Snana Purnima: ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

By

Published : Jun 4, 2023, 8:56 AM IST

thumbnail
()

ପୁରୀ: କାଳିଆକୁ ଦେଖିବାକୁ ବଡଦାଣ୍ଡରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ । ଜନସମୁଦ୍ର ପାଲଟିଛି ବଡ଼ ଦାଣ୍ଡ । ସ୍ନାନ ଯାତ୍ରା ଅବସରରେ ରତ୍ନମଣ୍ଡପରୁ ଆସି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ । ଆଜି 108 ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ବଡ଼ି ଭୋରୁ ନୀତିକାନ୍ତି ପରେ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ । ସ୍ନାନ ମଣ୍ଡପରେ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି ନୀତି ଆରମ୍ଭ ହୋଇଯାଇଛି । ମଧ୍ୟାହ୍ନରେ ସ୍ନାନ ନୀତି ଅନୁଷ୍ଠିତ ହେବ । ୨ଟାରେ ଛେରା ପହଁରା ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏହି ବେଶ ଦେଖିବାକୁ ଅପେକ୍ଷା କରିଛନ୍ତି ଭକ୍ତ । ତିନି ଠାକୁରଙ୍କୁ ସ୍ନାନ ମଣ୍ଡପରେ ଦେଖି ଓଦା ହୋଇଯାଇଛି ଭକ୍ତର ଆଖି । ସକାଳୁ ସକାଳୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଘଣ୍ଟଘଣ୍ଟା ଶଙ୍ଖନାଦରେ ଫାଟି ପଡୁଛି ବଡ଼ଦାଣ୍ଡ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.