ETV Bharat / bharat

ଚାରି ମହଲା କୋଠାରେ ଲାଗିଲା ନିଆଁ; ବର୍ଷକର ଶିଶୁ ସମେତ ୪ ମୃତ

author img

By ETV Bharat Odisha Team

Published : Jan 27, 2024, 8:13 AM IST

Delhi fire breaks out: ଦିଲ୍ଲୀରେ ଏକ ୪ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Delhi fire breaks out
ଦିଲ୍ଲୀ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ୪ ମହଲା ବିଲ୍ଡିଂରେ ନିଆଁ ଲାଗିଯିବାରୁ ୪ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ସହ ଦୁଇ ମହିଳା ରହିଛନ୍ତି । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ରାଜଧାନୀର ଶାହଦରା ଅନ୍ତର୍ଗତ ରାମନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଶାହଦରା ଡିସିପି ସୁରେନ୍ଦ୍ର ଚୌଧୁରୀଙ୍କ ସୂଚନା ମୁତାବକ, ରାମନଗର ଅଞ୍ଚଳରେ ସ୍ଥିତ ଉକ୍ତ ଚାରି ମହଲା କୋଠାର ଗ୍ରାଉଣ୍ଡ ଫ୍ଲୋରରେ ଅଗ୍ନିକାଣ୍ଡ ଘଟିଥିଲା । ସନ୍ଧ୍ୟା ପାଖାପାଖି ସାଢେ ୫ଟା ସମୟରେ ଏହି ଘଟଣା ଘଟିଥିଲା । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରର ଗୋଟିଏ ଘରେ ରବର ଭଳି ୱାଇପର ଏବଂ ରବର କଟିଂ ମେସିନ ରଖାଯାଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଧୂଆଁ ସାରା ବିଲ୍ଡିଂରେ ବ୍ୟାପି ଯାଇଥିଲା । ଏହି ସମୟରେ ଦ୍ବିତୀୟ ମହଲାରେ କେହି ନଥିବା ବେଳେ ତୃତୀୟ ମହଲାରେ ଥିବା କିଛି ଲୋକ ବିଲ୍ଡିଂରେ ଫସି ରହିଯାଇଥିଲେ । ପ୍ରବଳ ଧୂଆଁରେ ଜଣେ ବୃଦ୍ଧା ମହିଳା ବେହୋସ୍ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: କୋଇଲା ଖଣିରେ ଅଗ୍ନିକାଣ୍ଡ, 6 ଶ୍ରମିକ ମୃତ ଏକାଧିକ ଆହତ

ବିଲ୍ଡିଂରେ ନିଆଁ ଲାଗିବାର ଦେଖି ଆଖପାଖର ପଡୋଶୀ ସଙ୍ଗେ ସଙ୍ଗେ ଦମକଳ ବାହିନୀ ଖବର ଦେଇଥିଲେ । ଦମକଳ ଟିମ୍ ସେଠାରେ ପହଞ୍ଚି ବିଲ୍ଡିଂ ଭିତରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ, ଦୁଇ ମହିଳା ଓ ଜଣେ ୧୭ ବର୍ଷୀୟ ନାବାଳକ ରହିଛନ୍ତି । ମୃତ ମହିଳା ଗୌରୀ(୪୦) ଓ ରଚନା(୨୮) ବୋଲି ପରିଚୟ ମିଳିଛି ।

ଦମକଳ ଅଧିକାରୀଙ୍କ କହିବା କଥା, ଅଗ୍ନିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇପାରିନି । ତେବେ ସଟ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ଏଥିରେ ଜଣେ ଜଣେ୧୬ ବର୍ଷୀୟା ନାବାଳିକା ଓ ୭୦ ବର୍ଷୀୟା ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ଦୁହେଁ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.