ETV Bharat / bharat

ରାଜସ୍ଥାନରେ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, 5 ଶ୍ରମିକ ମୃତ - Fire broke out in factory

author img

By ETV Bharat Odisha Team

Published : Mar 23, 2024, 8:41 PM IST

ରାଜସ୍ଥାନରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡରେ 5 ମୃତ
ରାଜସ୍ଥାନରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡରେ 5 ମୃତ

Fire broke out in chemical factory: କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ କାରଣରୁ 5 ଜଣ ଶ୍ରମିକଙ୍କ ମୃତ୍ୟୁ । ଅନ୍ୟ କିଛି ଆହତ ହସ୍ପିଟାଲରେ ଭର୍ତ୍ତି । ପ୍ରଶାସନର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର ନିକଟବର୍ତ୍ତୀ ବସି ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟିଛି । ଏଥିରେ 5ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବା ଶ୍ରମିକ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଅନ୍ୟ କିଛି ଆହତ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳତା ମିଳିଛି । ତେବେ ମୋଟ କେତେ ଜଣ ଶ୍ରମିକ କାରଖାନାରେ କାର୍ଯ୍ୟରତ ଥିଲେ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ 5 ମୃତଦେହ ଉଦ୍ଧାର ହୋଇଥିବା ସ୍ପଷ୍ଟ କରିଛି । ସେମାନେ କାରଖାନାରେ କାମ କରୁଥିବା ଶ୍ରମିକ ହୋଇଥିବା ନେଇ ସନ୍ଦେହ କରାଯାଉଥିଲେ ସୁଦ୍ଧା ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି ।

ତେବେ ମିଳିଥିବା ସୂଚନା ଅନୁସାରେ, ଆଜି କାରଖାନାରେ କାମ ଚାଲିଥିବା ବେଳେ ଅପରାହ୍ନରେ କୌଣସି କାରଣରୁ ବଏଲରରେ ଅଗ୍ନିକାଣ୍ଡ ଘଟିଥିଲା । କାରଖାନାରେ ରାସୟନିକ ପଦାର୍ଥ ଗଚ୍ଛିତ ଥିବା କାରଣରୁ ନିଆଁ ତୁରନ୍ତ ଅନ୍ୟତ୍ର ବ୍ୟାପୀ ଯିବା ସହ ବିସ୍ଫୋରଣ ମଧ୍ୟ ହୋଇଥିଲା । କିଛି କର୍ମଚାରୀ ଓ ଶ୍ରମିକ ଧାଇଁ ପଳାଇ ଜୀବନ ବଞ୍ଚାଇଥିବା ବେଳେ ଅନ୍ୟ କିଛି ନିଆଁରୁ ବାହାରି ପାରିନଥିଲେ । ପୋଲିସ ଓ ଦମକଳ ପହଞ୍ଚି ନିଆଁକୁ ଆୟତ କରିବା ପରେ 5 ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତନ୍ତର କରିବାକୁ ପୋଲିସ ପ୍ରକ୍ରିୟା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ଗ୍ୟାରେଣ୍ଟି: '2024ରେ ସରକାର ଗଢିବ ଦଳ' - congress guarantee

ସ୍ଥାନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ଜୟପୁରର ବିଶ୍ୱକର୍ମା ଅଞ୍ଚଳରେ ମଧ୍ୟ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ​​ଯେଉଁଥିରେ ତିନି ଶିଶୁଙ୍କ ସହ ଦମ୍ପତି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.