ୟ ଖାଇବା: ପ୍ରକ୍ରିୟାକୃତ, ଅତ୍ୟଧିକ ଲୁଣ ଏବଂ ପୋଡ଼ା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ, ଯାହା ଆମ ଶରୀରରେ ପ୍ରବେଶ କରି କର୍କଟ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ । ସଂରକ୍ଷଣ ଖାଦ୍ୟ ସାମଗ୍ରୀ ସହ ଏହି ସମସ୍ୟା ମଧ୍ୟ ଦେଖାଯାଏ, ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟ ପଦାର୍ଥଠାରୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଆଜି ବିଶ୍ବ କର୍କଟ ଦିବସ: ଜାଣନ୍ତୁ ଏହାର କାରଣ, ଲକ୍ଷଣ, ନିରାକରଣ

  • ବିଉଟି ପ୍ରଡକ୍ଟର ବ୍ୟବହାର: ସୁନ୍ଦର ଏବଂ ଯୁବା ଦେଖାଯିବା ପାଇଁ, ଆମେ ସୌନ୍ଦର୍ଯ୍ୟ ପଦାର୍ଥକୁ ବହୁଳ ଭାବରେ ବ୍ୟବହାର କରିଥାଉ । କିନ୍ତୁ ଅନେକ ବିଉଟି ପ୍ରଡକ୍ଟ ଚର୍ମ କର୍କଟ ସୃଷ୍ଟି କରିପାରେ । ଅଧିକାଂଶ ବିଉଟି ପ୍ରଡକ୍ଟରେ ଫର୍ମାଲଡିହାଇଡ୍ ଏବଂ ଫର୍ମାଲଡିହାଇଡ-ରିଲିଜିଂ ପରି ବିପଦଜ୍ଜନକ ରାସାୟନିକ ପଦାର୍ଥରେ ବ୍ୟବହୃତ ହୁଏ ଯାହା କେଶକୁ ଅଧିକ ଚମକାଇବା ଏବଂ ସିଲ୍କି ମଧ୍ୟ କରିଥାଏ । ଏହା ବ୍ୟତୀତ ନେଲପଲିସ୍ ଏବଂ ନେଲ ପେଣ୍ଟ ରିମୁଭରରେ ଟୋଲ୍ୟୁନି, ଫର୍ମାଲଡିହାଇଡ୍ ଏବଂ ଏସିଟୋନ ଭଳି ରାସାୟନିକ ପଦାର୍ଥ ରହିଥାଏ, ଯାହା ଅତ୍ୟଧିକ ବିଷାକ୍ତ ଏବଂ କର୍କଟ ରୋଗର ଆଶଙ୍କା ବଢାଇଥାଏ ।
Last Updated :Feb 4, 2024, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.