ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ଶ୍ରେଷ୍ଠ ରାଜନେତା: ଜନ ଚାମ୍ବର୍ସ

author img

By ETV Bharat Odisha Team

Published : Feb 29, 2024, 10:09 AM IST

PM Modi
PM Modi

USISPF chairman calls PM Modi world's best leader: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଜଣେ ଶ୍ରେଷ୍ଠ ନେତା । ସେ ଲୋକଙ୍କ ବିଶ୍ବାସ ଜିତିଛନ୍ତି, ଆମେରିକାରେ ତାଙ୍କ ପରି ଜଣେ ନେତା ରହିବା ଆବଶ୍ୟକ ବୋଲି କହିଛନ୍ତି USISPFର ଅଧ୍ୟକ୍ଷ ଜନ୍ ଚାମ୍ବରସ୍ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କଲେ ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ବା USISPFର ଅଧ୍ୟକ୍ଷ ଜନ୍ ଚାମ୍ବରସ୍ । ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଶ୍ରେଷ୍ଠ ନେତା, ଆମେରିକାରେ ତାଙ୍କ ପରି ଜଣେ ନେତା ରହିବା ଆବଶ୍ୟକ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ସେ । ଏଥିସହ ଲୋକଙ୍କ ବିଶ୍ୱାସ ଜିତିବାରେ ତାଙ୍କର ଦକ୍ଷତା ଉପରେ ଆଲୋକପାତ କରିଥିଲେ ଜନ୍ ଚାମ୍ବରସ୍।

ସେ କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଁ ଜଣେ ବଡ଼ ପ୍ରଶଂସକ। ମୁଁ ଭାବୁଛି ସେ ଆଜି ବିଶ୍ବର ଜଣେ ସର୍ବଶ୍ରେଷ୍ଠ ନେତା । ଆମେରିକାରେ ସେପରି ଜଣେ ବ୍ୟକ୍ତି ରୁହନ୍ତୁ ବୋଲି ମୋର ଇଚ୍ଛା । ଆମ ପାଖରେ ଜଣେ ଏମିତି ଜଣେ ରାଜନେତା ନାହାଁନ୍ତି ଯାହାଙ୍କର ଆପ୍ରୁଭାଲ ରେଟିଂ 50 ପ୍ରତିଶତରୁ ଅଧିକ , କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କର 76 ପ୍ରତିଶତ ରହିଛି । ଟେକନିକ ଇଣ୍ଡଷ୍ଟ୍ରିର ଜଣାଶୁଣା ଚାମ୍ବରସ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏପରି କହିଛନ୍ତି। ''

ଏହା ମଧ୍ୟ ପଢନ୍ତୁ- ଲୋକପ୍ରିୟତା ରହିଲା ଅକ୍ଷୁର୍ଣ୍ଣ, ପୁଣି ବିଶ୍ବ ନେତା ରାଙ୍କିଂରେ ଶୀର୍ଷରେ ମୋଦି

ସମ୍ପର୍କ ଏବଂ ବିଶ୍ୱାସ ବଜାୟ ରଖିବା ଦକ୍ଷତା ଉପରେ ମଧ୍ୟ ଚାମ୍ବରସ୍ ଗୁରୁତ୍ୱାରୋପ କରିଥିଲେ । ଆମେରିକାର ପ୍ରତ୍ୟେକ ରାଜନୈତିକ ନେତାଙ୍କ ସହ ମୋଦିଙ୍କ ଭଲ ସମ୍ପର୍କ ରହିଥିବା କହି ପ୍ରଧାନମନ୍ତ୍ରୀଙ୍କ ବିଶ୍ବାସ ହାସଲ କରିବାର କ୍ଷମତାକୁ ଦର୍ଶାଇଥିଲେ ଜନ୍ ଚାମ୍ବରସ୍ । ସେ କହିଥିଲେ , "ଯଦି ଆପଣ ଜଣେ ନେତାଙ୍କ ବିଷୟରେ ଭାବୁଛନ୍ତି, ତେବେ ଏହା ଟ୍ରାକ୍ ରେକର୍ଡ ବିଷୟରେ ଅଟେ। ଆମେରିକାରେ ଥିବା ପ୍ରତ୍ୟେକ ରାଜନୈତିକ ନେତାଙ୍କ ସହ ମୋଦି ଭଲ ସମ୍ପର୍କ ସ୍ଥାପନ କରିଛନ୍ତି। ଲୋକମାନେ ମୋଦିଙ୍କୁ ବିଶ୍ବାସ କରୁଛନ୍ତି।"

ଏହା ମଧ୍ୟ ପଢନ୍ତୁ- Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ

ସାରା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମୋଦିଙ୍କ ଲୋକପ୍ରିୟତା । ଗତ ଡିସେମ୍ବର ମାସରେ ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି 76 ପ୍ରତିଶତ ସହ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ଜଣାପଡିଥିଲା । ସେହିପରି ଦ୍ବିତୀୟ ସ୍ଥାନରେ ରହିଥିଲେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର, ତୃତୀୟ ସ୍ଥାନରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ, ଚତୁର୍ଥ ସ୍ଥାନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ପଞ୍ଚମ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.