ETV Bharat / bharat

ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ, 10 ଦିନିଆ ରିମାଣ୍ଡରେ ମାଷ୍ଟରମାଇଣ୍ଡ - Rameswaram cafe blast case

author img

By ETV Bharat Odisha Team

Published : Apr 13, 2024, 4:51 PM IST

Rameswaram cafe blast
Rameswaram cafe blast

Rameswaram cafe blast case: ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ଅଧିକ ସତ ଓଗାଳିବ ଏନଆଇଏ । 10 ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଲେ କୋର୍ଟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାମେଶ୍ବରମ କାଫେ ବିସ୍ଫୋରଣ ମାମଲା । ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ସ୍ପେଶାଲ କୋର୍ଟରେ ହାଜର କରିଥିଲା । ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଲାଗି 10 ଦିନିଆ ରିମାଣ୍ଡରେ ନେବା ଲାଗି ଏଜେନ୍ସି ପକ୍ଷରୁ ଆବେଦନ ହୋଇଥିବା ବେଳେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ଅବଗୁଲ ମଥିନ ତାହା ଏବଂ ମୁସାଭିର ହୁସେନ ଶାଜିବକୁ ଆଜି କୋରାମଙ୍ଗାଲାର ଏନଜିଭି ଲେଆଉଟ ସ୍ଥିତ ବିଚାରପତିଙ୍କ ବାସଭବନକୁ ଅଣାଯାଇଥିଲା । ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ କେବଳ ରମେଶ୍ୱର କାଫେ ବିସ୍ଫୋରଣ ନୁହେଁ ଶିବମୋଗଗା ଟ୍ରେଲ ବୋମା ବିସ୍ଫୋରଣ ମାମଲାରେ ଜଡିତ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ନେଇ ଏନଆଇଏ ସୁତ୍ରରୁ ପ୍ରକାଶ ପାଇଛି । ଏନଆଇଏର ବରିଷ୍ଠ ଓକିଲ ପ୍ରସନ୍ନ କୁମାର ବିଚାରପତିଙ୍କ ନିକଟରେ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଅଧିକ ଅନୁସନ୍ଧାନ ପାଇଁ ଏନଆଇଏ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଥିବା ନେଇ ଜଣାପଡିଛି ।

ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ଅନୁସନ୍ଧାନକାରୀ ସଂସ୍ଥା ପାଇଁ ଏକ ବଡ ସଫଳତା ବୋଲି କୁହାଯାଇଛି । ସେମାନଙ୍କ ଅନ୍ତର୍ଜାତୀୟ ଟେଟର ଆଇଟଫିଟ ସହିତ ସମ୍ପର୍କ ରହିଥିବା ନେଇ ଜଣାପଡିଛି । ଏହାସହ ଦେଶରେ ବୋମା ତିଆରି କରି ବିସ୍ପୋରଣ କରିବାରେ ସାହାଯ୍ୟ କରୁଥିବା ନେଇ ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାରେ ଏନଆଇଏର ଆକ୍ସନ, 2 ମାଷ୍ଟରମାଇଣ୍ଡ ଗିରଫ - Rameshwaram Cafe Blast Case

କର୍ଣ୍ଣାଟକ ରାଜଧାନୀ ସ୍ଥିତ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅବଗୁଲ ମଥିନ ତାହାର ଯୋଗ୍ୟତା ଇଞ୍ଜିନିୟରିଂ । ସେ ଆଇଡି ବୋମା ତିଆରି କରିବାରେ ମାଷ୍ଟର ଥିବା ନେଇ କୁହାଯାଇଛି । ମାର୍ଚ୍ଚ 1 ତାରିଖରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । କାଫେ ବିସ୍ଫୋରଣ ଘଟଣାରେ ପ୍ରାୟ 9ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ଅଭିଯୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା । ଏକ ମାସର ସଂଘର୍ଷ ପରେ ଶୁକ୍ରବାର ଏନଆଇଏକୁ ସଫଳା ମିଳିଥିଲା । ଏନଆଇଏ ଅବଗୁଲ ମାଥିନ ତାହା ଏବଂ ମୁସାଭିର ହୁସେନ ଶାଜିବଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିଲା । ତେବେ ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଏନଆଇଏକୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.