ETV Bharat / bharat

ମୋବାଇଲ ଚାର୍ଜର ଫାଟି ଜଳିଗଲା ଘର, 4 ଶିଶୁ ଜୀବନ୍ତ ଦଗ୍ଧ - MOBILE CHARGER FIRE

author img

By ETV Bharat Odisha Team

Published : Mar 24, 2024, 1:14 PM IST

4 Died in spark from mobile charger: ମୋବାଇଲ ଚାର୍ଜର ଫାଟି ଜଳିଗଲା ଘର । ନିଆଁର ଆଁରେ 4 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

mobile charger blast
mobile charger blast

ଲକ୍ଷ୍ମୌ: ମୋବାଇଲ ଚାର୍ଜର ଫାଟି ବଡ ଧରଣର ଅଘଟଣ ଉତ୍ତରପ୍ରଦେଶର ମେରଟ ଜିଲ୍ଲା ପଲ୍ଲପୁରମ ଥାନା ଅନ୍ତର୍ଗତ ଜନତା କଲୋନୀରେ ଶନିବାର ରାତିରେ ଅଭାବନୀୟ ଘଟଣା ଘଟିଛି । ମୋବାଇଲ ଟାର୍ଜରରୁ ସର୍ଟସର୍କିଟ ଯୋଗୁଁ ସମ୍ପୂର୍ଣ୍ଣ ଘର ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ 4 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବାପା ମାଆ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମୁଜଫରନଗରରେ ସିଖେଡା ଅଞ୍ଚଳର ବାସିନ୍ଦା ଜାନି ପୁତ୍ର ତାଙ୍କ ପତ୍ନୀ ବବିତା ଓ 4 ଜଣଙ୍କ ଶିଶୁ ସାରିକା, ନିହାରିକା(8), ଗୋଲୁ(6) ଓ କାଲୁ (5)ଙ୍କ ସହ ପଲ୍ଲପୁରମ ଠାରେ ଏକ ଭଡା ଘରେ ରହୁଥିଲେ । ଜାନି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ହୋଲି ପାଳନ ପାଇଁ ସେ ଶନିବାର ଦିନ ଘରକୁ ଆସିଥିଲେ ।

ସନ୍ଧ୍ୟା ସମୟରେ ଜାନି ଓ ତାଙ୍କ ପତ୍ନୀ ହୋଲି ପର୍ବ ଅବସରରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ 4 ଜଣ ପିଲା ଅନ୍ୟ ଏକ ଘରେ ରହିଥିଲେ । ସେହି ଘର ଭିତରେ ମୋବାଇଲ ଚାର୍ଜରେ ବସିଥିବା ବେଳେ ହଠାତ ଚାର୍ଜର ସର୍ଟ ସର୍କିଟ ହେବା ସହ ଜୋରରେ ବିସ୍ଫୋରଣ ଘଟିଥିଲା । ଯାହାଫଳରେ ପୁରା ଘରେ ନିଆଁ ଲାଗିଯାଇଥିଲା । ଘର ମଧ୍ୟରେ ପିଲାମାନେ ଥିବା ବେଳେ ନିଆଁ ଯୋଗୁ ଘର ଭିତରୁ ବାହାରି ପାରିନଥିଲେ । ନିମିଷକ ମଧ୍ୟରେ ପୁରା ଘରେ ନିଆଁ ଲାଗିଯାଇଥିବା ବେଳେ ପିଲାମାନେ ମଧ୍ୟ ନିଆଁର କବଳରେ ଆସି ପୋଡି ଯାଇଥିଲେ । ଘରର ପର୍ଦ୍ଦାରେ ନିଆଁ ଲାଗିଯାଇଥିବାରୁ ଘରୁ ବାହାରକୁ ଆସିପାରିନଥିଲେ ପିଲାମାନେ । ବିସ୍ଫୋରଣ ଶବ୍ଦ ଶୁଣି ପିଲାମାନଙ୍କୁ ବଞ୍ଚାଇବା ପାଇଁ ମାଆ ବାପା ମଧ୍ୟ ଘର ଭିତରକୁ ଆସିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇ ପାରିନଥିଲେ ।

ଏହାମଧ୍ୟ ପଢନ୍ତୁ.. ସିଲିଣ୍ଡର ଫାଟି ପୋଡ଼ିଗଲା ଘର, ନିଆଁ ଆଁରେ ଜଳିଗଲେ ପୂରା ପରିବାର - Fire In Jaipur


ଘରେ ନିଆଁ ଲାଗିଯାଇଥିବା ଦେଖି ପଡୋଶୀମାନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ପୋଲିସ ମଧ୍ୟ ଖବର ପାଇବା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସମସ୍ତ 4 ପିଲାମାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାରେ ବାପା- ମାଆଙ୍କ ଚିକିତ୍ସା ଜାରି ରହିଛି ।

ହୋଲି ପର୍ବର ଖୁସିର ମାହୋଲରେ ଏତେବଡ ଅଘଟଣ ଯୋଗୁ ଦୁଃଖର ଲହରୀ ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ବାତାବରଣ ଖେଳିଯାଇଛି । ତେବେ ମୋବାଇଲ ଚାର୍ଜରେ ବସାଇବା ବେଳେ ନିହାତି ସତର୍କତା ଅବଲମ୍ବନ କରିବାର ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.