ETV Bharat / bharat

ଓଡ଼ିଶା-ଆନ୍ଧ୍ରରୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ମହାରାଷ୍ଟ୍ର ପୋଲିସ

author img

By ETV Bharat Odisha Team

Published : Feb 22, 2024, 2:47 PM IST

କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ
କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ

Ganja Smuggling: ଓଡ଼ିଶା ଓ ଆନ୍ଧ୍ର ଦେଇ ମହାରାଷ୍ଟ୍ରକୁ ଆସୁଥିଲା ଗଞ୍ଜେଇ । ଏହି ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ମହାରାଷ୍ଟ୍ରର ଶୋଲାପୁର ପୋଲିସ । କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଅଧିକ ପଢନ୍ତୁ,

ମୁମ୍ବାଇ: ଓଡ଼ିଶା ଓ ଆନ୍ଧ୍ର ଦେଇ ମହାରାଷ୍ଟ୍ରକୁ ଆସୁଥିଲା ଗଞ୍ଜେଇ। ଏହି ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ଶୋଲାପୁର ପୋଲିସ। ଚାଲାଣ ସମୟରେ ସୀମାବର୍ତ୍ତୀ ଅଞ୍ଚଳରୁ 459 କିଲୋ ଗଞ୍ଜେଇ ଜବତ ହୋଇଛି । ମହାରାଷ୍ଟ୍ରର ଶୋଲାପୁର ନିକଟରେ ଚଢାଉ ବେଳେ ପୋଲିସକୁ ମିଳିଛି ସଫଳତା। ଶହ ଶହ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଚାଲାଣରେ ସମ୍ପୃକ୍ତ ଥିବା 6 ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି । ଏହାସହ ଚାଲାଣରେ ବ୍ୟବହୃତ ଗାଡ଼ିକୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ପୁଣେ ଜାତୀୟ ରାଜପଥ ପାର୍ଶ୍ବରେ ଥିବା କୋଣ୍ଡି ଗ୍ରାମ ନିକଟରେ ପୋଲିସ ଚାଲାଣକାରୀଙ୍କୁ କାବୁ କରିଛି । ଏହି ଅପରେସନରେ ଷୋଲାପୁର ଏସପି ସରଦେଶ ପାଣ୍ଡେଙ୍କ ସମେତ ଅତିରିକ୍ତ ଏସପି ପ୍ରିତମ ୟୱଲକର ଏବଂ ଇନ୍ସପେକ୍ଟର ସୁରଜ ନିମ୍ବଲକର ସାମିଲ ଥିଲେ । ଶୋଲାପୁର ଜିଲ୍ଲାର ସ୍ଥିତ କର୍ଣ୍ଣାଟକ ଓ ତେଲେଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ପକ୍ଷରୁ ଧରପକଡ଼ କରାଯାଇଥିଲା । ସେହି ସମୟରେ ପୋଲିସ ହାତରେ ଧରାପଡ଼ିଥିଲେ ଚାଲାଣକାରୀ । ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ଓ ଫେବ୍ରୁଆରୀ ଭିତରେ ଦୁଇ ଦୁଇ ଥର ଚଢାଉ କଲାଣି କ୍ରାଇମବ୍ରାଞ୍ଚ । ଫେବ୍ରୁଆରୀ 19 ତାରିଖରେ ଗଞ୍ଜେଇ କାରବାର ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଯାହାକୁ ନେଇ ପୋଲିସର ଏକ ଟିମ୍ ସୀମାରେ ଛାନଭିନ ଚଳାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଚାଉଳ ବସ୍ତାରେ ଓଡ଼ିଶାରୁ ଯାଉଥିଲା ଗଞ୍ଜେଇ, ଛଡିଶଗଡ଼ରେ ମାଡିବସିଲା ପୋଲିସ

ସନ୍ଦେହ ଉପୁଜିବାରୁ ଏହି ଗାଡ଼ିକୁ ପୋଲିସ ଅଟକାଇଥିଲା । ସେହି ଗାଡ଼ିରୁ 459କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି । ଏନେଇ ପ୍ରେସମିଟ୍ ଯୋଗେ ସୂଚନା ଦେଇଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 1 କୋଟିରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡ଼ିଛି। ସେହିପରି ଜାନୁଆରୀରେ 105 କିଲୋ 380 ଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ 36 ଲକ୍ଷରୁ ଉର୍ଦ୍ଧ୍ବ ରହିଥିଲା । ଏହି ମାମଲାରେ ପୋଲିସ କାଦିର ଅସିଫ ପଠାନ, ପ୍ରକାଶ ସନ୍ତୋଷ ବରତାକେ, ସନ୍ତୋଷ ତୁକାରାମ କଦମ, ଶିଷିକେଶ, ଦେବାନନ୍ଦ ସିନ୍ଦେ ଭଳି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ଓଡ଼ିଶାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ନେଇ ଦିନକୁ ଦିନ ନୂଆ ନୂଆ ମାମଲା ସାମନାକୁ ଆସୁଛି । ଏପରିକି ବର୍ତ୍ତମାନ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ କରୁଛନ୍ତି ଅପରାଧୀ । ଯେଉଁଥିରେ ଲଗାମ ଦେବାକୁ ପୋଲିସ କଠାର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି।

ଏହା ମଧ୍ୟ ପଢନ୍ତୁ...ଫିରିଙ୍ଗିଆ ପୋଲିସର ଚଢ଼ାଉ, ୫ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.