ଓଡିଶା

odisha

ସ୍ନାନବେଦୀରେ ମହାପ୍ରଭୁ , ଦର୍ଶନ ପାଇଁ ଭାବ ବିହ୍ବଳ ଭକ୍ତ

By

Published : Jun 4, 2023, 1:34 PM IST

ପୁରୀ:ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନଯାତ୍ରା ହୁଏ । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଭଗବାନକୁ ଦେଖି ଭାବ ବିହ୍ବଳ ହୋଇଛନ୍ତି ଭକ୍ତ । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ । ସାଧାରଣତଃ ବର୍ଷରେ ଗୋଟିଏ ଥର ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି । ଏହିଦିନ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କ ଜନ୍ମଦିନ ବୋଲି କୁହାଯାଏ । ତାଙ୍କୁ ଦର୍ଶନ କରିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ଼ । ଏହି ଦିନ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରରେ ସୁବ୍ୟବସ୍ଥା କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ :Snana Purnima: ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

ଇଟିଭି ଭାରତ , ପୁରୀ 

ABOUT THE AUTHOR

...view details