ETV Bharat / bharat

ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ 3 ସଂଶୋଧିତ ନ୍ୟାୟିକ ଅଧିନିୟମ

author img

By ETV Bharat Odisha Team

Published : Feb 24, 2024, 5:30 PM IST

The newly enacted laws: ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ 3 ସଂଶୋଧିତ ନ୍ୟାୟିକ ଅଧିନିୟମ । ଗତବର୍ଷ ସଂସଦରେ ହୋଇଥିଲା ପାରିତ । ଅଧିକ ପଢନ୍ତୁ

ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ ‘ଭାରତୀୟ ନ୍ୟାୟ ସଂହିତା’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାରିତ କରିଥିବା ତିନି ସଂଶୋଧିତ ନ୍ୟାୟିକ ଅଧିନିୟମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଛି । ଏହା ଚଳିତ ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି 3 ଅଧିନିୟମ ମଧ୍ୟରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି- 1860) କୁ ପରିବର୍ତ୍ତିତ କରି ଭାରତୀୟ ନ୍ୟାୟ ସଂହିତା (BNS), ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ, ଭାରତୀୟ ସାକ୍ଷ ଅଧିନିୟମ ଓ କ୍ରିମିନାଲ ପ୍ରୋସିଡିଓର କୋଡ ପରିବର୍ତ୍ତେ ଏବେ ‘ଭାରତୀୟ ନାଗରିକ ସୁରକ୍ଷା ଅଧିନିୟମ’(BNSS) କାର୍ଯ୍ୟକାରୀ ହେବାକୁ ଯାଉଛି । ସ୍ବାଧୀନତା ପୂର୍ବରୁ ଦେଶରେ ପ୍ରଚଳିତ ହେଉଥିବା ଏହି ନ୍ୟାୟିକ ଅଧିନିୟମରେ ସଂଶୋଧନ ଆଣି କେନ୍ଦ୍ର ସରକାର ଏହାକୁ ଐତିହାସିକ ବୋଲି କହିଥିଲେ । ଏହା ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସ୍ପଷ୍ଟ, ପ୍ରଭାବୀ ଓ ନ୍ୟାୟକୈନ୍ଦ୍ରିକ କରିପାରିବ ବୋଲି ଗୃହମନ୍ତ୍ରୀ ଶାହ କହିଥିଲେ ।

ଗତବର୍ଷ (2023) ଡିସେମ୍ବର 21 ତାରିଖରେ ଏହି 3 ସଂଶୋଧିତ ଅଧିନିମୟମକୁ ସଂସଦରେ ପାରିତ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଆଗତ କରିବା ପରେ ଦୀର୍ଘ ଚର୍ଚ୍ଚାରେ ଏହି ସଂଶୋଧନର ଆବଶ୍ୟକତା ସମ୍ପର୍କରେ ତର୍କ ରଖିଥିଲେ । ପରେ ଏହା 25 ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ଲାଭ କରିଥିଲା । ଏବେ ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ନୂଆ ଅଧିନିୟମ ଅନୁସାରେ କୌଣସି ଅପରାଧିକ ମାମଲାର ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ବିଚାର ପ୍ରକ୍ରିୟାରେ ପୋଲିସ ବ୍ୟବସ୍ଥା ଓ ନ୍ୟାୟିକ ବ୍ୟବସ୍ଥା ଉଭୟ କାର୍ଯ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ :- ‘ହୋମ ସାଇନ୍ସ ଏକ ବୈଧ ବିଷୟ’: କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ

ଶୀତ ଅଧିବେଶନରେ ଏହି 3 ବିଲ ସଂସଦରେ ପାରିତ ହୋଇଥିଲା । ଏହି ୩ଟି ବିଲ୍‌ ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟାରେ ସୁଧାର ଆଣିବ ବୋଲି କେନ୍ଦ୍ର ସରକାର କହିଥିଲେ । ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା ଲାଗୁ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଡିଓର କୋଡ୍‌ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯାଇଛି । ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ- ୨୦୨୩ କାର୍ଯ୍ୟକାରୀ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.