ଓଡିଶା

odisha

Neem Benefits: ନିମ୍ବରେ ପ୍ରସ୍ତୁତ କରନ୍ତୁ ହେୟାର ଓ ଫେସ୍ ପ୍ୟାକ୍

By

Published : Sep 24, 2022, 4:46 PM IST

Neem Benefits: ନିମ୍ବରେ ଏପରି ପ୍ରସ୍ତୁତ କରନ୍ତୁ ଫେସ୍ ଏବଂ ହେୟାର୍ ପ୍ୟାକ୍, ଦୂର ହେବ ବିଭିନ୍ନ ସମସ୍ୟା

ନିମ୍ବରେ ଆଣ୍ଟିସେପ୍ଟିକ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ନିମ୍ବ । ଏଥିସହ ନିମ୍ବ କେଶ ପାଇଁ ମଧ୍ୟ ଲାଭଦାୟକ । ଜାଣନ୍ତୁ କିପରି ନିମ୍ବ ପତ୍ରରେ ଫେସ୍ ପ୍ୟାକ୍(Neem Face Pack) ଓ ହେୟାର ମାସ୍କ(Neem hair mask) ପ୍ରସ୍ତୁତ କରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ନିମ୍ବ ଅନେକ ପ୍ରକାରର ଔଷଧୀୟ ଗୁଣରେ ଭରପୁର । ଏଥିରେ ଆଣ୍ଟିସେପ୍ଟିକ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ନିମ୍ବ । ଏଥିସହ ନିମ୍ବ କେଶ ପାଇଁ ମଧ୍ୟ ଲାଭଦାୟକ । ତେବେ ନିମ୍ବକୁ କିପରି ତ୍ବଚା ଏବଂ କେଶ ଉପଚାରରେ ବ୍ଯବହାର କରିବେ, ସେ ବାବଦରେ ଜାଣନ୍ତୁ ।

ଆପଣ ନିମ୍ବରେ ଅନେକ ପ୍ରକାରର ଫେସ୍ ପ୍ୟାକ୍ ତିଆରି କରିପାରିବେ । ଏହି ଫେସ୍ ପ୍ୟାକ୍‌ଗୁଡିକ ଚର୍ମରେ ଏକ ପ୍ରାକୃତିକ ଚମକ ଆଣିବା ପାଇଁ କାମ କରେ । ନିମ୍ବ ଫେସ୍ ପ୍ୟାକ୍ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା କମାଇବା ପାଇଁ କାମ କରେ । ଏହା ଅତିରିକ୍ତ ତେଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିସହ ଚର୍ମକୁ ଥଣ୍ଡା କରିଥାଏ । କିପରି କରିବେ ନିମ୍ବ ଫେସ୍ ପ୍ୟାକ୍(Neem Face Pack) ଜାଣନ୍ତୁ..

ନିମ୍ବ ଏବଂ ଆଲୋଭେରା ଫେସ୍ ପ୍ୟାକ୍:-

ନିମ୍ବ ଏବଂ ଆଲୋ ଭେରା ଫେସ୍ ପ୍ୟାକ୍

ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ, ଏକ ପାତ୍ରରେ ଗୋଟିଏ ଚାମଚ ନିମ୍ବ ପାଉଡର ନିଅନ୍ତୁ । ଏଥିରେ ତାଜା ଆଲୋଭେରା ଜେଲ୍ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାନ୍ତୁ, ପରେ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହାକୁ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଏହା ପରେ ଚର୍ମକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ନିମ୍ବ ଏବଂ ଦହି ଫେସ୍ ପ୍ୟାକ୍:-

ଏକ ପାତ୍ରରେ ଏକ ଚାମଚ ନିମ୍ବ ପାଉଡର ନିଅନ୍ତୁ । ଏଥିରେ ଏକ ଚାମଚ ଦହି ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାନ୍ତୁ । ଏହି ଫେସ୍ ପ୍ୟାକ୍‌କୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ୍ ପ୍ୟାକ୍ କଳା ଦାଗ ହଟାଇବାରେ ସାହାଯ୍ୟ କରେ ।

ନିମ୍ବ ଏବଂ ଚନ୍ଦନ ଫେସ୍ ପ୍ୟାକ୍:-

ନିମ୍ବ ଏବଂ ଚନ୍ଦନ ପାଉଡର ଫେସ୍ ପ୍ୟାକ୍

ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ, ଏକ ପାତ୍ରରେ ଏକ ଚାମଚ ନିମ୍ବ ପାଉଡର ନିଅନ୍ତୁ । ଏଥିରେ ଚନ୍ଦନ କାଠ ପାଉଡର ମିଶାନ୍ତୁ । ଏହି ମିଶ୍ରଣରେ ଗୋଲାପ ଜଳ ଏବଂ ପାଣି ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହି ଫେସ୍ ପ୍ୟାକ୍କୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାଇବାନ୍ତୁ ଏବଂ ୨୦ ମିନିଟ୍ ପରେ ଧୋଇଦିଅନ୍ତୁ ।

ନିମ୍ବ ଫେସ୍ ପ୍ୟାକ୍:-

ନିମ୍ବ ଏବଂ ହଳଦୀ ଫେସ୍ ପ୍ୟାକ୍

ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ନିମ୍ବ ପତ୍ରରେ ପାଣି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟରେ ଏକ ଚାମଚ ହଳଦୀ ପାଉଡର ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ । ପ୍ୟାକ୍ ଲଗେଇବାର ୨୦ ମିନିଟ୍ ପରେ ସାଧା ପାଣିରେ ଧୋଇଦିଅନ୍ତୁ । ଏହି ଫେସ୍ ପ୍ୟାକ୍ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ ।

ସେହିପରି ନିମ୍ବ ମଧ୍ୟ କେଶ ପାଇଁ ବେଶ୍ ଲାଭଦାୟକ । ନିମ୍ବରେ କିପରି ହେୟାର୍ ପ୍ୟାକ୍(Neem hair mask) ପ୍ରସ୍ତୁତ କରିବେ ଜାଣନ୍ତୁ...

ଘିଅ ଏବଂ ନିମ୍ବ ହେୟାର ମାସ୍କ:-

୩ ଚାମଚ ଘିଅ, ୧୫-୨୦ ନିମ୍ବ ପତ୍ର ପାଉଡର ଏବଂ ୧ ଚାମଚ ମହୁ ନିଅନ୍ତୁ । ଏସମସ୍ତ ଉପାଦାନକୁ ଭଲ ଭାବରେ ମିଶାନ୍ତୁ ଏବଂ ରାତିସାରା ଭିଜିବାକୁ ଛାଡି ଦିଅନ୍ତୁ । ପରେ ଏହି ମିଶ୍ରଣକୁ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ କମ୍ ଉତ୍ତାପରେ ଗରମ କରନ୍ତୁ । ଏହି କେଶ ମାସ୍କକୁ କେଶରେ ଲଗାନ୍ତୁ । ଅଧ ଘଣ୍ଟା ପରେ ସାମାନ୍ୟ ସାମ୍ପୁ ବ୍ୟବହାର କରି କେଶ ଧୋଇ ଦିଅନ୍ତୁ । ଏହି ପ୍ୟାକକୁ ଆପଣ ତ୍ବଚା ପାଇଁ ମଧ୍ୟ ବ୍ୟବହାର କରିପାରିବେ ।

ଦହି ଏବଂ ନିମ୍ବ ହେୟାର ମାସ୍କ:-

୨ ଚାମଚ ଦହି, ୧୫-୨୦ଟି ନିମ୍ବ ପତ୍ର ପାଉଡର ନିଅନ୍ତୁ । ଏହି ଗୁଣ୍ଡ ନିମ୍ବ ପତ୍ରରେ ଦହି ମିଶାନ୍ତୁ । କିଛି ସମୟ ପରେ ଏହାକୁ କେଶରେ ଲଗାନ୍ତୁ । ୩୦ ମିନିଟ୍ ପରେ ସାମାନ୍ୟ ସାମ୍ପୁ ଏବଂ ଉଷୁମ ପାଣିରେ ଧୋଇଦିଅନ୍ତୁ ।

Disclaimer: ଉପରସ୍ତ ସମସ୍ତ ଟିପ୍ସ ସାଧାରଣ ଉପଚାର ନିମନ୍ତେ । କେଶରେ କୌଣସି ଜଟିଳ ସମସ୍ୟା କିମ୍ପା ଆଲର୍ଜି ପ୍ରୋବ୍ଲେମ ଥିଲେ ଯେକୌଣସି ବି ପ୍ରାକୃତିକ କିମ୍ବା କୃତିମ ଉପଚାର ଆପଣାଇବା ପୂର୍ବରୁ ଡାକ୍ତରୀ ପରାମର୍ଶ କରାଇନେବା ଉଚିତ୍ ।

ABOUT THE AUTHOR

...view details