ETV Bharat / entertainment

'ଲଭ ସେକ୍ସ ଔର ଧୋକା 2' ପାଇଁ ଏତେ ହଜାର କଳାକାରଙ୍କ ଅଡିସନ ନେଇଛନ୍ତି ନିର୍ଦ୍ଦେଶକ

author img

By ETV Bharat Odisha Team

Published : Mar 5, 2024, 11:31 AM IST

Dibakar Banerjee Auditioned 6000 Actors: 'ଲଭ ସେକ୍ସ ଔର ଧୋକା 2' ନେଇ ନିର୍ଦ୍ଦେଶକ ଦିବାକର ବାନାର୍ଜୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଏହି ଫିଲ୍ମ ସେ ଗୋଟିଏ କିମ୍ୱା ଦୁଇଟି କିମ୍ୱା ୧୦୦ ନୁହଁ ବରଂ ୬ ହଜାର କଳାକାରଙ୍କ ଅଡିସନ ନେଇଛନ୍ତି । ଅଧିକ ପଢନ୍ତୁ

'ଲଭ ସେକ୍ସ ଔର ଧୋକା 2' ପାଇଁ ଏତେ ହଜାର ଲୋକଙ୍କ ଅଡିସନ ନେଇଛନ୍ତି ନିର୍ଦ୍ଦେଶକ
'ଲଭ ସେକ୍ସ ଔର ଧୋକା 2' ପାଇଁ ଏତେ ହଜାର ଲୋକଙ୍କ ଅଡିସନ ନେଇଛନ୍ତି ନିର୍ଦ୍ଦେଶକ

ହାଇଦ୍ରାବାଦ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ଲଭ ସେକ୍ସ ଔର ଧୋକା 2' । ନିକଟରେ ଫିଲ୍ମ 'ଲଭ ସେକ୍ସ ଔର ଧୋକା 2'ର ପ୍ରଥମ ପୋଷ୍ଟର ପ୍ରକାଶ କରି ଫିଲ୍ମ ନେଇ ଘୋଷଣା କରିଥିଲେ ନିର୍ମାତା । ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିବା 'ଲଭ ସେକ୍ସ ଔର ଧୋକା'ର ସିକ୍ୱେଲ ଅଟେ । ଫିଲ୍ମର ପ୍ରଥମ ଭାଗଟି ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଏବେ ଦ୍ୱିତୀୟ ଭାଗଟି ଘୋଷଣା ହେବା ଦିନ ଠାରୁ ଲୋକେ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି । ଫିଲ୍ମ ନିର୍ଦ୍ଦେଶକ ଦିବାକର ବାନାର୍ଜୀ ଏହି ଚଳଚ୍ଚିତ୍ରର ବିଭିନ୍ନ ଚରିତ୍ର ପାଇଁ ଜଣେ ନୁହେଁ, ଦୁଇ ଜଣଙ୍କର ନୁହଁ କି ଶହେ ନୁହେଁ, ୬ ହଜାରରୁ ଅଧିକ କଳାକାରଙ୍କ ଅଡିସନ ନେଇଥିଲେ ।

ସୂଚନା ଅନୁସାରେ, ଚରିତ୍ରଗୁଡ଼ିକ କାହାଣୀକୁ ଫିଟ୍ ହେବା ପାଇଁ ସେ ବିଶେଷ ଗୁରୁତ୍ବ ଦେଇଛନ୍ତି । ଦିବାକର ବାନାର୍ଜୀ ନିକଟରେ ଖୁଲାସା କରିଛନ୍ତି ଯେ ଏହି ଫିଲ୍ମର ବିଭିନ୍ନ ଭୂମିକା ପାଇଁ ସେ ପ୍ରାୟ 6,000 କଳାକାରଙ୍କ ଅଡିସନ କରିଥିଲେ । ଅଡିସନ୍ ନେବାବେଳେ, କେଉଁ ଚରିତ୍ର ପାଇଁ ତାଙ୍କୁ ଚୟନ କରାଯାଉଥିଲା, ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି ଭୂମିକା ପାଇଁ ଦିବାକର ଏକତା କପୁରଙ୍କ ସହ କିଛି ଦିନ ପାଇଁ ପ୍ରାୟ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରୁ ୟୁଟ୍ୟୁବରଙ୍କ ଅନେକ ଫଟୋ ଏବଂ ଭିଡିଓ ଦେଖିଥିଲେ । ଯେଉଁମାନେ ସାଧାରଣ ଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ଇଣ୍ଟରନେଟ ସେନ୍ସେସନ ହୋଇଥିଲେ । ସେ ଏହି ଚଳଚ୍ଚିତ୍ରର ଭୂମିକା ପାଇଁ ପ୍ରାକୃତିକ ଚେହେରା ଚାହୁଁଥିଲେ । ସେ ଏପରି କଳାକାର ଚାହୁଁଥିଲେ, ଯେଉଁମାନେ ଦର୍ଶକଙ୍କ ମନକୁ ସହଜରେ କିଣି ପାରିବେ ।

ସୂଚନା ଥାଉ, ନିର୍ମାତାମାନେ ଏହି ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ଅଭିନେତ୍ରୀ ନିମ୍ରିତ କୌର ଅହଲୁୱାଲିଆଙ୍କୁ କାଷ୍ଟ କରିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ଫିଲ୍ମ ଛାଡିଦେଇଥିଲେ । ଅଧିକ ଇଣ୍ଟିମେଣ୍ଟ ସିନ୍‌ ଥିବା ହେତୁ ଅଭିନେତ୍ରୀ ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ଜଣାଶୁଣା ୟୁଟ୍ୟୁବର କ୍ୟାରି ମିନାଟୀ ଏହି ଫିଲ୍ମରେ ନଜର ଆସିବେ ବୋଲି କୁହାଯାଉଛି । ହେଲେ ନିର୍ମାତା ଏପର୍ଯ୍ୟନ୍ତ ଫିଲ୍ମର କାଷ୍ଟ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ଲଭ ସେକ୍ସ ଔର ଧୋକା-2: ନଜର ଆସିବେ ଚର୍ଚ୍ଚିତ ୟୁଟ୍ୟୁବର କ୍ୟାରିମିନାଟୀ

କହିରଖୁଛୁ, ବାଲାଜୀ ମୋସନ ପିକ୍ଚର୍ସ, ବାଲାଜୀ ଟେଲିଫିଲ୍ମସ ଏବଂ କଲ୍ଟ ମୁଭିଜର ଡିଭିଜନ, ଦିବାକର ବାନାର୍ଜୀ ପ୍ରଡକ୍ସନ ମିଳିତ ଭାବେ ଏହି 'ଲଭ ସେକ୍ସ ଔର ଧୋକା-2' ଚଳଚ୍ଚିତ୍ରକୁ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ପ୍ରେମ, ପ୍ରତାରଣାକୁ ନେଇ ପର୍ଯ୍ୟବେସିତ । ଏହି ଫିଲ୍ମରେ ଟେକ୍ନୋଲୋଜିକୁ ନେଇ ଚାଲୁଥିବା ଦୁନିଆରେ ପ୍ରେମର ବାସ୍ତବତା ଉପରେ ଆଲୋକପାତ କରାଯିବ । ଫିଲ୍ମଟି ଏପ୍ରିଲ ୧୯ରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.