ନୂଆ ଅପରାଧିକ ଆଇନକୁ ପ୍ରଶଂସା କଲେ ସିଜେଆଇ; କହିଲେ ଶୀଘ୍ର ମିଳିବ ନ୍ୟାୟ, ଦଣ୍ଡିତ ହେବେ ଅପରାଧୀ - CJI on New criminal laws

author img

By ETV Bharat Odisha Team

Published : Apr 20, 2024, 5:07 PM IST

CJI on New criminal laws
CJI on New criminal laws ()

CJI on New criminal laws: ତିନି ସଂଶୋଧିତ ନ୍ୟାୟିକ ଅଧିନିୟମକୁ(କ୍ରିମିନାଲ ଆଇନ) ନେଇ ପ୍ରଶଂସା କଲେ ସିଜେଆଇ । କହିଲେ ଏହା ଭାରତର ନ୍ୟାୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ତିନି ସଂଶୋଧିତ ନ୍ୟାୟିକ ଅଧିନିୟମକୁ ପ୍ରଶଂସା କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ । ଏହି ଆଇନଗୁଡ଼ିକ ଭାରତର ପରିବର୍ତ୍ତନର ସଙ୍କେତ ଅଟେ ବୋଲି ସେ କହିଛନ୍ତି । CJIଙ୍କ ଅନୁଯାୟୀ, ତିନି ସଂଶୋଧିତ ନ୍ୟାୟିକ ଅଧିନିୟମ କ୍ରିମିନାଲ ଜଷ୍ଟିସ ଉପରେ ଭାରତର ଆଇନଗଚ ଢାଞ୍ଚାକୁ ଏକ ନୂତନ ଯୁଗରେ ପରିଣତ କରିଛି । ଏକ ସମ୍ମିଳନୀରେ ସିଜେଆଇ କହିଛନ୍ତି, ଯେତେବେଳେ ଏହି କାନୁନକୁ ଲାଗୁ କରୁଥିବା ବ୍ୟକ୍ତି ଏହାକୁ ଗ୍ରହଣ କରିବେ ସେତେବେଳେ ଏହି ନୂଆ ଆଇନ ଗୁଡିକ ସଫଳ ହୋଇପାରିବ ।

ଏବେ ପରିବର୍ତ୍ତନ ହେଉଛି ଭାରତ: ସିଜେଆଇ ଚନ୍ଦ୍ରଚୂଡ ଆହୁରି ମଧ୍ୟ କହିଛନ୍ତି, "ସଂସଦରେ ପାରିତ ହୋଇଥିବା ନୂଆ ସଂଶୋଧିତ ନ୍ୟାୟିକ ଅଧିନିୟମ ଦ୍ବାରା ସ୍ପଷ୍ଟ ସୂତନା ଦେଉଛି ଯେ, ବର୍ତ୍ତମାନ ଭାରତରେ ପରିବର୍ତ୍ତନ ଆସୁଛି । ସମାଜର ଭବିଷ୍ୟତ ପାଇଁ ସାମ୍ପ୍ରତିକ ଆହ୍ବାନର ମୁକାବିଲା ପାଇଁ ଆମକୁ ନୂତନ ଆଇନର ଆବଶ୍ୟକତା ରହିଛି । ଆମ ସମାଜ ଅପରାଧିକ ଆଇନ ପସନ୍ଦ କରୁଛି । ଏହି ତିନୋଟି ନିୟମ ଆମ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ କୌଣସି ଆଇନ ଆମର ଦୈନନ୍ଦିନ ଆଚରଣ ଉପରେ ପ୍ରଭାବ ପକାଇବ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ 3 ସଂଶୋଧିତ ନ୍ୟାୟିକ ଅଧିନିୟମ

ଜୁଲାଇ 1 ତାରିଖରୁ ଲାଗୁ ହେବ ନିୟମ: ଏହି ସମ୍ମିଳନୀରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଉପସ୍ଥିତ ଥିଲେ । ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ନୂତନ ଆଇନ ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ବିଲ୍‌ ୨୦୨୩ ଆସନ୍ତା ଜୁଲାଇ 1 ତାରିଖରେ ଲାଗୁ ହେବ । ଏହି ତିନୋଟି ନିୟମ ଗତ ବର୍ଷ ଡିସେମ୍ବର 20 ତାରିଖରେ ସଂସଦର ଅନୁମୋଦନ ମିଳିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 25 ଡିସେମ୍ବରରେ ସମ୍ମତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: 143 ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ IPC,CRPC ଓ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍‌ ପାରିତ

ଡାଟା ଲିକର ଆହ୍ବାନ ଉପରେ ସିଜେଆଇଙ୍କ ବୟାନ: କୋର୍ଟରେ ଡାଟା ଲିକ୍ ହେବାର ଆହ୍ବାନ ଉପରେ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି, ପ୍ରକ୍ରିୟାକୁ ଡିଜିଟାଲାଇଜ କରିବା ଏବଂ ଡିଜିଟାଲ୍ ସାକ୍ଷ୍ୟ ଗ୍ରହଣ କରିବା ସମୟରେ ଆମକୁ ଅଭିଯୁକ୍ତ ତଥା ପୀଡିତାଙ୍କ ଗୋପନୀୟତାକୁ ନିରନ୍ତର ଅନୁଧ୍ୟାନ କରିବା ଉଚିତ । ଏହାସହ ସେମନାଙ୍କୁ ସୁରକ୍ଷା ଦେବା ଉଚିତ । ଅପରାଧିକ ନ୍ୟାୟ ପ୍ରଣାଳୀରେ ବିଶ୍ବାସ ଜିତିବାକୁ ହେଲେ ନାଗରିକମାନଙ୍କ ଗୋପନୀୟତା ସୁରକ୍ଷିତ ରହିବା ଆବଶ୍ୟକ । ଜନସାଧାରଣଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.