ଓଡିଶା

odisha

ସ୍ତନ କର୍କଟ ଆଶଙ୍କାକୁ ୨୫% କମାଇଥାଏ କମ୍ବିନେସନ ଥେରାପି

By

Published : Jun 5, 2023, 3:44 PM IST

କମ୍ବିନେସନ ଥେରାପି ଦ୍ବାରା ପୁନଃ ସ୍ତନ କର୍କଟ ହେବାର ସମ୍ଭାବନା 25 ପ୍ରତିଶତ କମିଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

breast cancer returning
breast cancer returning

ନ୍ୟୁୟର୍କ:ଏକ ଅଧ୍ୟୟନ ଅନୁଯାୟୀ, ହରମୋନ୍ ଥେରାପିରେ ଏକ ନୂତନ ଔଷଧ ମିଶାଇଲେ ପୁନଃ ସ୍ତନ କର୍କଟ ରୋଗର ସମ୍ଭାବନାକୁ 25 ପ୍ରତିଶତ କମାଯାଇପାରିବ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ପ୍ରାରମ୍ଭିକ ହରମୋନ୍-ରିସେପ୍ଟର (HR), ପଜିଟିଭ୍ / HER2- ନେଗେଟିଭ୍ ସ୍ତନ କର୍କଟ, ଯେଉଁମାନେ କମ୍ବିନେସନ ଥେରାପି ନେଇଥିଲେ - ରାଇବୋକିକ୍ଲିବ୍, ଏକ ଟାର୍ଗେଟେଡ୍ ଥେରାପି ଔଷଧ ଏବଂ ହରମୋନ୍ ଥେରାପି ନେବା ଦ୍ବାରା ସ୍ତନ କର୍କଟ ରୋଗ ହେବାରୁ ବଞ୍ଚିଥିଲେ । ଅଧ୍ୟୟନରେ ସାମିଲ ହୋଇଥିବା ରୋଗୀ କେବଳ ହରମୋନ୍ ଥେରାପି ଦ୍ବାରା ଚିକିତ୍ସିତ ହୋଇଥିଲେ ।

ଲସ ଏଞ୍ଜେଲସ୍ ଟିମ୍ କାଲିଫର୍ଣ୍ଣିଆ ୟୁନିଭରସିଟି ପକ୍ଷରୁ କୁହାଯାଇଛି ଯେ, କର୍କଟ ଲିମ୍ଫ ନଡରେ ବ୍ୟାପିଛି କି ନାହିଁ ଏହା ଉପରେ ଧ୍ୟାନ ଦିଆଯାଉନାହିଁ । ଏଠାରେ କହିରଖୁଛୁ କି, ଲିମ୍ଫ ନଡ ଗୁଡ଼ିକ ଶରୀରରେ ବେକ, ବାହୁ, ଗଳା, ଅନ୍ତନଳୀ ଏବଂ ଫୁସଫୁସ ମଧ୍ୟରେ ଅବସ୍ଥିତ । ଏହା ଅଙ୍ଗ ବା ଶରୀରରୁ ଲସିକା ତରଳ ପଦାର୍ଥ ନିଷ୍କାସନ କରେ। ଆମେରିକୀୟ ସୋସାଇଟି ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜିର ବାର୍ଷିକ ବୈଠକରେ ଏହି ଅଧ୍ୟୟନକୁ ଉପସ୍ଥାପନ କରି ସେମାନେ କହିଛନ୍ତି ଯେ, ଟାର୍ଗେଟେଡ୍ ଥେରାପି ଯୋଗ କରିବା ଦ୍ବାରା ପୁନରାବୃତ୍ତି ହେବାର ଆଶଙ୍କା 25 ପ୍ରତିଶତ ହ୍ରାସ ପାଇଛି ।

ହେମାଟୋଲୋଜି-ଅଙ୍କୋଲୋଜିର ଚେୟାରମ୍ୟାନ୍ ତଥା କ୍ଲିନିକାଲ୍ ଏବଂ ଆଞ୍ଚଳିକ ଅନୁସନ୍ଧାନର ନିର୍ଦ୍ଦେଶକ ଡ ଡେନିସ୍ ସ୍ଲାମନ୍ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଥେରାପି ହରମୋନ୍-ରିସେପ୍ଟର (HR), ପଜିଟିଭ୍ / HER2- ନେଗେଟିଭ୍ ସ୍ତନ କର୍କଟ ରୋଗୀଙ୍କ ପାଇଁ ସହାୟକ ଅଟେ । HR ପଜିଟିଭ୍ / HER2 ନକରାତ୍ମକ ସ୍ତନ କର୍କଟ ହେଉଛି ଏହି ରୋଗର ସବୁଠାରୁ ସାଧାରଣ ଉପ ପ୍ରକାର ।

କ୍ଲିନିକାଲ୍ ଟ୍ରାଏଲରେ ଷ୍ଟେଜ୍ 2 କିମ୍ବା ଷ୍ଟେଜ୍ 3 ପ୍ରାରମ୍ଭିକ HR ପଜିଟିଭ୍ / HER2 ନକରାତ୍ମକ ସ୍ତନ କର୍କଟ ଥିବା 5,101 ରୋଗୀ ଅନ୍ତର୍ଭୁକ୍ତ ହୋଇଥିଲେ । 2,549 ରୋଗୀଙ୍କୁ କମ୍ବିନେସନ ଥେରାପି ପାଇଁ ଏବଂ 2,552 କେବଳ ହରମୋନ୍ ଥେରାପି ପାଇଁ ମନୋନୀତ କରାଯାଇଥିଲା । ସ୍ତନ କର୍କଟ ରୋଗକୁ ବନ୍ଦ କରିବା ଲକ୍ଷ୍ୟ ନେଇ ଏହି ଥେରାପି କରାଯାଇଥିଲା। ଅଧ୍ୟୟନ ଅନୁସରଣର ମଧ୍ୟମା ଅବଧି 34 ମାସ ଥିଲା, ତିନି ବର୍ଷ ଏବଂ ଦୁଇ ବର୍ଷର ରାଇବୋକିକ୍ଲିବ୍ ଅବଧି ଯଥାକ୍ରମେ 20 ପ୍ରତିଶତ ଏବଂ 57 ପ୍ରତିଶତ ରୋଗୀ ଦ୍ୱାରା ସମାପ୍ତ ହୋଇଥିଲା । 426 ଘଟଣା ପରେ ରୋଗମୁକ୍ତ ବଞ୍ଚିବାର ମୂଲ୍ୟାଙ୍କନ କରାଯାଇଥିଲା ।

ଏହି ବିଶ୍ଳେଷଣ ସମୟରେ, ରିବୋକିକ୍ଲିବ୍ ଗୋଷ୍ଠୀର 189 ଜଣ ଲୋକ (7.4 ପ୍ରତିଶତ ରୋଗୀ) ଏକ ପ୍ରତିକୂଳ ରୋଗମୁକ୍ତ ବଞ୍ଚିବାର ଘଟଣା ଅନୁଭବ କରିଥିଲେ । ତେବେ କମ୍ପିନେସନ ଥେରାପି ଦ୍ବାରା ଏହି ରୋଗ ପୁନଃ ହେଉନଥିବା ଜଣାପଡିଥିଲା । ତିନି ବର୍ଷରେ ଆକ୍ରମଣକାରୀ ରୋଗମୁକ୍ତ ବଞ୍ଚିବାର ହାର 90.4 ପ୍ରତିଶତ ଥିଲା, କେବଳ ହରମୋନ୍ ଥେରାପିରେ ଚିକିତ୍ସିତ ହେଉଥିବା ମହିଳାଙ୍କ ପାଇଁ 87.1 ପ୍ରତିଶତ ଥିଲା । କମ୍ବିନେସନ ଥେରାପି ଦ୍ବାରା ପୁନଃ ସ୍ତନ କର୍କଟ ହେବାର ସମ୍ଭାବନା 25 ପ୍ରତିଶତ କମିଥାଏ ବୋଲି ଜଣାପଡିଥିଲା ।

ପ୍ରକାଶଥାଉକି, ସ୍ତନ ଟିସୁ ଡକ୍ଟସ ଓ ଲୋବୁଲସରେ ଗଠିତ ହୋଇଥାଏ । ସ୍ତନରେ ଯେତେବେଳେ ଗୋଟିଏ କୋଷ ଭାଗଭାଗ ହୋଇ ଅସ୍ବାଭାବିକ ଭାବେ ବୃଦ୍ଧି ପାଏ, ସେତେବେଳେ ସ୍ତନ କର୍କଟ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details