ETV Bharat / bharat

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ; 6 ମୃତ, 10 ଆହତ

author img

By ETV Bharat Odisha Team

Published : Mar 12, 2024, 9:10 AM IST

Madhya Pradesh Accident
Madhya Pradesh Accident

Madhya Pradesh Accident: ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ । 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶ ରାୟସନରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । କନ୍ୟା ଘରକୁ ରୋଷଣୀ କରି ଯାଉଥିବା ବେଳେ ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶ ରାୟସନରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ବିହାରରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକ-ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ 9 ମୃତ

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ରାୟସନର ଖାମରିଆ ଗ୍ରାମକୁ ବରଯାତ୍ରୀ ବାହାରିଥିଲେ । ବାହାଘର ଶୋଭଯାତ୍ରା ଯାଉଥିବା ବେଳେ ହଠାତ ଏକ ଟ୍ରକ ଦ୍ରୁତଗତିରେ ଆସି ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ହସ୍ପିଟାଲ ନେବା ବାଟରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି 10 ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, 14 ମୃତ

ଜିଲ୍ଲାପାଳ ଅରବିନ୍ଦ କୁମାର ଦୁବେଙ୍କ କହିବା ଅନୁୟାୟୀ, ''ସମସ୍ତ ଆହତମାନଙ୍କୁ ଭୋପାଳ ଏଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି । ଦୁର୍ଘଟଣାରେ ମୋଟ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 10 ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ରହିଛି । ପୋଲିସ ତାକୁ ଖୋଜାଖୋଜି କରୁଛି । ଟ୍ରକଟି ଭୋପାଳରୁ ଆସୁଥିବା ବେଳେ ଦୁର୍ଘଟଣା ଘଟାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ମୃତକଙ୍କ ପରିଚୟ ସ୍ପଷ୍ଟ କରାଯିବ ।''

ଫେବୃଆରୀ 29 ତାରିଖରେ ମଧ୍ୟପ୍ରଦେଶରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟିବାରୁ 14 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ 20ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଡିଣ୍ଡୋରି ଜିଲ୍ଲାର ବାଡଝାଜାରୀ ଘାଟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଶାହପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.