ETV Bharat / bharat

ରାଉସ୍‌ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ଝଟ୍‌କା, ଜାମିନ ଆବେଦନ ଖାରଜ - Delhi Excise Policy case

author img

By ETV Bharat Odisha Team

Published : May 6, 2024, 1:24 PM IST

K Kavitha
K Kavitha (Etv Bharat)

Delhi Excise Policy case: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ମିଳୁନି ଜାମିନ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ । ଅଦିକ ପଢନ୍ତୁ

ନୂଆଦିଲ୍ଲୀ: ବାରମ୍ବାର ଆବେଦନ ପରେ ବି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ୍‌ ନେତ୍ରୀ କେ. କବିତାଙ୍କୁ ମିଳୁନି ଜାମିନ । ତାଙ୍କର ଜମିନ ଆବେଦନକୁ ଖାରଜ କରିଦେଇଛନ୍ତି ରାଉସ୍‌ ଆଭେନ୍ୟୁ କୋର୍ଟ । ବର୍ତ୍ତମାନ ନ୍ୟାୟିକ ହେପାଜତରେ ରହିଛନ୍ତି କବିତା । ମେ 7 ତାରିଖରେ ନ୍ୟାୟିକ ହେପାଜତ ଅବଧି ଶେଷ ହେବ । ଏହାପରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ।

ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା ଏହି ଆବେଦନର ଶୁଣାଣି କରି ସିବିଆଇ ଏବଂ ଇଡି ମାମଲାରେ କବିତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ 15 ତାରିଖରେ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେ କବିତାଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ସମାନ ମାମଲାରେ ତାଙ୍କୁ ଏପ୍ରିଲ 11 ତାରିଖରେ ଗିରଫ କରିଥିଲା । ଏହି ସମୟରେ ସେ ନ୍ୟାୟିକ ହେପାଜତରେ ଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଉଜ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ପୁଣି ଝଟକା, ବଢିଲା ହେପାଜତ ଅବଧି - Delhi Liquor Policy Case

ଏହାପରେ କବିତାଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିବା ବେଳେ ଏପ୍ରିଲ 15 ତାରିଖ ଯାଏଁ ସିବିଆଇ ହେପାଜକୁ ପଠାଇଲେ କୋର୍ଟ । ନ୍ୟାୟିକ ହେପାଜତ ଅବଧି ସରିବା ପରେ ସେ କୋର୍ଟରେ ହାଜର ହୋଇଥିଲେ । ଶୁଣାଣି ସମୟରେ ଏପ୍ରିଲ 23 ତାରିଖ ଯାଏଁ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରାଯାଇଥିଲା । ଏହା ଶେଷ ହେବା ପରେ ରାଉସ୍‌ ଆଭେନ୍ୟୁ କୋର୍ଟ କେଜ୍ରିୱାଲ ଓ କବିତାଙ୍କ ସମେତ ଆପର ଫଣ୍ଡ ମ୍ୟାନେଜର ଚନପ୍ରୀତ ସିଂଙ୍କୁ ଆହୁରି 14 ଦିନ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆସନ୍ତା ମେ 7 ତାରିଖରେ ଶେଷ ହେବ । କବିତା ଦିଲ୍ଲୀ ଅବକାରୀ ନୀତିର ଏକ ବଡ଼ ଅଂଶ ଲାଗି ଆପ୍‌କୁ ବିଜୟ ନାଏରଙ୍କ ଜରିଆରେ 100 କୋଟି ଟଙ୍କା ଦେଇଥିଲେ । ଏଥିଲାଗି କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସିବିଆଇ କହିଥିଲା ।

ପ୍ରକାଶ ଥାଉ, ସାଉଥ୍‌ ଇଣ୍ଡିଆର ମଦ ବ୍ୟସାୟୀ ଶରତ ଚନ୍ଦ୍ର ରେଡ୍ଡୀ ନୂଆ ଅବକାରୀ ନୀତି ଅଧୀନରେ ବ୍ୟବସାୟ କରିବାରେ ସାହାୟ୍ୟ କରିବା ପାଇଁ ଗତ 2021 ମାର୍ଚ୍ଚ 16 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । କେଜ୍ରିୱାଲ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଲାଗି କହିଥିଲେ । ଏନେଇ କବିତା ତାଙ୍କୁ ଯୋଗାଯୋଗ କରିବେ ବୋଲି ମଧ୍ୟ କହିଥିଲେ । ଏହି ବିଷୟକୁ କୋର୍ଟରେ ଉପସ୍ଥାପନ କରିଥିଲା ସିବିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.