ETV Bharat / entertainment

ମହାଦେବ ବେଟିଂ ଆପ୍ ମାମଲାରେ ଅଭିନେତା ସାହିଲ ଖାନ ଗିରଫ - Sahil Khan Arrested

author img

By ETV Bharat Odisha Team

Published : Apr 28, 2024, 10:45 AM IST

Updated : Apr 28, 2024, 11:45 AM IST

ମହାଦେବ ବେଟିଂ ଆପ୍ ମାମଲାରେ ଫସିଲେ ସାହିଲ ଖାନ, ହେପାଜତକୁ ନେଲା ମୁମ୍ୱାଇ ଏସଆଇଟି
ମହାଦେବ ବେଟିଂ ଆପ୍ ମାମଲାରେ ଫସିଲେ ସାହିଲ ଖାନ, ହେପାଜତକୁ ନେଲା ମୁମ୍ୱାଇ ଏସଆଇଟି

Mahadev Betting App Case: ମହାଦେବ ଅନଲାଇନ ବେଟିଂ ଆପ୍ ମାମଲା । ଆକ୍ସନ ମୋଡ଼ରେ ମୁମ୍ବାଇ ପୋଲିସ । ଏହି ମାମଲାରେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସି ସାରିଥିବା ବେଳେ ବର୍ତ୍ତମାନ ଏହି ତାଲିକାରେ ଅଭିନେତା ସାହିଲ ଖାନଙ୍କ ନାମ ଯୋଡି ହୋଇଛି । ମୁମ୍ବାଇ ପୋଲିସ ଏସଆଇଟି ଟିମ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଡୁଆରେ ବଲିଉଡ ଅଭିନେତା ସାହିଲ ଖାନ । ମହାଦେବ ବେଟିଂ ଆପ୍ ମାମଲାରେ ସାହିଲଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ । ଛତିଶଗଡ଼ରୁ ଅଭିନେତାଙ୍କୁ ଧରିବା ପରେ ବର୍ତ୍ତମାନ ମୁମ୍ୱାଇ ଆଣି ଅଧିକ ପଚରାଉଚରା କରିବ ପୋଲିସ । ଲୋଟସ୍ ବୁକ୍ 24/7 ନାମକ ଏକ ବେଟିଂ ଆପ୍ ୱେବସାଇଟର ଏହି ଅଭିନେତା ଅଂଶୀଦାର ଅଟନ୍ତି । ଏହା ମହାଦେବ ବେଟିଂ ଆପ୍ ନେଟୱାର୍କର ଏକ ଅଂଶ । ଏହି ବେଟିଂ ଆପ୍ ମାଧ୍ୟମରେ ଲୋକମାନଙ୍କ ଠାରୁ ୧୫ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି ।

ସୂଚନା ଥାଉକି, ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆ ଭଳି ବିଭିନ୍ନ ଆପର ପ୍ରମୋଟରଙ୍କ ସମେତ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ସାମିଲ ରହିଛି । ଅଭିନେତା ଲୋଟସ୍ ବୁକ୍ 24/7 ଆପ୍ ଲଞ୍ଚ କରିଥିଲେ । ଏଥିସହ ଆପକୁ ପ୍ରୋତ୍ସାହିତ କରିବା ପାଇଁ ସାହିଲ ନିଜର ପ୍ରଭାବ ବ୍ୟବହାର କରିଥିଲେ । ସେ ସେଲିବ୍ରିଟିମାନଙ୍କୁ ଡାକି ଗ୍ରାଣ୍ଡ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମାଥୁଙ୍ଗା ପୋଲିସ ଏକ ମାମଲା ରୁଜୁ କରିଛି । ଯେଉଁଥିରେ ଅଭିନେତା ସାହିଲ ଖାନଙ୍କ ଉପରେ ଆଇପିସିର ଧାରା 420, 465, 467, 468, 471, 120 (ବି) ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି ।

ସାହିଲ ଖାନଙ୍କ ବୃତ୍ତିଗତ ଜୀବନୀ

ଅଭିନେତା ସାହିଲ ଖାନ ତାଙ୍କ ଫିଟନେସ ପାଇଁ ଜଣାଶୁଣା । ସାହିଲ 'ଏକ୍ସକ୍ୟୁଜ ମି' ଏବଂ 'ଷ୍ଟାଇଲ' ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟରେ ଲୋକଙ୍କ ମନ ଜିତିଥିଲେ । ଏହା ବ୍ୟତୀତ ସାହିଲ 'ୟେ ହେ ଜିନ୍ଦେଗୀ', 'ଡବଲ୍ କ୍ରସ୍', 'ଆଲାଦ୍ଦିନ' ଏବଂ 'ରାମା: ଦି ସେଭର୍' ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ । କିନ୍ତୁ ପରେ ସେ ଚଳଚ୍ଚିତ୍ର ଛାଡି ଏକ ଫିଟନେସ୍ ଇନଫ୍ଲୁଏନ୍ସର ହୋଇଥିଲେ । ସେ 'ଡିଭାଇନ୍ ନ୍ୟୁଟ୍ରିସନ' ନାମକ ଏକ କମ୍ପାନୀ ଚଳାନ୍ତି, ଯାହା ଫିଟନେସ୍ ସପ୍ଲିମେଣ୍ଟ୍ସ ବିକ୍ରି କରେ ।

ସାହିଲ ଖାନଙ୍କ ବ୍ୟକ୍ତିଗତ ଜୀବନୀ

ସାହିଲ ନିଜ ବ୍ୟକ୍ତିଗତ ଜୀବନୀ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ । ସାହିଲ ୧୪ ଫେବୃଆରୀ ୨୦୨୪ରେ ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ପ୍ରକାଶ କରିଥିଲେ । ସେ ପ୍ରଶଂସକମାନଙ୍କୁ ତାଙ୍କ ପତ୍ନୀ ମିଲେନାଙ୍କ ଝଲକ ଦେଖାଇଥିଲେ । ତାଙ୍କ ପତ୍ନୀଙ୍କ ବୟସ 21 ବର୍ଷ । ସେ କହିଥିଲେ, ବୟସରେ ମିଲେନା ତାଙ୍କ ଠାରୁ ବଡ ହୋଇଥିଲେ ସୁଦ୍ଧା ଭଲ ବୁଝାମଣା ରଖୁଥିଲେ । ଏହା ପୂର୍ବରୁ ଅଭିନେତା ୨୦୦୪ରେ ଇରାନର ଜନ୍ମିତ ଅଭିନେତ୍ରୀ ନିଗାର ଖାନଙ୍କୁ ବିବାହ କରିଥିଲେ । ମାତ୍ର ବିବାହର ଏକ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଯାଇଥିଲେ ।

Last Updated :Apr 28, 2024, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.