ETV Bharat / entertainment

'ଲଭ ସେକ୍ସ ଔର ଧୋକା 2' ଟିଜର ଆଉଟ, ଏହି ଦିନ ହେବ ରିଲିଜ - Love Sex Aur Dhokha 2 Teaser OUT

author img

By ETV Bharat Odisha Team

Published : Apr 2, 2024, 9:38 AM IST

Love Sex Aur Dhokha 2
Love Sex Aur Dhokha 2

Love Sex Aur Dhokha 2 Teaser OUT : ଏକତା କପୁରଙ୍କ ଫିଲ୍ମ 'ଲଭ ସେକ୍ସ ଔର ଧୋକା 2' ର ଟିଜର ରିଲିଜ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ଲଭ ସେକ୍ସ ଔର ଧୋକା 2' । ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଛି । ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିବା 'ଲଭ ସେକ୍ସ ଔର ଧୋକା'ର ସିକ୍ୱେଲ ଅଟେ । ଫିଲ୍ମର ପ୍ରଥମ ଭାଗଟି ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଏବେ ଦ୍ୱିତୀୟ ଭାଗଟି ଘୋଷଣା ହେବା ଦିନ ଠାରୁ ଲୋକେ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛନ୍ତି । ଲଭ୍ ସେକ୍ସ ଔର ଧୋକା 2ର ଟିଜର ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବେ । ଲଭ୍ ସେକ୍ସ ଔର ଧୋକା ୨' ଟିଜରର ଏହା ହେଉଛି ପ୍ରଥମ ଡୋଜ୍ । ଟିଜରଟି 18 ବର୍ଷରୁ କମ୍ ନାବାଳିକ/ନାବାଳିକାଙ୍କ ପାଇଁ ଆଦୌ ନୁହେଁ । ତେବେ ଏହି ଟିଜରରେ ଉର୍ଫି ଜାଭେଦ୍ ଏବଂ ଲୋକପ୍ରିୟ ସଂଗୀତଜ୍ଞ ଅନ୍ନୁ ମଲିକ୍ ମଧ୍ୟ ନଜର ଆସିଛନ୍ତି । ଟିଜରର ଆରମ୍ଭ ଅଶ୍ଳୀଳ ସିନରୁ ହୋଇଥିବା ବେଳେ ଅଶ୍ଳୀଳ ସିନ୍ ସହିତ ଶେଷ ହୋଇଛି ।

ସେପଟେ ଏକତା କପୁର ତାଙ୍କ ଫିଲ୍ମ 'ଲଭ୍ ସେକ୍ସ ଔର ଧୋକା 2'ର ଏକ ହାର୍ଟ ବିଟ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଫିଲ୍ମଟି ଆସନ୍ତା 19 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏକତା ଫିଲ୍ମର ମୋଶନ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଏହି ଭାଲେଣ୍ଟାଇନ୍ ସହଜ ନୁହେଁ, କେବଳ ଏତିକି ବୁଝନ୍ତୁ ଲଭ୍ ସେକ୍ସ ଔର ଧୋକା ଏକ ଦରିଆ ଯେଉଁଥିରେ ବୁଡ଼ିବାକୁ ପଡିବ । ଫିଲ୍ମ 19ରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ-'ଲଭ ସେକ୍ସ ଔର ଧୋକା 2' ପାଇଁ ଏତେ ହଜାର କଳାକାରଙ୍କ ଅଡିସନ ନେଇଛନ୍ତି ନିର୍ଦ୍ଦେଶକ

କହିରଖୁଛୁ, ବାଲାଜୀ ମୋସନ ପିକ୍ଚର୍ସ, ବାଲାଜୀ ଟେଲିଫିଲ୍ମସ ଏବଂ କଲ୍ଟ ମୁଭିଜର ଡିଭିଜନ, ଦିବାକର ବାନାର୍ଜୀ ପ୍ରଡକ୍ସନ ମିଳିତ ଭାବେ ଏହି 'ଲଭ ସେକ୍ସ ଔର ଧୋକା-2' ଚଳଚ୍ଚିତ୍ରକୁ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମ ପ୍ରେମ, ପ୍ରତାରଣା କାହାଣୀକୁ ନେଇ ପର୍ଯ୍ୟବେସିତ । ଫିଲ୍ମରେ ଟେକ୍ନୋଲୋଜିକୁ ନେଇ ଚାଲୁଥିବା ଦୁନିଆରେ ପ୍ରେମର ବାସ୍ତବତା ଉପରେ ଆଲୋକପାତ କରାଯିବ । ଫିଲ୍ମଟି ଏପ୍ରିଲ ୧୯ରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.