ETV Bharat / bharat

କର୍ଣ୍ଣାଟକ କାଫେ ବିସ୍ଫୋରଣ ମାମଲା: ଜାରି ହେଲା ଅଭିଯୁକ୍ତର ଫଟୋ, ସୂଚନା ଦେଲେ ମିଳିବ 10 ଲକ୍ଷ

author img

By ETV Bharat Odisha Team

Published : Mar 6, 2024, 5:18 PM IST

କର୍ଣ୍ଣାଟକ କାଫେ ବିସ୍ଫୋରଣ: ଜାରି ହେଲା ଅଭିଯୁକ୍ତର ଫଟୋ, ସୂଚନା ଦେଲେ 10 ଲକ୍ଷର ପୁରସ୍କାର
କର୍ଣ୍ଣାଟକ କାଫେ ବିସ୍ଫୋରଣ: ଜାରି ହେଲା ଅଭିଯୁକ୍ତର ଫଟୋ, ସୂଚନା ଦେଲେ 10 ଲକ୍ଷର ପୁରସ୍କାର

Rameshwaram Cafe blast case: ଜାରି ହେଲା ଅଭିଯୁକ୍ତର ଫଟୋ, ସୂଚନା ଦେଲେ 10 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା NIA । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ମାର୍ଚ୍ଚ ପହିଲାରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡ ଏରିଆରେ ଥିବା ଏକ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କଲା କେନ୍ଦ୍ରୀୟ ସଂସ୍ଥା ‘NIA’ । ଫଟୋ ଜାରି କରିବା ସହ ତା ସମ୍ପର୍କରେ ସୂଚନା ଦେଲେ 10 ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା ହୋଇଛି । ଅଭିଯୁକ୍ତ ଚିହ୍ନଟ ହୋଇସାରିଛି । ହେଲେ ଏବେ ମଧ୍ୟ ସେ ଫେରାର ରହିଛି । ଏହି ଘଟଣାରେ 9 ଜଣ ଆହତ ହୋଇଥିଲେ । ଏବେ ରାଜ୍ୟ ପୋଲିସ ସହ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ମଧ୍ୟ ଆତଙ୍କବାଦୀ ଲିଙ୍କ ଦିଗରୁ ଏହି ତଦନ୍ତ ଜାରି କରିଛି ।

ଆଜି ଏନଆଇଏ ଏକ ପୋଷ୍ଟର ଜାରି କରିଛି । ଯେଉଁଥିରେ ଅଭିଯୁକ୍ତର ସିସିଟିଭିରେ କଏଦ ହୋଇଥିବା ଫଟୋ ରହିଛି । ଏହା ସହ ଘଟଣା ସମ୍ପର୍କରେ ଉଲ୍ଲେଖ ସହ 10 ଲକ୍ଷ ପୁରସ୍କାର ରାଶି ମଧ୍ୟ ଉଲ୍ଲେଖ ରହିଛି । କୌଣସି ବ୍ୟକ୍ତି ସୂଚନା ପାଇଲେ ସଂସ୍ଥାକୁ ଅବଗତ କରିବା ପାଇଁ ଫୋନ ନମ୍ବର ସହ ମେଲ-ଆଇଡି ମଧ୍ୟ ଦେଇଛି ସଂସ୍ଥା । ସଂସ୍ଥାର ବେଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟାଳୟର ଠିକଣା ମଧ୍ୟ ରହିଛି । କେହି ଚାହିିଲେ ସିଧାସଳଖ ସଂସ୍ଥାର ଅଧିକାରୀଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରିପାରିବ । ସେହିପରି ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ‘ଏନଆଇଏ’ କହିଛି ।

ଏହା ମଧ୍ୟ ପଢନ୍ତୁ :- ଦିଦିଙ୍କୁ ସୁପ୍ରିମ ଝଟକା; ସନ୍ଦେଶଖାଲି ମାମଲାରେ ହେବନି ତ୍ବରିତ ଶୁଣାଣି, CJI ସ୍ଥିର କରିବେ ସମୟ

ମାର୍ଚ୍ଚ 1 ତାରିଖରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9 ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟ ବଶତଃ କେହି ପ୍ରାଣ ହରାଇନଥିଲେ । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ଅଭିଯପୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା । ପୂରା ବିସ୍ଫୋରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ପରେ ସିସିଟିଭିରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାକୁ ଗିରଫ କରାଯାଇ ପାରିନି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସଂସ୍ଥା ଏହି ତଦନ୍ତ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.