ଓଡିଶା

odisha

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଅସ୍ଥାୟୀ କର୍ମଚାରୀ, 4 ଦଫା ଦାବି ନେଇ ଗର୍ଜିଲେ କର୍ମକର୍ତ୍ତା

By

Published : Mar 13, 2023, 8:52 AM IST


ଢେଙ୍କାନାଳ:ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟାଟା ପାୱାର ଅସ୍ଥାୟୀ କର୍ମଚାରୀ । ଢେଙ୍କାନାଳ TPCODL କାର୍ଯ୍ୟଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ବିକ୍ଷୋଭ ପ୍ରଦର୍ଶନ କରାଛନ୍ତି କର୍ମଚାରୀ । କର୍ମଚାରୀମାନେ ୪ଦଫା ଦାବିରେ ଟିପିସିଓଡିଏଲ ଢେଙ୍କାନାଳ ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଗତ ଏକ ମାସ ହେବ ଏହି ଚାରି ଦଫା ଦାବି ବିଷୟରେ ଟାଟା ପାୱାରକୁ ଚିଠି ଲେଖିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କମ୍ପାନୀ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେବେ 4 ଦଫା ଦାବି ଦେଉଛି, ସ୍ଥାୟୀ ଚାକିରି, ଦ୍ୱିତୀୟରେ ସମସ୍ତଙ୍କୁ ସମାନ ଦରମା । ତୃତୀୟରେ ଚାକିରିର ସର୍ତ୍ତାବଳୀ ଓ ଶେଷ ଦାବି ହେଉଛି ସ୍ବାସ୍ଥ୍ୟଗତ ବୀମା ।


ବିଦ୍ୟୁତ୍‌ ସରବରାହ ଓ ମରାମତି କାର୍ଯ୍ୟ ଠିକା ଭାବେ ନେଇଥିବା ଟାଟା ପାୱାର ବା ଟିପିସିଓଡିଏଲର ଅସ୍ଥାୟୀ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଏହି କର୍ମଚାରୀ ମାନେ ୧୦ତାରିଖରୁ ଟିପିସିଓଡିଏଲର ଢେଙ୍କାନାଳ ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । କମ୍ପାନୀରେ କାର୍ଯ୍ୟରତ ଏହି ଅସ୍ଥାୟୀ କର୍ମଚାରୀମାନେ ବିଦ୍ୟୁତ୍‌ ସରବରାହ ଓ ମରାମତି ଆଦି ବିପଦ ପୂର୍ଣ୍ଣ କାର୍ଯ୍ୟରେ ନିଜକୁ ନିୟୋଜିତ କରି କାମ କରୁଛନ୍ତି । ଆଉ ଟାଟା ପାୱାର ଅଧୀନରେ କାମ କରୁଥିଲେ ମଧ୍ୟ ନିଯୁକ୍ତି କିନ୍ତୁ ଠିକାଦାରଙ୍କ ଅଧୀନରେ । ଫଳରେ ସ୍ୱଳ୍ପ ଦରମାରେ କାମ କରୁଥିବା ଏହି କର୍ମଚାରୀ ନାନା ସମସ୍ୟାରେ ପଡୁଛନ୍ତି ।

ଫଳରେ ସେମାନଙ୍କ ନିଯୁକ୍ତିକୁ ନିୟମିତ, ଟାଟା କାରଖାନାର ନିଯୁକ୍ତି ସର୍ତ୍ତାବଳୀ ଏମାନଙ୍କ ପାଇଁ ଲାଗୁ କରିବା,ସମାନ କାମକୁ ସମାନ ଦରମା ଓ ସ୍ୱାସ୍ଥ୍ୟ ବୀମା ତଥା ଗ୍ରୁପ ଇନ୍ସୁରାନ୍ସ ଆଦି ୪ଦଫା ଦାବି ବାରମ୍ବାର କରିଆସୁଛନ୍ତି । ମାତ୍ର କମ୍ପାନୀ କତ୍ତୃପକ୍ଷ ଏମାନଙ୍କ ଦାବି ସମ୍ପର୍କରେ ଶୁଣୁ ନାହାନ୍ତି । ଫଳରେ ଏମାନେ ଗତ ୧୦ତାରିଖ ରୁ କାର୍ଯ୍ୟ ବନ୍ଦ କରି ସମୂହ ଧାରଣାରେ ବସିଥିଲେ । ମାତ୍ର ଆଜି ଅପରାହ୍ନରେ ଟିପିସିଓଡିଏଲର ଉଚ୍ଚ ପଦାଧିକାରୀ ମାନେ ଧାରଣ ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀମାନଙ୍କୁ ବୁଝାସୁଝା କରିବା ସହ ଆସନ୍ତା ୫ତାରିଖ ପଯ୍ୟନ୍ତ ମହଲତ ମାଗିଛନ୍ତି। ଯାହା ଫଳରେ ଆନ୍ଦୋଳନ କାରୀ ମନେ ଆସନ୍ତା ୫ତାରିଖ ପଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ କରିଥିବା ସୂଚନା ମିଳିଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details