ETV Bharat / bharat

ଚାଉଳ ବସ୍ତାରେ ଓଡ଼ିଶାରୁ ଯାଉଥିଲା ଗଞ୍ଜେଇ, ଛଡିଶଗଡ଼ରେ ମାଡିବସିଲା ପୋଲିସ

author img

By ETV Bharat Odisha Team

Published : Feb 16, 2024, 10:23 AM IST

ଗଞ୍ଜେଇ ଚାଲାଣ
ଗଞ୍ଜେଇ ଚାଲାଣ

Ganja seized from Chhattisgarh: ଚାଉଳ ଆଳରେ ଓଡ଼ିଶାରୁ ଚାଲାଣ ହେଉଥିଲା ଗଞ୍ଜେଇ । ଯାଞ୍ଚ ସମୟରେ ଛଡିଶଗଡରୁ ଜବତ କଲା ପୋଲିସ । ଅଧିକ ପଢନ୍ତୁ

ରାୟପୁର: ଦେଶରେ ବେଧଡ଼କ ଚାଲିଛି ଗଞ୍ଜେଇ କାରବାର । ବିଭିନ୍ନ ଆଳରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି । ଗଞ୍ଜେଇ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ସେହିପରି ପୋଲିସକୁ ଚକମା ଦେବାକୁ ଚାଉଳ ଅଖା ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିବା ବେଳେ ମାଡିବସିଲା ପୋଲିସ । ପଡ଼ୋଶୀ ଛଡିଶଗଡରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ବଲାଙ୍ଗୀରରୁ ଆଗ୍ରାକୁ ଚାଲାଣ କରାଯାଉଥିଲା । ଏହି ଘଟଣାରେ ସ୍ଥାନୀୟ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଚିଲଫି ପୋଲିସ ଷ୍ଟେସନ ଅଞ୍ଚଳରେ ପ୍ରାୟତଃ ଛତିଶଗଡ ଏବଂ ମଧ୍ୟପ୍ରଦେଶ ସୀମାରୁ ଆସୁଥିବା ଗାଡିକୁ ଯାଞ୍ଚ କରାଯାଇଥାଏ । ଏହି କ୍ରମରେ ଗୁରୁବାର ଦିନ ମଧ୍ୟ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଗୋଟିଏ ଟାଟା 1102 ଟ୍ରକ ଆସିଥିଲା, ଗାଡିଟି ଆନ୍ଧ୍ରପ୍ରଦେଶର ଥିଲା । ଟ୍ରକ ନମ୍ବର ଥିଲା AP31TD3618 । ତେବେ ଏହାର ଡ୍ରାଇଭରକୁ ପଚରାଉଚରା କରିବା ସମୟରେ ଟ୍ରକରେ ଓଡ଼ିଶାରୁ ଆଗ୍ରାକୁ ଚାଉଳ ରପ୍ତାନୀ ହେଉଥିବା କଥା ସେ କହିଥିଲା । ମାତ୍ର ସନ୍ତୋଷଜନକ ଉତ୍ତର ନପାଇବା କାରଣରୁ ପୋଲିସ ଅଧିକାରୀ ଯାଞ୍ଚ କରିଥିଲେ ।

ପୋଲିସ ଟ୍ରକ ଭିତରେ ଖୋଜାଖୋଜି କରିବା ସମୟରେ ଚାଉଳ ଅଖା ମଧ୍ୟରୁ ଗଞ୍ଜେଇ ପାଇଥିଲେ । ଏତେ ପରିମାଣର ଗଞ୍ଜେଇ ଦେଖି ତାଜୁବ ହୋଇଯାଇଥିଲେ ପୋଲିସ କର୍ମୀ । ମୋଟ ୧୦ କ୍ବିଣ୍ଟାଲ ୫୦କୋଜି ଗଞ୍ଜେଇ ଜବତ ହୋଇଛି । ଏହାପରେ ପୋଲିସ ଗାଡିକୁ ଜବତ କରିବା ସହିତ ୨ ଜଣଙ୍କୁ ପଚରାଉଚରା ଜାରି ରଖିଛି । ତେବେ ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୧୫ କୋଟିରୁ ଊର୍ଦ୍ଧ୍ବ ହେବା ନେଇ ସ୍ଥାନୀୟ ଏସପି ଅଭିଶେଖ ପଲ୍ଲବ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ କାରବାର, 2 ଗିରଫଙ୍କ ମଧ୍ୟରୁ ଜଣେ ଓଡ଼ିଆ

ରାଜସ୍ଥାନର ମାଫିଆ, ଆନ୍ଧ୍ରପ୍ରଦେଶର ଗାଡି, ଓଡିଶାର ଗଞ୍ଜେଇ: ଅଟକ ବ୍ୟକ୍ତିର ନାମ ଅନୀଲ ଚୌଧୁରୀ(30ବର୍ଷ) ହୋଇଥିବା ବେଳେ ସେ ରାଜସ୍ଥାନ ଭରତପୁର ଜିଲ୍ଲା ସେଓ୍ବର ଗ୍ରାମର ବୋଲି ସୂଚନା ରହିଛି । ତେବେ ଡ୍ରାଇଭରଙ୍କ ସହ ରହିଥିବା ସହଯୋଗୀ ଅତେନ୍ଦ୍ର ସିଂହ ମଧ୍ୟ ରାଜସ୍ଥାନ ବାସିନ୍ଦା ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାରୁ ଚାଉଳ ନେଇ ଆଗ୍ରାକୁ ଯାଉଥିଲୁ ଆମକୁ ସେସବୁ ବିଷୟରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଅଟକ ବ୍ୟକ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.