ETV Bharat / entertainment

'ହାଉସଫୁଲ ୫' ରିଲିଜ ଡେଟ ଘୋଷଣା, ଏହି କାରଣରୁ ଘୁଞ୍ଚିଲା ତାରିଖ

author img

By ETV Bharat Odisha Team

Published : Dec 4, 2023, 1:42 PM IST

Updated : Dec 4, 2023, 1:49 PM IST

Housefull 5 Release Date Postpone: ଅକ୍ଷୟ କୁମାରଙ୍କ ଆଗାମୀ କମେଡି ଫିଲ୍ମ 'ହାଉସଫୁଲ୍ ୫' ଚଳିତ ବର୍ଷ ଘୋଷଣା କରିବା ସହ ଫିଲ୍ମର ରିଲିଜ୍ ତାରିଖ ବି ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ବଦଳିଯାଇଛି । କେବେ ରିଲିଜ ହେବ ଫିଲ୍ମ? ଜାଣନ୍ତୁ

'ହାଉସଫୁଲ ୫' ରିଲିଜ ଡେଟ୍ ଘୋଷଣା, ଏହି କାରଣରୁ ଘୁଞ୍ଚିଲା ତାରିଖ
'ହାଉସଫୁଲ ୫' ରିଲିଜ ଡେଟ୍ ଘୋଷଣା, ଏହି କାରଣରୁ ଘୁଞ୍ଚିଲା ତାରିଖ

ହାଇଦ୍ରାବାଦ: ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ 'ହାଉସଫୁଲ୍'ର ପଞ୍ଚମ ସିକ୍ବେଲ ଅର୍ଥାତ୍ 'ହାଉସ୍ଫୁଲ୍ ୫' ଚଳିତ ବର୍ଷ ଜୁନ୍ ମାସରେ ଘୋଷଣା କରାଯାଇଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ୨୦୨୪ ମସିହାରେ ଦିୱାଲୀ (ନଭେମ୍ବର ୫) ଅବସରରେ ଫିଲ୍ମ 'ହାଉସ୍ଫୁଲ୍ ୫' ରିଲିଜ ହେବ । ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇଛନ୍ତି ନିର୍ମାତା । ସୋସିଆଲ ମିଡିଆରେ ନିର୍ମାତା ଏକ ପୋଷ୍ଟର ସେୟାର କରି ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ତେବେ ଫିଲ୍ମଟି ଦିୱାଲୀ ପରିବର୍ତ୍ତେ ୨୦୨୫ ଜୁନ ୬ରେ ରିଲିଜ ହେବ ।

ସାଜିଦ ନାଦିଆଡୱାଲା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ଫିଲ୍ମର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ସାଜିଦ୍ ଅଫିସିଆଲି ବିବୃତ୍ତିରେ ଲେଖିଛନ୍ତି, "ହାଉସଫୁଲ୍ ସମସ୍ତ ସିକ୍ବେଲର ସଫଳତାର ଶ୍ରେୟ ଦର୍ଶକଙ୍କର ଅଟେ ଏବଂ ଆମେ ହାଉସଫୁଲ୍ ୫ ପାଇଁ ମଧ୍ୟ ସମାନ ଆଶା କରୁଛୁ । ଟିମ VFX କାମ ପାଇଁ ଆମେ ରିଲିଜ୍ ତାରିଖ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଯାହା ଦ୍ବାରା ଆମେ ଏକ ମହାନ ସିନେମାଟିକ୍ ଅଭିଜ୍ଞତା ସହ ଆପଣଙ୍କୁ ପାଞ୍ଚ ଗୁଣ ଅଧିକ ମନୋରଞ୍ଜନ ଯୋଗାଇପାରିବୁ ।" ହାଉସଫୁଲ 5 ଫିଲ୍ମ ବର୍ତ୍ତମାନ 6 ଜୁନ୍ 2025ରେ ମୁକ୍ତିଲାଭ କରିବ ।

ସୂଚନା ଥାଉ କି, ଚଳିତ ବର୍ଷର ଜୁନ୍ 30ରେ ଅକ୍ଷୟ କୁମାର ତାଙ୍କ ପ୍ରଶଂସକମାନଙ୍କୁ ହାଉସଫୁଲ୍ ୫ ଘୋଷଣା କରି ଏହାର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଥିଲେ । ଅକ୍ଷୟ ତାଙ୍କ ପୋଷ୍ଟରେ ଲେଖିଥିଲେ, '୫ମ ଥର ପାଗଳାମି ପାଇଁ ପ୍ରସ୍ତୁତ ହୁଅ, ତରଣ ମନସୁଖାନି ସାଜିଦ ନାଦିଆଡୱାଲାଙ୍କ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ । ବର୍ତ୍ତମାନ ରିଲିଜ ତାରିଖ ଘୁଞ୍ଚିବା ନେଇ ଅକ୍ଷୟ କୁମାର ମଧ୍ୟ ଏକ ପୋଷ୍ଟ ନିଜ ଇନଷ୍ଟାଗ୍ରାମରେ ସେୟାର କରି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ ଆଉଟ୍, ହେଲିକପ୍ଟରରୁ ଷ୍ଟଣ୍ଟ କରୁଥିବା ଆସିଲେ ନଜର

ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ହାଉସଫୁଲ୍ ୫ ନିର୍ମିତ ହେଉଥିବା ବେଳେ ତରୁଣ ମନସୁଖାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ । ତରୁଣ ପୂର୍ବରୁ ଡ୍ରାଇଭ୍, ଦୋସ୍ତାନା, କଭି ଅଲବିଦା ନା କେହନା ଏବଂ ମାଇ ନେମ ଇଜ ଖାନ ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ନାମ ହାଉସଫୁଲ ୫ ରେ ନଜର ଆସିବେ। ଏଥିସହ ଆଉ କୌଣସି ତାରକାଙ୍କ ନାଁ ପ୍ରକାଶ କରାଯାଇନଥିବା ବେଳେ କିନ୍ତୁ ଜନ୍ ଆବ୍ରାହମ୍, ଅଭିଷେକ ବଚ୍ଚନ ଏବଂ ବବି ଦେଓଲ ମଧ୍ୟ ଆଗାମୀ ଫିଲ୍ମର ଏକ ଅଂଶ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Last Updated : Dec 4, 2023, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.