ETV Bharat / bharat

କର୍ଣ୍ଣାଟକକୁ ଡରାଇଲାଣି କୋରୋନା: 3ମୃତ, ଆଜି କ୍ୟାବିନେଟ ସବ୍‌ କମିଟି ବୈଠକ

author img

By ETV Bharat Odisha Team

Published : Dec 26, 2023, 10:13 AM IST

Three die of Covid in Karnataka: କେରଳ ପରେ କର୍ଣ୍ଣାଟକକୁ ଡରାଇଲାଣି କୋରୋନା। ଗୋଟିଏ ଦିନରେ 3 ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢ଼ନ୍ତୁ

Covid in Karnataka
Covid in Karnataka

ବେଙ୍ଗାଲୁରୁ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନାର ନୂଆ ଭାରିଆଣ୍ଟ ଜେଏନ.1। ଚୀନ ଏବଂ ଆମେରିକା ପରେ ଏବେ ଭାରତରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ପଜିଟିଭ ହାର ସହିତ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଏକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି ।

ତେବେ ଗତ କିଛି ଦିନର ବ୍ୟବଧାନ ପରେ କର୍ଣ୍ଣାଟକରେ ଚାଲେଞ୍ଜ ସୃଷ୍ଟି କରିଛି କୋରୋନା ଭାଇରସ । ତେବେ ଗତକାଲି(ସୋମବାର) କର୍ଣ୍ଣାଟକରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 125 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତକମାନେ ହସନ, ଦକ୍ଷିଣ କାନ୍ନାଡା ଏବଂ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି ।

ତେବେ ବର୍ତ୍ତମାନ ସୁଦ୍ଧା 436ଟି ପଜିଟିଭ କେସ ରହିଥିବା ବେଳେ ସେଥିରୁ 400 ଜଣ ହୋମ କେୟାର୍‌ ବା ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି । ଏହାସହ 36 ଜଣଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ସେମାନଙ୍କ ମଧ୍ୟରୁ 7 ଜଣ ଆଇସିଉରେ ଚିକିତ୍ସିତ ହେଉଥିବା ବେଳେ 29ଜଣ ଜେନେରାଲ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ, ବେଙ୍ଗାଲୁରୁରୁ 94ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 13 ଜଣ ମହୀଶୂର, 5 ଜଣ ଲେଖାଏଁ ଦକ୍ଷିଣ କାନାଡା ଏବଂ ହାସନ, 2ଜଣ ଲେଖାଏଁ ବିଜୟନଗର ଏବଂ ଶିମୋଗା, ଜଣେ ଲେଖାଏଁ ବେଲାରୀ, ଚିକାବାଲାପୁର ଏବଂ ଚିତ୍ରଦୁର୍ଗରୁ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଥାନେରୁ ଚିହ୍ନଟ ହେଲେ 5 ଜେଏନ 1 ସଂକ୍ରମିତ

ହାସନରେ ପ୍ରଥମ ମୃତ୍ୟୁ: ତେବେ କୋରୋନାର ନୂଆ ଭାରିଆଣ୍ଟ ଜେଏନ 1ରେ ପ୍ରଥମ ମୃତ୍ୟୁ ହାସଲ ଜିଲ୍ଲାରେ ହୋଇଥିଲା । ତେବେ ଜିଲ୍ଲାର ଜଣେ ବୃଦ୍ଧ ଏହି ନୂଆ ଭାରିଆଣ୍ଚରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ରହିଥିବା ବେଳେ ଜେଏନ୍‌ 1 ଭାରିଆଣ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ମୃତ୍ୟୁ ପରେ ତାଙ୍କର ଗଳାର ଲାଳ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ମ୍ୟୁଟେଣ୍ଟ୍‌ ଚିହ୍ନଟ ହୋଇଥିଲା । ତେବେ କେରଳ ଏବଂ ତାମିଲନାଡୁରେ ଏହି ଭାଇରସ ବ୍ୟାପୁଥିବା ବେଳେ କର୍ଣ୍ଣାଟକ ସତର୍କତା ମୂଳକ ପଦକ୍ଷେ ଗ୍ରହଣ କରିଛି ।

ଆଜି କ୍ୟାବିନେଟ ସବ୍‌ କମିଟି ବୈଠକ: କର୍ଣ୍ଣାଟକରେ ହଠାତ ସଂକ୍ରମଣ ବୃଦ୍ଧି କାରଣରୁ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଆଜି(ମଙ୍ଗଳବାର) କ୍ୟାବିନେଟ ସବ୍‌ କମିଟି ବୈଠକ ବସିବ। ତେବେ କୋଭିଡ ବିଶେଷଜ୍ଞ କମିଟିର ପ୍ରସ୍ତାବ ଅନୁସାରେ ସରକାର ଏହାର ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ତୁ ରାଓ କହିଛନ୍ତି ।

ପ୍ରକାଶଥାଉକି, ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ଧନଞ୍ଜୟ ମୁଣ୍ଡେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଥିଲେ, "କୋରୋନା ପାଇଁ ଜରୁରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟରେ ସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.