ETV Bharat / business

ବଜେଟ ପୂର୍ବରୁ ମହଙ୍ଗା ମାଡ, ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

author img

By ETV Bharat Odisha Team

Published : Feb 1, 2024, 9:48 AM IST

gas Price Hike
gas Price Hike

LPG Price Hike: ବଜେଟ ଆଗତ ପୂର୍ବରୁ ମହଙ୍ଗା ମାଡ । ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଉ କିଛି ସମୟ ପରେ ଆର୍ଥିକ ବର୍ଷ 2024-25 ପାଇଁ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ ଆଗତ ହେବାର କିଛି ସମୟ ପୂର୍ବରୁ ମହଙ୍ଗା ମାଡ । ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଦର ହ୍ରାସ ପାଇବାର ଗୋଟିଏ ମାସ ପରେ ହିଁ ବୃଦ୍ଧି ପାଇଲା ଗ୍ୟାସ ଦର । 19କେଜି କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ହୋଇଛି । IOCL ଓ୍ବେବସାଇଟ ମୁତାବକ 14 ଟଙ୍କା ବୃଦ୍ଧି ପାଇଛି ସିଲିଣ୍ଡର ଦର । ତେବେ ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର 1769 ଟଙ୍କା 50 ପଇସାକୁ ବୃଦ୍ଧି ପାଇଛି । ତେବେ ଆଜି ଠାରୁ ଲାଗୁ ହୋଇଛି ନୂଆ ଦର । କିନ୍ତୁ 14 କିଲୋଗ୍ରାମ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି: ଦର ବୃଦ୍ଧି ପରେ ଦିଲ୍ଲୀରେ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର 1769.50 ଟଙ୍କାକୁ ବୃଦ୍ଧି ପାଇଛି । ଯାହା ପୂର୍ବରୁ 1755.50 ରହିଥିଲା । ଅନ୍ୟ ମେଟ୍ରୋ ସହର ବିଷୟରେ କହିବାକୁ ଗଲେ କୋଲକାତା ଦର 1869.00 ରୁ 1887 ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ମୁମ୍ବାଇରେ 1708 ଟଙ୍କା ରହିଥିବା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବର୍ତ୍ତମାନ 1723 ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ଏହାର ମୂଲ୍ୟ 1924.50 ରୁ 1937 ଟଙ୍କାକୁ ବୃଦ୍ଧି ପାଇଛି ।

ଗତମାସରେ ହ୍ରାସ ପାଇଥିଲା ଦର: ପ୍ରକାଶଥାଉକି ଗତ ଜାନୁଆରୀ 1 ତାରିଖରେ 19 କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଥିଲା । ତୈଳ କମ୍ପାନୀ ଗୁଡିକ 19 କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦର ହ୍ରାସ କରିଥିଲେ । ଏହାପରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର 1ଟଙ୍କା 50 ପଇସାରୁ 4ଟଙ୍କା 50 ପଇସା ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଗତମାସରେ ଦର ହ୍ରାସ ହେବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 1755.50ଟଙ୍କା ଏବଂ ମୁମ୍ବାଇରେ 1708 ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ସରୁ ସରୁ ମହଙ୍ଗା ମାଡ, 21 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି । 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ 903 ଟଙ୍କା, କୋଲକାତାରେ 929 ଟଙ୍କା, ମୁମ୍ବାଇରେ 902.50 ଟଙ୍କା ଏବଂ ଚେନ୍ନାଇରେ 918.50 ଟଙ୍କା ରହିଛି । କହିରଖୁଛି କି, ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ଦୀର୍ଘ ସମୟ ଧରି ସ୍ଥିର ରହିଛି ।

ସକାଳ 11ଟାରେ ଅନ୍ତରୀଣ ବଜେଟ : 2024-25 ପାଇଁ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ସେ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନା କରିବେ । ଆଗକୁ ସାଧାରଣ ନିର୍ବାଚନ ରହିଥିବାକୁ ଚଳିତଥର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯିବ ନାହିଁ । ଅନ୍ତରୀଣ ବଜେଟ ଆଗତ କରାଯିବ । ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏବଂ ନିର୍ବାଚନ ପରେ ଗଠନ ହେବାକୁ ଥିବା ନୂତନ ସରକାରଙ୍କ ଦ୍ୱାରା ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.