ETV Bharat / bharat

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବନ୍ଧା ହେଲେ ବିଆରଏସ ନେତ୍ରୀ କବିତା

author img

By ETV Bharat Odisha Team

Published : Mar 15, 2024, 3:23 PM IST

Updated : Mar 16, 2024, 7:19 AM IST

BRS MLC Kavitha Arrested: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କବିତାଙ୍କ ବାସଭବନରେ ଚଢାଉ ସହ ତାଙ୍କୁ ଗିରଫ କରିଛି ଇଡି । ଅଧିକ ପଢନ୍ତୁ

ED raids at Kavitha residences
ED raids at Kavitha residences

ହାଇଦ୍ରାବାଦ: ଗିରଫ ହେଲେ BRS ଏମଏଲସି କେ କବିତା । ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚଢାଉ କରିଥିଲା ଇଡି । ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଚଢାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । 10 ଟିମ ଏହି ଚଢାଉରେ ସାମିଲ ହୋଇଥିବା ନେଇ ସୂଚନା ରହିଛି । ତେବେ ଚଢାଉ ସମୟରେ ବାସଭବନକୁ ଅନ୍ୟ କାହାର ପ୍ରବେଶକୁ ବାରଣ କରାଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ଦ୍ବାରା ଜେରା ହୋଇଥିଲେ କବିତା ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାକୁ ନେଇ ଇଡି ଏବଂ ଆଇଟି ଅଧିକାରୀମାନେ ମିଳିତ ଭାବେ କବିତାଙ୍କ ବାସଭବନରେ ଚଢାଉ ଜାରି ରଖିଛନ୍ତି । ଏହା ପୂର୍ବରୁ କବିତାଙ୍କୁ ପ୍ରାୟ 9 ଘଣ୍ଟା ଜେରା କରାଯାଇଥିଲା । ଇଡି କବିତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି । ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ MLC କବିତା ଏହି ଗୃପର ପ୍ରମୁଖ ସଦସ୍ୟ ଥିବା ଇଡି ଦାବି କରିଥିଲା । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ତାଙ୍କୁ ଜେରା କରିବାକୁ ସମନ କରାଯାଇଥିଲା । ତେବେ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ବିଆରଏସ ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପଚରାଉଚରା କରିବା ସହ ତାଙ୍କ ପୂର୍ବତନ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାୟ ।

ଏହା ମଧ୍ୟ ପଢନ୍ତୁ: ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେସିଆର ଝିଅଙ୍କ ସମ୍ପୃକ୍ତି

ପ୍ରକାଶଥାଉକି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ପ୍ରଥମେ ମାର୍ଚ୍ଚ ୮ରେ କବିତାକୁ ନୋଟିସ କରିଥିଲା । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ସାମ୍ନାସାମ୍ନି ବସାଇ ୯ ଘଣ୍ଟା ମାରାଥନ ଜେରା କରିଥିଲା । ଏହାପରେ ପୁଣିଥରେ ମାର୍ଚ୍ଚ ୧୬ରେ ହାଜର ହେବାକୁ ଇଡିର ସମନ ମିଳିବା ପରେ ଏହାକୁ ବିଆରଏସ ନେତ୍ରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୯ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2024, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.