ହାଇଦ୍ରାବାଦ: କେଶ ଆମ ବ୍ୟକ୍ତିତ୍ୱ(ପର୍ସନାଲିଟି)ର ଆଉ ଏକ ପରିଚୟ । ଅନେକ ଲୋକ କେଶର ବହୁ ଯତ୍ନ ନେଇଥାନ୍ତି । ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ କାରଣ ହେଉ ଅବା ଅନ୍ୟାନ୍ୟ ସମସ୍ୟା ସମସ୍ତଙ୍କର କେଶ ଝଡିବା ସମସ୍ୟା ଦେଖାଯାଉଛି । କେଶ ମଧ୍ୟ ବୃଦ୍ଧି ହେବା ପାଇଁ ଖାଦ୍ୟ ଆବଶ୍ୟକ କରେ । ତେଲ କେଶ ପାଇଁ ଖାଦ୍ୟ ଭାବରେ କାମ କରେ । ଠିକ୍ ସମୟରେ କେଶରେ ତେଲ ନ ଲଗାଇଲେ କେଶ ଦୁର୍ବଳ ହୋଇଯାଏ ଏବଂ ଝଡିବାକୁ ଲାଗେ । ସେଥିପାଇଁ ଦୈନିକ କିମ୍ବା ସପ୍ତାହରେ ଦୁଇ କିମ୍ବା ତିନି ଦିନ ତେଲ ସହିତ କେଶକୁ ମାଲିସ୍ କରିବା ଆବଶ୍ୟକ । ଏହା ଦ୍ବାରା କେଶ ଝଡିବା ବନ୍ଦ ହୋଇପାରେ ।
ଅନେକ ଲୋକ ଭାବନ୍ତି ଯେ, ଦୀର୍ଘ ସମୟ ଧରି କେଶରେ ତେଲ ଲଗାଇଲେ କେଶରେ ଅନେକ ପୁଷ୍ଟିକର ଖାଦ୍ୟ ମିଳିଥାଏ । କିଛି ଲୋକ ତେଲ ଲଗାଇବାକୁ ପସନ୍ଦ କରନ୍ତିନି । କେବଳ ସାମ୍ପୁ କରିବା ସମୟରେ ତେଲ ବ୍ୟବହାର କରନ୍ତି । ଅଧିକାଂଶ ଲୋକେ ରାତିରେ ତେଲ ଲଗାଇ ସକାଳେ ଧୋଇଦିଅନ୍ତି । ତେବେ ଏହି ସବୁ ଅଭ୍ୟାସ କେଶ ପାଇଁ କେତେ ଉପକାରୀ, ଜାଣନ୍ତୁ
କେଶରେ ତେଲ ଲଗାଇବା ଆବଶ୍ୟକ । କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଲଗାଇ ରଖିବା ହାନିକାରକ । ଏପରି କରିବା ଦ୍ବାରା କେଶରେ ଅମ୍ଳଜାନ ପହଞ୍ଚିପାରେ ନାହିଁ । କେଶରେ ତେଲ ଦୀର୍ଘ ସମୟ ଧରି ରଖିବା ଦ୍ୱାରା କେଶ ନଷ୍ଟ ହୋଇପାରେ । ତ୍ୱଚାରେ ଦାଗ, ବ୍ରଣ ହୋଇପାରେ । ଯେଉଁଥିପାଇଁ କେଶ ଝଡ଼ିବା ଆରମ୍ଭ କରେ ।