ETV Bharat / bharat

ଅନୁଜ ଥାପନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର, ସିବିଆଇ ଯାଞ୍ଚ ଦାବି - ANUJ THAPAN DEATH CBI PROBE

author img

By ETV Bharat Odisha Team

Published : May 5, 2024, 3:17 PM IST

ଅନୁଜ ଥାପନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର, ସିବିଆଇ ଯାଞ୍ଚ ଦାବି
ଅନୁଜ ଥାପନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର, ସିବିଆଇ ଯାଞ୍ଚ ଦାବି(Etv Bharat Odisha)

Anuj Thapan Suicide Case: ଅନୁଜ ଥାପନ ମୃତ୍ୟୁ ମାମଲା । ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଜଙ୍କ ମାଆ । ପୁଅ ମୃତ୍ୟୁର ସିବିଆଇ ଯାଞ୍ଚ ସହ ନ୍ୟାୟ ପାଇଁ ଅନୁଜଙ୍କ ମା’ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ଧରାପଡିଥିବା ଅଭିଯୁକ୍ତ ଅନୁଜ ଥାପନଙ୍କ ମୃତ୍ୟୁ ମାମଲା । ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଜଙ୍କ ମାଆ । ହାଇକୋର୍ଟରେ ଅନୁଜଙ୍କ ପରିବାର ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ ଅନୁଜଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ଜୀବନ ହାରିନାହିଁ ବରଂ ତାଙ୍କୁ ହତ୍ୟା କରି ଆତ୍ମଜନିତ ମୃତ୍ୟୁର ରୂପ ଦିଆଯାଇଛି । ଏଣୁ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ପରିବାର; ସିବିଆଇ ତଦନ୍ତ ଦାବି

ଅନୁଜଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପୋଲିସ ହେପାଜତରେ ଅନୁଜଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପୋଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଦାବି କରି ଏହି ମକଦ୍ଦମା ଦାୟର କରାଯାଇଛି । ଏଥିସହ ଥାପନଙ୍କୁ ଅଟକ ରଖାଯାଇଥିବା ହେପାଜତ ଏବଂ ପୋଲିସ ଷ୍ଟେସନର ସିସିଟିଭି ଫୁଟେଜ ହାଇକୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ଏବଂ ଘଟଣାର ସିବିଆଇ ଦ୍ୱାରା ଏହାର ଅନୁସନ୍ଧାନ କରାଯିବା ଉଚିତ ବୋଲି ତାଙ୍କ ମାଆ ଆବେଦନରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଆବେଦନ ଶୀଘ୍ର ଶୁଣାଣି ହେବ ବୋଲି ଜଣାପଡିଛି ।

ଜୀବନ ହାରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ

ସୂଚନା ଥାଉ କି, ଅନୁଜ ଥାପନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି । ଯାହା ଅନୁଯାୟୀ ତାଙ୍କ ବେକରେ ଚିହ୍ନ ଦେଖିବାକୁ ମିଳିଛି ଏବଂ ଶ୍ୱାସରୁଦ୍ଧ ହେବାର ମଧ୍ୟ ଲକ୍ଷଣ ରହିଛି । ଏଥିରୁ ସେ ଜୀବନ ହାରିଥିବା ସ୍ପଷ୍ଟ ହୋଇଛି । ମୃତକଙ୍କ ଭିସେରା, ଟିସୁ ଏବଂ ଅନ୍ୟାନ୍ୟ ନମୁନାକୁ ଫରେନସିକ୍ ପାଇଁ ପଠାଯାଇଛି । ସେପଟେ ପରିବାର ସଦସ୍ୟ ଥାପନଙ୍କ ମୃତଦେହ ଗ୍ରହଣ କରିବାକୁ ରାଜି ହୋଇଥିନଲେ । ବର୍ତ୍ତମାନ ପରିବାର ଲୋକ ତାଙ୍କ ମୃତଦେହକୁ ମୁମ୍ୱାଇର ଜେଜେ ହସ୍ପିଟାଲରୁ ପଞ୍ଜାବର ଫଜଲିକାସ୍ଥିତ ନିଜ ଗାଁକୁ ନେବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଅନୁଜ ଥାପନ ମୃତ୍ୟୁ ଘଟଣା; ପରିବାର ଆଣିଲା ହତ୍ୟା ଅଭିଯୋଗ, ଖୋଳତାଡ଼ କରିବ

ଏମିତି ହୋଇଥିଲା ଅନୁଜଙ୍କ ମୃତ୍ୟୁ

ବାନ୍ଦ୍ରା ଠାରେ ଥିବା ସଲମାନଙ୍କ ବାସଭବନ ବାହାରେ ଗତ ୧୪ ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଥିଲା । ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ପରେ ପଞ୍ଜାବରୁ ଆଉ ୨ ଅଭିଯୁକ୍ତ ସୁଭାଷ ଚନ୍ଦର ଓ ଅନୁଜ ଥାପନଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଯାହା ପରେ ଏମାନଙ୍କୁ ପୋଲିସ ହେପାଜତକୁ ପଠାଯାଇଥିଲା । ଏହି ସମୟରେ ଏପ୍ରିଲ ୨ ତାରିଖରେ ପୋଲିସ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅନୁଜ । ପରେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.