ETV Bharat / bharat

ଆଶ୍ଚର୍ଯ୍ୟ ! ଟ୍ରେନ ଚକ ଉପରେ ବସି 5 ବର୍ଷର ନାବାଳକର 100 କିମି ଯାତ୍ରା - Child Rescued By RPF

author img

By ETV Bharat Odisha Team

Published : Apr 22, 2024, 10:35 PM IST

Child Rescued By RPF
Child Rescued By RPF

100 km Travel by sitting between wheels: ଟ୍ରେନ ଚକ ଉପରେ ବସି 100 କିମି ଯାତ୍ରା କଲା 5 ବର୍ଷର ନାବାଳକ । କିପରି ଚକ ତଳକୁ ଗଲା ନାବାଳକ ? ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟ ! ଟ୍ରେନ ଚକ ଉପରେ ବସି 5ବର୍ଷର ନାବାଳକର 100କିମି ଯାତ୍ରା

ଲକ୍ଷ୍ନୌ: କଥାରେ ଅଛି 'ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ' । ଏମିତି ଏକ ଘଟଣା ଉତ୍ତର ପ୍ରଦେଶ ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନରେ । ଯେଉଁଠି ଟ୍ରେନ ଚକ ଉପରେ ବସି ଦୀର୍ଘ 100କିମି ଯାତ୍ରା କରିଛି 5 ବର୍ଷର ନାବାଳକ । ଏହି ନାବାଳକ ଜଣକ ଖେଳୁ ଖେଳୁ ଚାରବାଗ ରେଳ ଷ୍ଟେସନରେ ଲାଗିଥିବା ମାଲଗାଡି ଟ୍ରେନରେ ପହଞ୍ଚିଥିଲା । ଏହି ସମୟରେ ମାଲଗାଡି ଟ୍ରେନଟି ଚାଲିବା ପରେ ନାବାଳକ ଜଣକ ଟ୍ରେନରୁ ବାହାରି ପାରିନଥିଲା ।

ରେଳ ଚକ ମଝିରେ ଫସିଥିଲା ନାବାଳକ:- ପିଲାଟି ଚାରବାଗ ରେଳ ଷ୍ଟେସନରେ ଟ୍ରେନର ଚକ ମଧ୍ୟରେ ଶୋଇଥିଲା । ଏହା ପରେ ମାଲବାହୀ ଟ୍ରେନ ଗଡ଼ିବା ଆରମ୍ଭ କରିଥିଲା ଏବଂ ପିଲାଟି ଭୟରେ ସେହିପରି ଶୋଇ ରହିଥିଲା । ପିଲାଟି ସୌଭାଗ୍ୟବଶତଃ ଟ୍ରେନ ତଳକୁ ଯିବାକୁ ଚେଷ୍ଟା କରିନାହିଁ, ନଚେତ ଅଘଟଣ ଘଟିବାର ଆଶଙ୍କା ରହିଥିଲା । ଟ୍ରେନ ପ୍ରାୟ 102 କିଲୋମିଟର ଆଗକୁ ହରଦୋଇରେ ପହଞ୍ଚିଥିଲା ​। ଏଠାରେ ଟ୍ରେନ ଅଟକାଇବା ପରେ ରେଳବାଇ ସୁରକ୍ଷା ବାହିନୀର କର୍ମଚାରୀମାନେ ଶିଶୁଟିକୁ ଦେଖିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ପିତା ସହ ଷ୍ଟେସନରେ କରୁଥିଲା ଭିକ୍ଷା:- ମିଳିଥିବା ସୂଚନା ଅନୁସାରେ ପିଲାଟି ମା' ଛେଉଣ୍ଡ । ସେ ତାର ପିତା ସହ ରେଳ ଷ୍ଟେସନରେ ଭିକ୍ଷା ମାଗିଥାଏ । ଏନେଇ ରେଳ ଅଧିକାରୀ କହିଛନ୍ତି, "ହରଦୋଇ ରେଳ ଷ୍ଟେସନରେ ଯାଞ୍ଚ କରିବା ସମୟରେ ଏହି ପିଲାଟିକୁ ମାଲବାହୀ ଟ୍ରେନର ଚକ ମଧ୍ୟରେ ଫସି ଥିବାର ଦେଖିଲି । ଏହି ସୂଚନା ହରଦେଇ ରେଳ ସୁରକ୍ଷା ବଳକୁ ଦିଆଯାଇଥିଲା ।" ଏହାପରେ ଆରପିଏଫ କର୍ମଚାରୀମାନେ ଶିଶୁକୁ ସୁରକ୍ଷିତ ଭାବେ ମାଲବାହୀ ଟ୍ରେନରୁ ବାହାର କରି ଉଦ୍ଧାର କରିଥିଲେ ।

ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର:- ପିଲାଟିକୁ ଉଦ୍ଧାର କରାଯିବା ପରେ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଛି । ଶିଶୁର ପିତାଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି । ଏଥିସହିତ ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁଟି ଉଦ୍ଧାର ସମୟରେ ଅତ୍ୟନ୍ତ ଭୟଭୀତ ଥିବାରୁ ତାକୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯିବା କୁହାଯାଇଛି ।

ଏହା ବି ପଢନ୍ତୁ- ପାର୍ ହେଉଥିଲେ ରେଳ ଧାରଣା, ହଠାତ୍ ଆସିଲା ଟ୍ରେନ...

ଏହା ବି ପଢନ୍ତୁ- ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରେନ, ଟ୍ରାକରେ ଶୋଇ ଜୀବନ ବଞ୍ଚାଇଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.