ETV Bharat / entertainment

ଆଇପିଏଲ ସ୍କାମ ଉପରେ ତିଆରି ହେବ ଫିଲ୍ମ, ନିର୍ଦ୍ଦେଶନା ଦେବେ ଏହି ନିର୍ଦ୍ଦେଶକ - IPL SCAM MOVIE

author img

By ETV Bharat Odisha Team

Published : Apr 30, 2024, 4:58 PM IST

ଆଇପିଏଲ ସ୍କାମ ଉପରେ ତିଆରି ହେବ ଫିଲ୍ମ, ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା
ଆଇପିଏଲ ସ୍କାମ ଉପରେ ତିଆରି ହେବ ଫିଲ୍ମ, ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

Movie On Ipl Scam: କ୍ରିକେଟରଙ୍କ ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । କିନ୍ତୁ ଆଇପିଏଲରେ ଠକେଇ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ । ଏହି ପ୍ରସଙ୍ଗରେ ବଲିଉଡରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବ ଯେଉଁଥିରେ ଏହାର ଖୁଲାସା ହେବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏହିପରି ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି ଯାହା ସତ ଘଟଣା ଉପରେ ଆଧାରିତ । କେବଳ ବଡ଼ ପରଦାରେ ନୁହେଁ, ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏପରି ଅନେକ କାହାଣୀ ଦର୍ଶାଯାଇଛି । ଏପରି ସମୟରେ ବର୍ତ୍ତମାନ ଆଇପିଏଲ ସ୍କାମ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ବଲିଉଡ ଫିଲ୍ମ । ଏହି ଫିଲ୍ମକୁ 'ଫିର ଆଇ ହସିନ୍ ଦିଲ୍ରୁବା', 'କୋନ ପ୍ରବୀଣ ତମ୍ୱେଟ' ଏବଂ 'ମୁଖବୀର' ଫେମ ନିର୍ଦ୍ଦେଶକ ଜୟପ୍ରଦ ଦେଶାଇ ଏହାକୁ ନିର୍ମାଣ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ ସମୟରେ ଆଇପିଏଲ ୨୦୨୪ ଜାରି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଏକ ଭିନ୍ନ କ୍ରେଜ ରହିଛି । ଏହି ସମୟରେ ୨୦୨୨ରେ ଆଇପିଏଲକୁ ନେଇ ହୋଇଥିବା ଠକାମିର ରାଜ ଖୋଲିବାକୁ ଆସୁଛନ୍ତି ଜୟପ୍ରଦ ଦେଶାଇ । ସେ ଏନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଥିବା ବେଲେ ସେ ନିଜେ ହିଁ ଏହାର ନିର୍ଦ୍ଦେଶନା ଦେବେ । ଏହି ଚଳଚ୍ଚିତ୍ରଟି ଲେଖକ ଫାରାଜ ଅହସାନଙ୍କ ପୁସ୍ତକ 'ପ୍ରଥମ କପି'ରୁ ଅନୁକରଣ କରାଯାଇଛି । ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ ଏବଂ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ହୁସେନ୍ ଡାଲାଲ ଏବଂ ଅବ୍ବାସ ଡାଲାଲଙ୍କ ଦ୍ୱାରା କରାଯାଇଛି । ଏହି ସମୟରେ ଫିଲ୍ମର ପ୍ରଡକ୍ସନ୍ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ମହାଦେବ ବେଟିଂ ଆପ୍ ମାମଲାରେ ଅଭିନେତା ସାହିଲ ଖାନ ଗିରଫ

୨୦୨୨ରେ ହୋଇଥିଲା ଆଇପିଏଲ ସ୍କାମ

ସୂଚନା ଥାଉ କି, ୨୦୨୨ ମସିହାରେ ଏକ ବଡ ଆଇପିଏଲ୍ ସ୍କାମ ଘଟିଥିଲା ​​ଯେଉଁଥିରେ କିଛି ଗ୍ରାମବାସୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆଇପିଏଲ୍ ନାମରେ ଋଷୀୟ ଲୋକଙ୍କୁ ଠକିଥିଲେ । ଏହି ନକଲି ଟୁର୍ଣ୍ଣାମେଣ୍ଟ ଦୁଇ ସପ୍ତାହ ପାଇଁ ୟୁଟ୍ୟୁବରେ ସିଧା ପ୍ରସାରଣ କରାଯାଇଥିଲା । ଏଥିପାଇଁ ଏକ ନକଲି ଟେଲିଗ୍ରାମ ଚ୍ୟାନେଲ ମଧ୍ୟ ତିଆରି କରାଯାଇଥିଲା । ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା, ଫାଇନାଲ ମ୍ୟାଚ୍ ପାଇଁ ଋଷିଆ ବୁକିଜ୍ ଦ୍ୱାରା ୩ ଲକ୍ଷ ଟଙ୍କା ରଖାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଫିଲ୍ମ ଏହି ମାମଲାର ଉପରୁ ପରଦା ହଟାଇବ ବୋଲି ଜଣାପଡିଛି । ସେପଟେ ସମ୍ପୂର୍ଣ୍ଣ ମାମଲା ଜାଣିବାକୁ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବ୍ୟାନ ହଟିବା ପରେ ଭାରତରେ ପୁଣି ଅତିଫଙ୍କ ଜଲୱା, ମାଲାୟାଲମରେ କରିବେ ଡେବ୍ୟୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.