ETV Bharat / business

ଚଢ଼ା ଦରରେ ପାଣି ବିକିବା ପଡ଼ିଲା ମହଙ୍ଗା, ରେଷ୍ଟୁରାଣ୍ଟ ଦେବ 5 ହଜାର ଫାଇନ - Restaurant Pay Compensation

author img

By ETV Bharat Odisha Team

Published : Apr 10, 2024, 10:45 PM IST

ଚଢ଼ା ଦରରେ ପାଣି ବିକିବା ପଡ଼ିଲା ମହଙ୍ଗା
ଚଢ଼ା ଦରରେ ପାଣି ବିକିବା ପଡ଼ିଲା ମହଙ୍ଗା

Fine on Restaurant for Over Charges: ପିଇବା ପାଣିରେ CGST ଏବଂ SGST ଯୋଡିବା ରେଷ୍ଟୁରାଣ୍ଟକୁ ପଡ଼ିଲା ମହଙ୍ଗା। କ୍ଷତିପୂରଣରେ ଜିଏସଟି ସହିତ ସର୍ଭିସ ଚାର୍ଜ ଫେରସ୍ତ ସାଙ୍ଗକୁ 5000 ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ଖାଉଟି ଅଦାଲତ। ଅଧିକ ପଢ଼ନ୍ତୁ,

ହାଇଦ୍ରାବାଦ: ପାଣି ପାଇଁ ସର୍ଭିସ ଟ୍ୟାକ୍ସ ନେବା ପଡ଼ିଲା ମହଙ୍ଗା। ରେଷ୍ଟୁରାଣ୍ଟକୁ ଭରିବାକୁ ପଡ଼ିଲା ଜରିମାନା। ଏହିଭଳି ଏକ ଘଟଣା ଘଟିଛି ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହରରେ। ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଦେଖା ଦେଇଛି ଜଳ ସଙ୍କଟ। ଏହି ଜଳ ସମସ୍ୟା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଥମେ ବେଙ୍ଗାଲୁରୁରେ ଜଳ ସମସ୍ୟା ପରେ ଏବେ ହାଇଦ୍ରାବାଦରେ ମଧ୍ୟ ଜଳ ଅଭାବ ଦେଖାଦେଇଛି। ତେବେ ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା, ଯେଉଁଠି ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକଙ୍କୁ ମାଗଣା ପାଣି ଦେବା ପାଇଁ ମନା କରାଯିବା ପରେ ପାଣି କିଣା ବାବଦରେ ତାଙ୍କ ଠାରୁ ଜବରଦସ୍ତ ସର୍ଭିସ ଟ୍ୟାକ୍ସ ମଧ୍ୟ ନିଆଯାଇଛି। ଯାହା ପାଇଁ ରେଷ୍ଟୁରାଣ୍ଟକୁ ଜରିମାନା ବାବଦକୁ 5000 ଟଙ୍କା ଗ୍ରାହକକୁ ଦେବାକୁ ପଡ଼ିଲା।

ହାଇଦ୍ରାବାଦର ଜଣେ ଗ୍ରାହକଙ୍କୁ ପ୍ଲାଷ୍ଟିକ୍ ସାମଗ୍ରୀ ପ୍ରତି ଆଲର୍ଜି କାରଣରୁ ସେ ରେଗୁଲାର ୱାଟର ମାଗିଥିଲେ, କିନ୍ତୁ ରେଷ୍ଟୁରାଣ୍ଟ କର୍ମଚାରୀମାନେ ତାଙ୍କୁ ପାଣି ଦେବା ପାଇଁ ମନା କରିଦେଇଥିଲେ। ଏହି କାରଣରୁ, ବ୍ୟକ୍ତି ରେଷ୍ଟୁରାଣ୍ଟରୁ ରେଗୁଲାର ୱାଟର ପାଇବା ପାଇଁ 500 ମିଲି ପାଣି ବୋତଲକୁ 50 ଟଙ୍କାରେ କିଣିଥିଲେ । ହେଲେ ଯାହା ପାଇଁ ତାଙ୍କୁ ଭରିବାକୁ ପଡ଼ିଥିଲା 695 ଟଙ୍କା। ରେଷ୍ଟୁରାଣ୍ଟରେ 31.50 ଟଙ୍କା ସର୍ଭିସ ଚାର୍ଜ ଆଦାୟ ସହିତ ବିଲରେ 5 ପ୍ରତିଶତ ହିସାବରେ 630 ଟଙ୍କା ଯୋଡ଼ା ଯାଇଥିଲା। ସେଥିରେ CGST ଏବଂ SGST ଯୋଡିହେବା ଫଳରେ ତାଙ୍କର ବିଲ 695 ଟଙ୍କା ହୋଇଥିଲା। ​​

ଏହା ମଧ୍ୟ ପଢ଼ନ୍ତୁ... ବୋଟ ୟୁଜର୍ସ ସାବଧାନ ! 75 ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହୋଇଛି ଲିକ୍ - BoAt Data Breach

ଏହି ଘଟଣା ପରେ ଗ୍ରାହକ ଖାଉଟି ଅଦାଲତର ଦ୍ବାରସ୍ତ ହୋଇଥିଲେ। ପରେ ଗ୍ରାହକ ରେଷ୍ଟୁରାଣ୍ଟ ବିରୋଧରେ ଜଳ ଯୋଗାଣ ଏବଂ ସର୍ଭିସ ଟ୍ୟାକ୍ସ ଲାଗୁ କରିବା ନେଇ କେସ କରିଥିଲେ। ଜୁବଲି ହିଲ୍ସରେ ଅବସ୍ଥିତ ସେହି ରେଷ୍ଟୁରାଣ୍ଟକୁ ହାଇଦ୍ରାବାଦରେ ଥିବା ଜିଲ୍ଲା ଖାଉଟି ଅଦାଲତ 45 ଦିନ ମଧ୍ୟରେ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ଗ୍ରାହକଙ୍କୁ କ୍ଷତିପୂରଣରେ ଜିଏସଟି ସହିତ ସର୍ଭିସ ଚାର୍ଜ ଫେରସ୍ତ ସାଙ୍ଗକୁ 5000 ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ତେଲେଙ୍ଗାନା ସରକାରଙ୍କ MA&UD ବିଭାଗ ନିର୍ଦ୍ଦେଶ ଦେବା ପରେ GHMC ଅଧୀନରେ ଥିବା ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଭୋଜନକାରୀଙ୍କୁ ମାଗଣା ଜଳ ଏବଂ ଏମଆରପି ଅନୁଯାୟୀ ବୋତଲ ପାଣି ଯୋଗାଇବାକୁ ନିର୍ଦ୍ଦେଶ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.