ETV Bharat / bharat

ଜେଲରେ 38 କଏଦୀ ଏଚଆଇଭି ପଜିଟିଭ, ଚିନ୍ତାରେ ପ୍ରଶାସନ

author img

By ETV Bharat Odisha Team

Published : Feb 5, 2024, 9:01 AM IST

HIV infected in Lucknow jail: ଲକ୍ଷ୍ନୌର ଜିଲ୍ଲା ଜେଲରେ 38 ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜେଲରେ ପୂର୍ବରୁ 28 ଜଣ ଏଚଆଇଭି ସଂକ୍ରମିତ ରହିଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇଁ 66ରେ ପହଞ୍ଚିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜିଲ୍ଲା ଜେଲରେ 38 ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜେଲରେ ପୂର୍ବରୁ 28 ଜଣ ଏଚଆଇଭି ସଂକ୍ରମିତ ରହିଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇଁ 66ରେ ପହଞ୍ଚିଛି । ଏତେ ସଂଖ୍ୟାରେ ଏଚଆଇଭି ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଚିନ୍ତାଜନକ ବିଷୟ ପାଲଟିଛି । ଅନ୍ୟପଟେ ଏଚଆଇଭି ସଂକ୍ରମିତିମାନଙ୍କୁ ମେଡିସିନ ଦିଆଯିବା ସହ କିଭଳି ଏହି ସଂକ୍ରମଣ ବ୍ୟାପିଲା ତାହାର ତଦନ୍ତ କରାଯାଉଛି ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ । ସଂକ୍ରମିତମାନଙ୍କୁ ମେଡିସିନ ଦିଆଯାଉଛି । ଏକ ଡାକ୍ଟରି ଟିମ୍ କଏଦୀମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରୁଛନ୍ତି । ଏଥିସହ କେଉଁ କାରଣରୁ ସଂକ୍ରମଣ ହେଲା ତାହାର ତଦନ୍ତ ଜାରି ରହିଛି । ଉତ୍ତର ପ୍ରଦେଶ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ଆଇଏସଏଚଟିଏଚ କ୍ୟାମ୍ପେନ ଜରିଆରେ 3 ଡିସେମ୍ୱର 2023ରୁ 3 ଜାନୁଆରୀ 2024 ପର୍ଯ୍ୟନ୍ତ ଏସଆଇଟି, ଏଚଆଇଭି, ହେପାଟାଇଟିସ୍ ବି ଓ ଟିବିରେ ଆକ୍ରାନ୍ତ ରୋଗୀଙ୍କର ଯାଞ୍ଚ କରିଥିଲେ । ଏହି ସମୟରେ ଏହି ଜେଲରେ ଥିବା ଏଚଆଇଭି ସଂକ୍ରମିତ କଏଦୀମାନଙ୍କ ବାବଦରେ ଜଣାପଡିଥିଲା ।

ଏହାମଧ୍ୟ ପଢନ୍ତୁ.. HIV AIDS Symptoms: ପରିସ୍ରାରେ ଏହି ଲକ୍ଷଣ ହୋଇପାରେ HIV AIDSର ସଙ୍କେତ

ଉତ୍ତରପ୍ରଦେଶ ଏଡ୍‌ସ କଣ୍ଟ୍ରୋଲ ସୋସାଇଟିର ଜଏଣ୍ଟ ଡାଇରେକ୍ଟର ଡକ୍ଟର ରମେଶଙ୍କ କହିବାନୁଯାୟୀ, ସମସ୍ତ ସଂକ୍ରମିତମାନଙ୍କର ଦେଖାଶୁଣା କରାଯାଉଛି । କେଜିଏମୟୁର ଆଣ୍ଟି ରେଟ୍ରୋ ଭାଇରାଲ ଥେରାପି (ଏଆରଟି) କେନ୍ଦ୍ର ଏହି ସମସ୍ତ ସଂକ୍ରମିତମାନଙ୍କ ପାଇଁ ମେଡିସିନ ଯୋଗାଇ ଦେଉଛି । ଲକ୍ଷ୍ନୌର ସିଏମଓ ଡକ୍ଟର ମନୋଜ ଅଗ୍ରଓ୍ବାଲଙ୍କ କହିବାନୁଯାୟୀ, ଲକ୍ଷ୍ନୌ ଜିଲ୍ଲା ଜିଲ୍ଲାରେ ଏଚଆଇଭି ସଂକ୍ରମିତ ଚିହ୍ନଟ ହେବା ପରେ ନିର୍ଦ୍ଧାରିତ ପ୍ରୋଟକଲ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ସ୍ଥିତି ଉପରେ ନଜର ରଖାଯାଇଛି । ଆଗକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

HIV ସଂକ୍ରମଣ: ଗୋଟିଏ ଖଟରେ ଶୋଇବା ଦ୍ୱାରା କିମ୍ବା ସଂକ୍ରମିତର ପୋଷାକ ବ୍ୟବହାର କରିବା ଦ୍ୱାରା ଏଚଆଇଭି ବ୍ୟାପିନଥାଏ । ଏଥିସହ ଗୋଟିଏ ଘରେ ରହିବା ଦ୍ୱାରା କିମ୍ବା ଗୋଟିଏ ଶୌଚାଳୟ ବ୍ୟବହାର ଦ୍ୱାରା ମଧ୍ୟ ଏଚଆଇଭି ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପିନଥାଏ । ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସହ ହାତ ମିଶାଇବା କିମ୍ବା ସେମାନଙ୍କ ସହ ଖାଇବା, ବସା ଉଠା କଲେ ଏହି ରୋଗ ବ୍ୟାପିନଥାଏ । କିନ୍ତୁ ଏଚଆଇଭି ସଂକ୍ରମିତଙ୍କୁ କାମୁଡା ଥିବା ମଶା ଯଦି ଆଉ କାହାକୁ କାମୁଡେ ତେବେ ଏହି ରୋଗ ବ୍ୟାପିବାର ବେଶ୍ ସମ୍ଭାବନା ରହିଛି । ସଂକ୍ରମିତଙ୍କ ରକ୍ତ ଅନ୍ୟଜଣଙ୍କ ଦେହକୁ ଗଲେ ଏହା ବ୍ୟାପିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.