ଓଡିଶା

odisha

Samsung Galaxy Watch5: ପ୍ରଜନନ ନିୟନ୍ତ୍ରଣ ହେବ ସହଜ, ଘଣ୍ଟା କରିବ ମାସିକ ଋତୁସ୍ରାବ ଟ୍ରାକ୍

By

Published : Feb 15, 2023, 8:29 AM IST

ଏପରି ଏକ ସ୍ମାର୍ଟ ୱାଚ୍ ଆଣିବାକୁ ଯାଉଛି ସାମସଙ୍ଗ, ଯାହା ମାସିକ ଋତୁସ୍ରାବ ଟ୍ରାକ୍ କରିବ । ଅଧିକ ପଢନ୍ତୁ

Samsung Galaxy Watch5
Samsung Galaxy Watch5

ହାଇଦ୍ରାବାଦ: ମାସିକ ଋତୁସ୍ରାବ ଟ୍ରାକ୍ କରିବ ଘଣ୍ଟା । ଏପରି ଏକ ସ୍ମାର୍ଟ ୱାଚ୍ ଆଣିବାକୁ ଯାଉଛି ସାମ୍‌ସଙ୍ଗ୍‌ । କମ୍ପାନୀ ଏହାର ଗାଲାକ୍ସି ୱାଚ୍5 ସିରିଜରେ ଟେମ୍ପରେଚର୍ ସେନ୍ସର ସୁବିଧା ଯୋଡିଛି, ଯାହା ପିରିୟଡ୍ସ ଟ୍ରାକ୍ କରିବ । ଏହି ସୁବିଧା ମାଧ୍ୟମରେ ଏଣିକି ମହିଳାମାନେ ପ୍ରଜନନ ନିୟନ୍ତ୍ରଣ କରିବାରେ ଅଧିକ ସକ୍ଷମ ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ:-Cervical Cancer: ଜୁନ୍‌ରୁ 6 ରାଜ୍ୟରେ ଦିଆଯିବ ସର୍ଭାଭାକ୍ ଟିକା

ସୂଚନା ଅନୁସାରେ, ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଏବଂ ନ୍ୟାଚୁରାଲ୍ ସାଇକଲ୍ସ ଗାଲାକ୍ସି ୱାଚ୍5 ସିରିଜରେ ଉନ୍ନତ ତାପମାତ୍ରା ଆଧାରିତ ମାସିକ ଋତୁଚକ୍ର ଟ୍ରାକିଂ କ୍ଷମତା ଆଣିବା ପାଇଁ ଏକ ସହଭାଗିତା ଘୋଷଣା କରିଛନ୍ତି । ଚର୍ମର ତାପମାତ୍ରା-ଆଧାରିତ ଋତୁଚକ୍ର ଟ୍ରାକିଂ କ୍ଷମତା ଗାଲାକ୍ସି ୱାଚ୍5 ଏବଂ ୱାଚ୍5 ପ୍ରୋ ଆର୍ଥିକ ବର୍ଷ 2023-24ର ଦ୍ୱିତୀୟ ତ୍ରୟମାସିକରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ବିଶ୍ୱର 32ଟି ବଜାରରେ ଉପଲବ୍ଧ ହେବ ।

ଏହା ମଧ୍ୟ ପଢନ୍ତୁ:-ଆଶ୍ଚର୍ଯ୍ୟ କରାଇଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ, ଏହି ରାଜ୍ୟରେ ପ୍ରତି 6ରେ ଜଣେ ଗର୍ଭବତୀ

କିନ୍ତୁ ଭାରତ ବଜାର ପାଇଁ ଏହି ଫିଚର୍ସ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନଥିବା ଜଣାପଡିଛି । ଏହି ସୁବିଧା ଆଗାମୀ ଦିନରେ ଭାରତରେ ଉପଲବ୍ଧ ହୋଇପାରେ । ଗାଲାକ୍ସି ୱାଚ୍5 ଉପଭୋକ୍ତାମାନେ ଋତୁଚକ୍ର ଟ୍ରାକିଂ ଫିଚର୍ସ ମାଧ୍ୟମରେ ଆଡଭାନ୍ସ ଋତୁଚକ୍ର ଟ୍ରାକିଂକୁ ପ୍ରବେଶ କରିବାକୁ ସମର୍ଥ ହେବେ, ଯାହା କୋରିଆର ଖାଦ୍ୟ ଏବଂ ଡ୍ରଗ୍ ସୁରକ୍ଷା ମନ୍ତ୍ରଣାଳୟ(MFDS) ଦ୍ୱାରା ନିକଟରେ ଅନୁମୋଦିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Marburg Virus Outbreak: ଡରାଇଲାଣି ଆଉ ଏକ ଭୂତାଣୁ, ଗୋଟିଏ ଦେଶରେ 9 ମୃତ

ସେହିପରି ଯୁକ୍ତରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ(FDA)ରେ ଋତୁଚକ୍ର ଟ୍ରାକିଂ ଫିଚର୍ସ ମଧ୍ୟ ପଞ୍ଜିକୃତ କରିଛି । ନ୍ୟାଚୁରାଲ୍ ସାଇକଲ୍‌ର ସିଇଓ କହିଛନ୍ତି ଯେ, "ଏହି ନ୍ୟାଚୁରାଲ୍ ସାଇକଲ୍ ଆପ୍ ବିଶ୍ବର ଲକ୍ଷଲକ୍ଷ ମହିଳାଙ୍କୁ ସେମାନଙ୍କର ପ୍ରଜନନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି ଏବଂ ଏହି ସହଭାଗିତା ସାମ୍‌ସଙ୍ଗ୍‌କୁ ଆମର ପ୍ରଜନନ ପ୍ରଯୁକ୍ତିବିଦ୍ୟାକୁ ପ୍ରଥମ ଥର ସ୍ମାର୍ଟୱାଚ୍ ମାଧ୍ୟମରେ ତାପମାତ୍ରା ଆଧାରିତ ଋତୁଚକ୍ର ଟ୍ରାକିଂ ପ୍ରଦାନ କରିବାକୁ ଅନୁମତି ଦେବ ।"

ABOUT THE AUTHOR

...view details