ETV Bharat / bharat

କୋଇଲା ଖଣିରେ ଅଗ୍ନିକାଣ୍ଡ, 6 ଶ୍ରମିକ ମୃତ ଏକାଧିକ ଆହତ

author img

By ETV Bharat Odisha Team

Published : Jan 26, 2024, 9:21 AM IST

Nagaland coal mine fire: ନାଗାଲାଣ୍ଡରେ କୋଇଲା ଖଣିରେ ଅଗ୍ନିକାଣ୍ଡ । ପାଖାପାଖି 6 ମୃତ, 4 ଆହତ । ଅଧିକ ପଢନ୍ତୁ

Nagaland coal mine fire
କୋଇଲା ଖଣିରେ ଅଗ୍ନିକାଣ୍ଡ

କୋହିମା: ନାଗାଲାଣ୍ଡର ଏକ କୋଇଲା ଖଣିରେ ବଡ ଧରଣର ଅଘଟଣ ଘଟିଯାଇଛି । ଗୁରୁବାର ଅପରାହ୍ନ ସମୟରେ ଖଣିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଅଘଟଣରେ 6 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ତେବେ ସମସ୍ତ ମୃତକ ଆସାମର ହୋଇଥିବା ସୂଚନା ରହିଛି । ଅନ୍ୟପଟେ କୋଇଲା ଖଣିରୁ ଗ୍ୟାସ ନିର୍ଗତ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ହ୍ୟାଣ୍ଡ ଗ୍ଲୋଭ୍‌ସ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ, 6 ଜୀବନ୍ତ ଦଗ୍ଧ

ତେବେ ଗତକାଲି(ଗୁରୁବାର) ଅପରାହ୍ନ 2ଟା ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ଓ୍ବୋଖା ଜିଲ୍ଲା ଭଣ୍ଡାରି ସବଡିଭିଜନ ଅନ୍ତର୍ଗତ ରୁଷିଆନ ଗାଁରେ ଥିବା ଏକ କୋଇଲା ଖଣିରେ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଘଟଣରେ 6ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନାଗାଲାଣ୍ଡ୍ ଦିମାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଘଟଣ ଘଟିବା ବେଳେ ସେହି କୋଇଲା ଖଣିରେ 10ରୁ ଅଧିକ ଜଣ ଶ୍ରମିକ କାମ କରୁଥିବା ଜଣାପଡିଛି । ମୃତକମାନଙ୍କ ପରିଟୟ ମିଳିଥିବା ବେଳେ ସମସ୍ତ ମୃତକ ଆସାମ ରାଜ୍ୟର ନିବାସୀ ହୋଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ସୁଦ୍ଧା ଶ୍ରମିକ ମାନେ କୋଇଲା ଖଣିରେ କାମ କରୁଥିବା ବେଳେ ଖଣିରୁ ଗ୍ୟାସ ନିର୍ଗତ ହୋଇ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଖବର ପାଇଁ ତୁରନ୍ତ ଦମକଳବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ତଦନ୍ତ ଜାରି ରଖିଛି । ଆହତଙ୍କୁ ନାଗାଲାଣ୍ଡ୍ ଦିମାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ମେରାପାନୀ ଆସାମ ଓ ନାଗାଲାଣ୍ଡର ଗୋଲାଘାଟ ଜିଲ୍ଲାର ଏକ ସହର ଓ ଏକ ଉପଖଣ୍ଡ ଅଟେ । ମେରାପାନୀର ଅଧା ଅଂଶ ନାଗାଲ୍ୟାଣ୍ଡର ଓ୍ବୋଖା ଜିଲ୍ଲାରେ ଥିବା ବେଳେ ବାକି ଅଧା ଅଂଶ ଗୋଲାଘାଟରେ ଅଛି । ଏହି ଅଞ୍ଚଳରେ କୋଇଲା ଖଣିମାନ ଥିବା ବେଳେ ଅଧିକାଂଶ ଆସାମର ଶ୍ରମିକମାନେ ଏଠାରେ କାମ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.