ୱାଶିଂଟନ: ଚଳିତ ମାସ (ଅକ୍ଟୋବର)ରେ ଜାତୀୟ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ (National Breast Cancer Awareness Month) । ସ୍ତନ କର୍କଟ (Breast Cancer)ର ସଙ୍କେତ, ଲକ୍ଷଣ ଏବଂ ଭୟାବହତା ବାବଦରେ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ସଚେତନତା ମାସ ପାଳନ କରାଯାଏ । ମାତ୍ର ଏବେ ବି ମଧ୍ୟ ଅଧିକାଂଶ ମହିଳା ପ୍ରଦାହଜନକ ସ୍ତନ କର୍କଟର ଅସ୍ୱାଭାବିକ ଲକ୍ଷଣ ବିଷୟରେ ଜାଣନ୍ତି ନାହିଁ । ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଏପରି ଜଣାପଡିଛି ।
ଓହିଓ ଷ୍ଟେଟ ୟୁନିଭରସିଟି ବିସ୍ତୃତ କର୍କଟ କେନ୍ଦ୍ର(Ohio State University Comprehensive Cancer Cente) - ଅର୍ଥର ଜି ଜେମ୍ସ କର୍କଟ ହସ୍ପିଟାଲ ଏବଂ ରିଚାର୍ଡ ଜେ । ସୋଲୋଭ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (OSUCCC - James) ଦ୍ୱାରା ଏହି ସର୍ଭେ କରାଯାଇଥିଲା । ତେବେ କମ୍ ସଂଖ୍ୟଙ୍କ ମହିଳାଙ୍କ ଠାରେ ସ୍ତନରେ ଲାଲ୍ ରଙ୍ଗ( breast redness) (44%), ଚର୍ମର pitting/thickening ହେବା (44%), କିମ୍ବା ଗୋଟିଏ ସ୍ତନ ଅନ୍ୟ ଅପେକ୍ଷା ଗରମ କିମ୍ବା ଭାରୀ ଅନୁଭବ କରିବା (34%) ଲକ୍ଷଣ ଦେଖାଯାଇଥାଏ ।