ଓଡିଶା

odisha

କର୍ଣ୍ଣାଟକରେ ମାଡୁଛି କୋରୋନା, ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

By ETV Bharat Odisha Team

Published : Dec 27, 2023, 11:49 AM IST

Karnataka Covid Guidelines: କର୍ଣ୍ଣାଟକରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ 1 ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଫେସ୍ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ରହିଛି । ଅଧିକ ପଢନ୍ତୁ

Karnataka Covid Guidelines
Karnataka Covid Guidelines

ବେଙ୍ଗାଲୁରୁ:କୋଭିଡ ସଂକ୍ରମଣ ରୋକିବାକୁ ଆକ୍ସନ ମୋଡ୍‌ରେ କର୍ଣ୍ଣାଟକ ସରକାର । କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଲର୍ଟ ମୋଡକୁ ଆସିଲେ ସରକାର । ତେବେ ଗତକାଲି(ମଙ୍ଗଳବାର) କ୍ୟାବିନେଟ ସବ୍‌ କମିଟି ବୈଠକ ବସିଥିବା ବେଳେ ରାଜ୍ୟ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ଦୀର୍ଘଦିନ ପରେ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକକୁ ପୁଣି ଫେରିଛି କ୍ବାରେଣ୍ଟାଇନ। ଏହାସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟୀ ରଖିବା ସହିତ କୋଭିଡ ପଜିଟିଭ ଚିହ୍ନଟ ହେଲେ ସାତ ଦିନ ଯାଏଁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ମଙ୍ଗଳବାର ବସିଥିବା ବୈଠକରେ ବିଶେଷକରି ଟିକାକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ତେବେ ଏଥିପାଇଁ କର୍ଣ୍ଣାଟକ ସରକାର କେନ୍ଦ୍ର ଠାରୁ 30 ହଜାର ଡୋଜ କିଣିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ତୁ ରାଓ କହିଛନ୍ତି, "ଆଗକୁ ନୂଆ ବର୍ଷ ଆସୁଥିବା ବେଳେ ସେଲିବ୍ରେସନ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଯଦି ଆବଶ୍ୟକ ହୁଏ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯିବ ।"

ତେବେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, "ଯଦି କୌଣସି ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହେଉଛନ୍ତି, ତାହାଲେ ହସ୍ପିଟାଲରେ ଭର୍ତ୍ତି ହେବା କୌଣସି ବାଧ୍ୟତାମୂଳକ ନୁହେଁ । ଏକ ସପ୍ତାହ ପର୍ଯ୍ୟନ୍ତ ଘରେ ଆଇସୋଲେଟରେ ରହିପାରିବେ । ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ ମଧ୍ୟ 7 ଦିନର ଛୁଟି ପ୍ରଦାନ କରାଯିବ। ଅନ୍ୟପଟେ ଯେଉଁ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ଛୁଟିରେ ବୃଦ୍ଧି କରାଯିବ । ଏନେଇ ଆଗାମୀ ଦିନରେ ଗାଇଡଲାଇନ୍‌ ଜାରି କରାଯିବ। ଅନ୍ୟପଟେ ଆନ୍ତଃରାଜ୍ୟ ପରିଭ୍ରମଣ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଥଣ୍ଡା, କାଶ, ଜ୍ୱର ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ ଆସିବା ପାଇଁ ବାରଣ କରାଯାଇଛି । ସେହପରି ବରିଷ୍ଠ ନାଗରିକ ଏବଂ ସଂକ୍ରମିତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକକୁ ଡରାଇଲାଣି କୋରୋନା: 3ମୃତ, ଆଜି କ୍ୟାବିନେଟ ସବ୍‌ କମିଟି ବୈଠକ

ପ୍ରକାଶଥାଉକି, କର୍ଣ୍ଣାଟକରେ ଜେଏନ୍‌ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟାରେ କର୍ଣ୍ଣାଟକରୁ 74 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ବେଙ୍ଗାଲୁରୁରୁ ହିଁ 57 ଜଣ ରହିଛନ୍ତି । ତେବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି ।

ABOUT THE AUTHOR

...view details