ETV Bharat / bharat

ଉତ୍କଳମଣିଙ୍କ କବିତା ପଂକ୍ତି ପଢ଼ିଲେ ରାଷ୍ଟ୍ରପତି: କହିଲେ "କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି"

author img

By ETV Bharat Odisha Team

Published : Jan 31, 2024, 1:05 PM IST

Updated : Jan 31, 2024, 2:18 PM IST

Parliament Budget Session: ସଂସଦର ବଜେଟ ଅଧିବେଶନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଭିଭାଷଣରେ ଉତ୍କଳମଣିଙ୍କ କାଳଜୟୀ କବିତାର ପଂକ୍ତି ପଢ଼ିଲେ ରାଷ୍ଟ୍ରପତି। ଅଧିକ ପଢନ୍ତୁ

Budget Session 2024
Budget Session 2024

Parliament Budget Session

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦର ସ୍ବଳ୍ପକାଳୀନ ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ସଂସଦ ଭବନରେ ପ୍ରଥମ ଅଭିଭାଷଣରେ ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ଦୌପଦୀ ମୁର୍ମୁ । ଏହା ପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଓଡିଆରେ କହିଛନ୍ତି ।

ଉତ୍କଳମଣିଙ୍କୁ ମନେ ପକାଇଲେ ମହାମହିମ:

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତାକୁ ମନେ ପକାଇଛନ୍ତି । ' ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ..' ପଂକ୍ତିକୁ ପାଠ କରିଥିଲେ ରାଷ୍ଟ୍ରପତି । ପ୍ରଥମେ ଓଡିଆରେ କହିବା ପରେ ପଂକ୍ତିକୁ ହିନ୍ଦୀରେ ବୁଝାଇଛନ୍ତି । 'ମୋର ଶରୀର ଏ ଦେଶର ମାଟି ସହିତ ମିଶିଯାଉ, ଦେଶବାସୀ ମୋର ପିଠି ଉପରେ ଚଢ଼ି ଚାଲିଯାଆନ୍ତୁ ।' ଏହି ପଂକ୍ତିରେ କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ମାଡାମ ପ୍ରେସିଡେଣ୍ଟଙ୍କ ଅଭିବାଦନକୁ ସମସ୍ତେ ସମର୍ଥନ ଜଣାଇ ଉତ୍ସାହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଳି ମାଳି ସମର୍ଥନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିରୋଧୀ ସାଂସଦଙ୍କୁ ମୋଦିଙ୍କ ସମାଲୋଚନା; ଆତ୍ମସମୀକ୍ଷା କରନ୍ତୁ, ଏ ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ବିର୍ସା ମୁଣ୍ଡା ଜୟନ୍ତୀ 'ଜନଜାତି ଗୌରବ ଦିବସ': ମହାନ ସ୍ବତନ୍ତ୍ରତା ସେନାନୀ, ଓଡ଼ିଶାର ଗୌରବ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଏହାସହ ସେ ଅଭିଭାଷଣରେ କହିଛନ୍ତି, ସାହେବ ଯାଦବଙ୍କ ସ୍ମୃତିରେ ବିରବଲ୍ ଦିବସ ଘୋଷଣା କରାଯାଇଛି । ବିଭାଜନ ବିଭୀଷିକାକୁ ମନେ ପକାଇବା ପାଇଁ ଅଗଷ୍ଟ 14 ତାରିଖକୁ ବିଭୀଷିକା ସ୍ମୃତି ଦିବସ ଭାବେ ଘୋଷିତ କରାଯାଇଛି ।

ଭାରତକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଗାମୀ ଦିନରେ ବଡ଼ ଉପଲବ୍ଧି ମିଳିବ ବୋଲି ଅଭିଭାଷଣରେ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ମାଡାମ ପ୍ରେସିଡେଣ୍ଟ କହିଛନ୍ତି, "ଖୁବଶୀଘ୍ର ଗଗନଯାନ ମହାକାଶକୁ ଯିବ ଏବଂ ମହାକାଶରେ ମାନବର ଉପସ୍ଥିତି ଜାହିର ହେବ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇପାରିଛି । ଡିଜିଟାଲ ଇଣ୍ଡିଆ ଜରିଆରେ ବହୁସଂଖ୍ୟକ ଯୁବକଙ୍କୁ ନିଯୁକ୍ତି ମିଳିପାରିବ।" ବିକାଶ କ୍ଷେତ୍ରରେ ଏଆଇ ଉପଯୋଗ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 31, 2024, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.