ETV Bharat / bharat

କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାରର 7 ଜୀବନ୍ତ ଦଗ୍ଧ - Maharashtra Fire Tragedy

author img

By ETV Bharat Odisha Team

Published : Apr 3, 2024, 7:31 AM IST

Updated : Apr 3, 2024, 10:30 AM IST

Etv Bharat
Etv Bharat

Maharashtra Fire Tragedy: କପଡା ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଚାଲିଗଲା ଗୋଟିଏ ପରିବାରର 7 ଜଣଙ୍କ ଜୀବନ । ଆଜି ଭୋର୍ ସମୟରେ ମହାରାଷ୍ଟ୍ରରେ ଘଟିଛି ଏହି ବଡ ଅଘଟଣ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୭ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି । ଆଜି (ବୁଧବାର) ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହା ସୂଚନା ମିଳିଛି, ଗୋଟିଏ ତିନି ମହଲା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ସେହି କପଡା ଦୋକାନ ଥିଲା । ଉପର ମହଲାରେ ମାଲିକ ଓ କିଛି ଭଡାଟିଆ ରହୁଥିଲେ । କୌଣସି କାରଣରୁ ଦୋକାନରେ ନିଆଁ ଲାଗିଯିବାରୁ ଏହା ଚାରିଆଡକୁ ବ୍ୟାପି ଯାଇଥିଲା । ଉପର ମହଲାରେ ଥିବା ଲୋକମାନେ ତଳକୁ ଆସି ପାରିନଥିଲେ । ଫଳରେ ବଡ ଅଘଟଣ ଘଟିଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି । ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ମୁତାବକ, ଆଜି ଭୋର୍ ପ୍ରାୟ ୩ଟା ସମୟରେ ୩ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂରେ ଥିବା କପଡା ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ବିଲ୍ଡିଂରେ ରହୁଥିବା ଲୋକେ ଶୋଇଥିବାରୁ ହଠାତ୍ ନିଆଁ ଭିତରୁ ବାହାରି ପାରିନଥିଲେ । ଯେଉଁ କାରଣରୁ ୨ ଛୋଟ ପିଲାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ସମ୍ପର୍କରେ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଅଗ୍ନିଶମ ବାହାନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଭୋର୍ ପ୍ରାୟ ସାଢେ ୩ଟା ବେଳେ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା । କୌଣସି ବୈଦ୍ୟୁତିକ ଯାନ ଚାର୍ଜ ବେଳେ ଏପରି ଘଟିଥାଇପାରେ । କପଡା ଗୋଦାମ ଥିବାରୁ ନିଆଁ କ୍ଷୀପ୍ର ବେଗରେ ବ୍ୟାପୀ ଯାଇଥିଲା । କୁଲର ଚାଲିବା ଯୋଗୁଁ ଘରେ ଥିବା ଲୋକମାନେ ନିଆଁ ସମ୍ପର୍କରେ ଜାଣି ପାରିନଥିଲେ । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ କପଡା ଗୋଦାମ ଥିଲା ଓ ମାଲିକ ପରିବାର ପ୍ରଥମ ମହଲାରେ ରହୁଥିଲେ । ଦ୍ବିତୀୟ ଓ ତୃତୀୟ ମହଲାରେ ଭଡାଟିଆ ରହୁଥିଲେ । ଅଗ୍ନିକାଣ୍ଡ ସମୟରେ ଦୁଇ ଜଣ ମହିଳା ଓ ଶିଶୁ ବିଲ୍ଡିଂରୁ ବାହାରକୁ ଦୌଡି ପଳାଇ ଆସିଥିଲେ । ଯେଉଁ କାରଣରୁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ।

ଏହା ମଧ୍ୟ ପଢନ୍ତୁ: ମୋବାଇଲ ଚାର୍ଜର ଫାଟି ଜଳିଗଲା ଘର, 4 ଶିଶୁ ଜୀବନ୍ତ ଦଗ୍ଧ - MOBILE CHARGER FIRE

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନରେ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, 5 ଶ୍ରମିକ ମୃତ - Fire Broke Out In Factory

ଅନ୍ୟପଟେ ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସରେ ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ପଠାଇଛି । ତେବେ ଏହି ଭୟାବହ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡିବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 3, 2024, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.