ETV Bharat / bharat

କସ୍‌ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ, 32 ଆହତ, 9 ନିଖୋଜ

author img

By ETV Bharat Odisha Team

Published : Feb 2, 2024, 10:45 PM IST

Updated : Feb 2, 2024, 11:04 PM IST

ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡ

Fire Broke Out in Cosmetic Factory At Solan: କସ୍‌ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଜଣଙ୍କର ମୃତ୍ୟୁ । 32 ଜଣ ଉଦ୍ଧାର ଓ 9 ଜଣ ବ୍ୟକ୍ତି ନିଖୋଜ । ଅଧିକ ପଢ଼ନ୍ତୁ

ଅଗ୍ନିକାଣ୍ଡ

ସିମଲା: କସ୍‌ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ହିମାଚଳ ପ୍ରଦେଶ ସୋଲନରେ ଥିବା ଏକ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 32 ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଛି । ସେପଟେ ଏବେ ସୁଦ୍ଧା 9 ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି । ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶ ସୋଲନର ଶିଳ୍ପାଞ୍ଚଳର ବଢିର ଝାଡମାଜରୀ ସ୍ଥିତ କସ୍‌ମେଟିକ ପ୍ରଡକ୍ଟ ଉତ୍ପାଦନ କରୁଥିବା ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ଫ୍ୟାକ୍ଟ୍ରିରେ ଅଗ୍ନୀକାଣ୍ଡ ଫଳରେ ଏହା ମଧ୍ୟରେ 30 ରୁ 40 ଜଣ ବ୍ୟକ୍ତି ଫସି ରହିଥିବା ପ୍ରଥମେ ଆଶଙ୍କା କରାଯାଉଥିବା ବେଳେ ନିଆଁ ଭିତରୁ 32 ଜଣଙ୍କୁ ଉଦ୍ଧାର କରାଯାଇଛି । ଏହାସହ 9 ଜଣ ବ୍ୟକ୍ତି ଏବେ ସୁଦ୍ଧା ନିଖୋଜ ରହିଛନ୍ତି । ସେପଟେ ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ....ଚାରି ମହଲା କୋଠାରେ ଲାଗିଲା ନିଆଁ; ବର୍ଷକର ଶିଶୁ ସମେତ ୪ ମୃତ

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣିରେ ଅଗ୍ନିକାଣ୍ଡ, 6 ଶ୍ରମିକ ମୃତ ଏକାଧିକ ଆହତ

ଏନେଇ ସୋଲାନ ଡିସି ମନମୋହନ ଶର୍ମା କହିଛନ୍ତି ଯେ, ବଢିର ଝାଡମାଜରୀର ଏକ କାରଖାନାରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଯେଉଁଥିପାଇଁ ପ୍ରଶାସନିକ ଦଳ ଆଲର୍ଟ ମୋଡରେ ଆସିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହାସହ NDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା ନିଆଁ ଭିତରୁ 32 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ଅଗ୍ନିକାଣ୍ଡ ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା 9 ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ସଠିକ ଭାବରେ ଜଣାପଡ଼ିନଥିବା ବେଳେ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 2, 2024, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.