ETV Bharat / bharat

ମତଦାନ କଲେ ପ୍ରଧାନମନ୍ତ୍ରୀ, ମତଦାତାଙ୍କୁ ଜଣାଇଲେ ଶୁଭେଚ୍ଛା - Third phase Voting

author img

By ETV Bharat Odisha Team

Published : May 7, 2024, 7:59 AM IST

Updated : May 7, 2024, 9:22 AM IST

Voting begins for 93 seats in third phase starts: ଆରମ୍ଭ ହେଲା ଭୋଟିଂ । ଅହମ୍ମଦାବାଦରେ ଭୋଟ ଦେଲେ ମୋଦି-ଶାହ । ବିଭିନ୍ନ ସ୍ଥାନରେ ଭୋଟିଂକୁ ନେଇ ଉତ୍ସାହ । ଅଧିକ ପଢନ୍ତୁ

ଆରମ୍ଭ ହେଲା ଭୋଟିଂ, ଭୋଟ ଦେଲେ ମୋଦି-ଶାହ
ଆରମ୍ଭ ହେଲା ଭୋଟିଂ, ଭୋଟ ଦେଲେ ମୋଦି-ଶାହ (ଫଟୋ- ଇଟିଭି ଭାରତ ଓଡିଶା)

ନୂଆଦିଲ୍ଲୀ: ଆଜି ତୃତୀୟ ପର୍ଯ୍ୟାୟରେ 11ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ଭୋଟିଂ । ମକଡ୍ରିଲ ଶେଷ ହେବା ପରେ ସକାଳ 7ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଦେଇଛନ୍ତି । ଉଭୟ ଅହମ୍ମଦାବାଦ ସ୍ଥିତ ନିଶାନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହ ପହଞ୍ଚି ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଡା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ବହୁ ହେବିଓ୍ବେଟ ପ୍ରାର୍ଥୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ମଧ୍ୟ ଭୋଟିଂ ପାଇଁ ସେମାନଙ୍କ ବୁଥରେ ପହଞ୍ଚିଥିବାର ଦୃଶ୍ୟ ଗଣମାଧ୍ୟମରେ ଆସିବାରେ ଲାଗିଛି ।

କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟାଦ୍ଦିରୁପ୍ପା ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟରେ ଚଳିତଥର ଭାରତୀୟ ଜନତା ପାର୍ଟି 28ରୁ ପ୍ରାୟ 25 ଆସନ ଜିତିବାକୁ ଯାଉଥିବା ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ସାଂସଦ ପ୍ରାର୍ଥୀ ଶିବରାଜ ସିଂ ଚୌହାନ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ଘରେ ପୁଜାପାଠ କରିବା ପରେ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଥିବା ଶିବରାଜ ବହୁସଂଖ୍ୟାରେ ଲୋକଙ୍କୁ ଭୋଟ ଦେବା ପାଇଁ ଗଣମାଧ୍ୟମରେ ମଧ୍ୟ ଅନୁରୋଧ କରିଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ମଧ୍ୟ ଭୋଟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆରମ୍ଭ ହେଲା ଭୋଟିଂ, ଭୋଟ ଦେଲେ ମୋଦି-ଶାହ - Third phase Voting

ସକାଳୁ ଭୋଟିଂ ଆରମ୍ଭ ହେବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ସକାଳୁ ମତାଦନ କେନ୍ଦ୍ର ଆଗରେ ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳିଛି । ସମ୍ବେଦନଶୀଳ ସ୍ଥାନ ତଥା ପୂର୍ବରୁ ହିଂସାର ରେକର୍ଡ ଥିବା ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସଂଧ୍ୟା 5ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ହେଉଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଶେଷ ହେବ । 4 ତାରିଖରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ଭାରତର ଏହି ଜନାଦେଶ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 7, 2024, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.