ETV Bharat / bharat

ନିର୍ବାଚନ ପୂର୍ବରୁ ସୁନା ବ୍ୟବସାୟୀଙ୍କ ଘରେ ଚଢାଉ, 5.6 କୋଟି ଟଙ୍କା ସହ 3କେଜି ସୁନା ଜବତ - Police Seized Money And Jewelry

author img

By ETV Bharat Odisha Team

Published : Apr 8, 2024, 5:07 PM IST

Etv Bharat
Etv Bharat

Police Seized Money And Jewelry: ସୁନା ବ୍ୟବସାୟୀଙ୍କ ଘରେ ପୋଲିସ ରେଡ । ସାଢେ ପାଞ୍ଚ କୋଟି ଟଙ୍କା ସହ 2କୋଟିର ସୁନା ଓ ରୂପା ଜବତ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ସୁନା ବ୍ୟବସାୟୀଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା ଓ ସୁନା । ଟହ୍କା ସୁନା ଦେଖି ତାଜୁବ ପୋଲିସ । ନଗତ 5.60 କୋଟି ଟଙ୍କା ସହ 2କୋଟିର ସୁନା ଓ ରୂପା ଜବତ କଲା ବ୍ରୁସେପେଟ ପୋଲିସ । ଏକ ସ୍ପେସିଆଲ ଅପରେସନରେ ପୋଲିସ ଏସବୁ ଜବତ କରିଥିବା ବେଳେ ଏତେ ଟଙ୍କା ବ୍ୟବସାୟୀ ଜଣଙ୍କ କେଉଁଠୁ ଆଣିଲେ ତାହା ଅସ୍ପଷ୍ଟ ରହିଛି । କାମ୍ବଲି ବଜାରରେ ଥିବା ହେମା ଅଳଙ୍କାର ଦୋକାନର ମାଲିକ ନରେଶଙ୍କ ଘରେ ଚଢାଉ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ ଘୋଟାଲାରେ ED ରେଡ୍ ଜାରି; ବ୍ରହ୍ମପୁରରୁ କୋଟିଏ ଟଙ୍କା ଜବତ

ପୋଲିସର ସୂଚନା ଅନୁଯାୟୀ, ହେମା ଅଳଙ୍କାର ଦୋକାନର ମାଲିକଙ୍କ ଘରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ 5.60 କୋଟି ଟଙ୍କା, 3 କିଲୋଗ୍ରାମ ସୁନା, 103 କିଲୋଗ୍ରାମ ରୂପା ଅଳଙ୍କାର, 21 କିଲୋଗ୍ରାମ ଅଶୋଧିତ ରୂପା (crude silver) ଜବତ କରାଯାଇଛି। ଜବତ ହୋଇଥିବା ନଗଦ ଟଙ୍କା ହାଓ୍ବଲା ବ୍ୟବସାୟ ସହ ଜଡିତ ବୋଲି କୁହାଯାଉଛି। ଅଳଙ୍କାର ଦୋକାନ ମାଲିକ ନରେଶଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଘରୁ 7 କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଏବଂ ଅଳଙ୍କାର ଜବତ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ୱାସିଂ ମେସିନ ଭିତରୁ ବାହାରିଲା ୨.୫ କୋଟି ଟଙ୍କା - Cash in Washing Machine

ଏସମ୍ପର୍କରେ ସୂଚନା ଦେଇ ଏସପି ରଣଜିତ କୁମାର ବାନ୍ଦାରୁ କହିଛନ୍ତି, "ଜବତ ହୋଇଥିବା ନଗଦ ଟଙ୍କା, ସୁନା ଓ ରୂପାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯିବ। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଏହା ପରେ ପ୍ରକୃତ ସତ ଜଣାପଡିବ । ଡିଏସପି ନନ୍ଦ ରେଡ୍ଡୀ ଏବଂ ସିପିଆଇ ଏମଏନ୍ ସିନ୍ଧୁରଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ଏକ ମାମଲା ମଧ୍ୟ ଥାନାରେ ପଞ୍ଜିକୃତ ହୋଇଛି ।''

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ଚଢାଉ ଜାରି, ଜବତ ହେଲାଣି ୧୦୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ମାଦକ ଦ୍ରବ୍ୟ ସହ ନଗଦ ଟଙ୍କା

ସୁନା ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏନେଇ ଅଳଙ୍କାର ଦୋକାନ ମାଲିକ ନରେଶଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ନରେଶଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.