ETV Bharat / entertainment

'ହାଉସଫୁଲ ୫'ରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି, ଅକ୍ଷୟ-ରିତେଶ ସହ ପୁଣି ଲଗାଇବେ କମେଡି ତଡକା - Abhishek Bachchan Joins Housefull 5

author img

By ETV Bharat Odisha Team

Published : May 6, 2024, 4:19 PM IST

'ହାଉସଫୁଲ ୫'ରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି, ଅକ୍ଷୟ-ରିତେଶ ସହ ପୁଣି ଲଗାଇବେ କମେଡି ତଡକା
'ହାଉସଫୁଲ ୫'ରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି, ଅକ୍ଷୟ-ରିତେଶ ସହ ପୁଣି ଲଗାଇବେ କମେଡି ତଡକା (Pic Credit@nadiadwalagrandson)

Abhishek Bachchan In Housefull 5: ବଲିଉଡ ଚଳଚ୍ଚିତ୍ର 'ହାଉସଫୁଲ ୫' ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଥିଲା । ଗତ ବର୍ଷ ନିର୍ମାତାମାନେ ମଧ୍ୟ ଫିଲ୍ମ ଘୋଷଣା କରିଥିଲେ । ବର୍ତ୍ତମାନ 'ହାଉସଫୁଲ ୫' ବିଷୟରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି ହୋଇଛି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: 'ହାଉସଫୁଲ' ଫ୍ରାଞ୍ଚାଇଜର ଲଗାତାର ୪ଟି ସିକ୍ୱେଲ ଦମଦାର ସଫଳତା ପକରେ ବର୍ତ୍ତମାନ ନିର୍ମାତା ଏହାର ୫ମ ଭାଗ ସହ ପରଦାକୁ ଫେରୁଛନ୍ତି । ଗତବର୍ଷ 'ହାଉସଫୁଲ ୫' ଫିଲ୍ମର ଘୋଷଣା ସହ ଏହାର ରିଲିଜ ତାରିଖ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଫିଲ୍ମ ବିଷୟରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି ହୋଇଛି । ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ପୋଷ୍ଟ ସେୟାର କରି ନିର୍ମାତା ଏହି ସୂଚନା ଦେଇଛନ୍ତି ।

ସାଜିଦ ନାଦିଆଡୱାଲା ନିଜ ଇନଷ୍ଟାଗ୍ରାମରେ ଅଭିଷେକ ବଚ୍ଚନଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ ଖୁସିବ୍ୟକ୍ତ କରି ଲେଖିଛନ୍ତି, ''ଅଭିଷେକଙ୍କୁ ହାଉସଫୁଲ ଫ୍ରାଞ୍ଚାଇଜକୁ ଆଣି ମୁଁ ବହୁତ ଖୁସି । ତାଙ୍କର ସମର୍ପଣ, କମିକ ଟାଇମିଂ ଏବଂ ସଚ୍ଚୋଟତା ଆମ ଚଳଚ୍ଚିତ୍ରକୁ ଉନ୍ନତ କରିବ ।'' ଅନ୍ୟପକ୍ଷରେ ଅଭିଷେକ ବଚ୍ଚନ କହିଛନ୍ତି, ''ହାଉସଫୁଲ ମୋର ପ୍ରିୟ କମେଡି ଫ୍ରାଞ୍ଚାଇଜ୍ ମଧ୍ୟରୁ ଅନ୍ୟତମ ଏବଂ ମୋତେ ମୋ ଘରକୁ ଫେରିବା ଭଳି ଲାଗିଲା । ସାଜିଦ ନାଦିଆଡୱାଲାଙ୍କ ସହ କାମ କରିବା ସବୁବେଳେ ବହୁତ ଖୁସିର ବିଷୟ । ମୁଁ ମୋର ସହ-ଅଭିନେତା ଅକ୍ଷୟ ଏବଂ ରିତିଶଙ୍କ ସହ ସେଟ୍‌ରେ ବହୁତ ମଜା କରିବାକୁ ଅପେକ୍ଷା କରିଛି । ମୋର ପ୍ରିୟ ବନ୍ଧୁ ତରୁଣ ମାନସୁଖାନୀଙ୍କ ସହ ପୁନର୍ବାର କାମ କରିବାକୁ ମୁଁ ବହୁତ ଉତ୍ସାହିତ । ଦୋସ୍ତାନା ପରେ ମୁଁ ତାଙ୍କ ସହ ପୁଣିଥରେ କାମ କରିବାକୁ ଆଗ୍ରହୀ ରହିଛି । ଏହା ବହୁତ ମଜାଦାର ହେବାକୁ ଯାଉଛି ।''

କହିରଖୁଛୁ କି, ଅଭିଷେକ ବଚ୍ଚନ ହାଉସଫୁଲ ୩ରେ ନଜର ଆସିଥିଲେ । ସେ ବଣ୍ଟି ଚରିତ୍ରରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଉସଫୁଲ ୫ର ସୁଟିଂ ଅଗଷ୍ଟ ମାସରେ ବ୍ରିଟେନରେ ଆରମ୍ଭ ହେବ । ୪୫ ଦିନର ଏକ ସୁଟିଂ କାର୍ଯ୍ୟସୂଚୀ ରହିବ । ତେବେ ଫିଲ୍ମ ୬ ଜୁନ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

  • ହାଉସଫୁଲ୍ (୨୦୧୦)- ଷ୍ଟାର କାଷ୍ଟ - ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅର୍ଜୁନ ରାମପାଲ, ଦୀପିକା ପାଦୁକୋନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଜିଆ ଖାନ, ଲାରା ଦତ୍ତା, ବୋମାନ ଇରାନୀ, ଚଙ୍କି ପାଣ୍ଡେ ।
  • ହାଉସଫୁଲ୍ ୨ (୨୦୧୨)- ଷ୍ଟାର କାଷ୍ଟ- ଅକ୍ଷୟ କୁମାର, ଜନ୍ ଆବ୍ରାହମ୍, ରିତେଶ ଦେଶମୁଖ, ଶ୍ରେୟସ ତଲପଡେ, ଶାଜାହାନ୍ ପଦ୍ମଶ୍ରୀ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଆସିନ, ଜରିନ ଖାନ, ଋଷି ଏବଂ ରନ୍ଧୀର କପୁର, ବୋମନ ଇରାନୀ, ମିଥୁନ ଚକ୍ରବର୍ତ୍ତୀ, ଜନି ଲିଭର, ଚଙ୍କି ପାଣ୍ଡେ ।
  • ହାଉସଫୁଲ୍ ୩ (୨୦୧୬)- ଷ୍ଟାର କାଷ୍ଟ - ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଲିସା ହେଡନ, ନର୍ଗିସ୍ ଫାଖ୍ର, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ବୋମନ ଇରାନୀ ।
  • ହାଉସପୁଲ୍ ୪ (୨୦୧୯)- ଷ୍ଟାର୍ କାଷ୍ଟ୍ - ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସାନନ, କ୍ରିତି ଖାରବନ୍ଦା, ପୂଜା ହେଗଡେ, ଚଙ୍କି ପାଣ୍ଡେ, ରଣଜିତ୍, ଜନି ଲିଭର, ନୱାଜୁଦ୍ଦିନ ସିଦ୍ଦିକି, ଅର୍ଚ୍ଚନା ପୁରାଣ ସିଂ, ସାଉଥ ଅଭିନେତା ରାଣା ଡଗ୍ଗୁବତି ।
  • ହାଉସଫୁଲ ୫ (୨୦୨୫)- ଷ୍ଟାର କାଷ୍ଟ- ଅକ୍ଷୟ କୁମାର ଏବଂ ଅଭିଷେକ ବଚ୍ଚନ, ଅନୀଲ କପୁର, ନାନା ପାଟେକର, ରିତେଶ ଦେଶମୁଖ ଏବଂ ଚଙ୍କି ପାଣ୍ଡେ । ବର୍ତ୍ତମାନ ଆହୁରି ଅନେକ ଷ୍ଟାରକାଷ୍ଟ ନାଁ ଘୋଷଣା ହେବା ବାକି ଅଛି ।

ଏହା ମଧ୍ୟ ପଢନ୍ତୁ: 'ହାଉସଫୁଲ ୫' ରିଲିଜ ଡେଟ ଘୋଷଣା, ଏହି କାରଣରୁ ଘୁଞ୍ଚିଲା ତାରିଖ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.