ଓଡିଶା

odisha

Walnuts Benefits: ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହୁଏ ଦୈନିକ ୱଲନଟ୍‌ ସେବନ

By

Published : Sep 24, 2022, 3:35 PM IST

Walnuts Benefits: ଦୈନିକ ୱଲନଟ୍‌ ସେବନ ନିୟନ୍ତ୍ରଣ କରେ ରକ୍ତଚାପଠୁ ମଧୁମେହ ଓ ହୃଦରୋଗ

ନୂତନ ଅଧ୍ୟୟନ ଅନୁଯାୟୀ ଦୈନିକ ୱଲନଟ୍‌ ସେବନ ଦ୍ବାରା ରକ୍ତଚାପ ନିୟନ୍ତ୍ରଣ, ଓଜନ ବୃଦ୍ଧିରେ ରୋକ, ମଧୁମେହ ଏବଂ ହୃଦରୋଗ ଭଳି ଜଟିଳ ସମସ୍ୟାକୁ ରୋକାଯାଇପାରେ(Walnuts may lower BMI and control BP) । ଅଧିକ ପଢନ୍ତୁ

ନ୍ୟୁୟର୍କ: ୱଲନଟ୍‌କୁ ଏକ ଶରୀର ଉପକାରୀ ଡ୍ରାଏ ଫ୍ରୁଟ୍ସ ଭାବେ ମଣାଯାଏ(Walnuts Benefits) । ଏକ ନୂତନ ଅଧ୍ୟୟନ ଅନୁଯାୟୀ ଏଥିରେ ମଧ୍ୟ ଅନେକ ଭଲ ଗୁଣ ରହିଛି । ଦୈନିକ ୱଲନଟ୍‌ ସେବନ ଦ୍ବାରା ରକ୍ତଚାପ ନିୟନ୍ତ୍ରଣ, ଓଜନ ବୃଦ୍ଧିରେ ରୋକ, ମଧୁମେହ ଏବଂ ହୃଦରୋଗ ଭଳି ଜଟିଳ ସମସ୍ୟାକୁ ରୋକାଯାଇପାରେ (Walnuts Benefits) ।ନ୍ୟୁଟ୍ରେସନ, ମେଟାବୋଲିଜିମ୍ ଏବଂ ହୃଦ୍‌ରୋଗ ସମ୍ବନ୍ଧୀୟ ରୋଗ ପତ୍ରିକାରେ(journal Nutrition, Metabolism and Cardiovascular Diseases) ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ୱଲନଟ୍‌ସ ଖାଉଥିବା ଲୋକଙ୍କ ତୁଳନାରେ ଏହାକୁ ଖାଉନଥିବା ବ୍ୟକ୍ତିଙ୍କ ରକ୍ତଚାପ କମ୍ ଥାଏ ବୋଲି ଡେଲି ମେଲ୍ ରିପୋର୍ଟ କରିଛି ।

ମିନେସୋଟା ୟୁନିଭରସିଟି ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୱଲନଟ୍‌ରେ ଓମେଗା-3 ଆଲଫା-ଲିନୋଲେନିକ୍ ଏସିଡ୍(ALA) ଥାଏ । ଫ୍ୟାଟି ଏସିଡ୍ ହୃଦୟ ସ୍ୱାସ୍ଥ୍ୟ ସହ ଜଡିତ । ତଥାପି, ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି । ପୂର୍ବ ଅନୁସନ୍ଧାନରେ ୱଲନଟ୍‌ ରକ୍ତଚାପ ହ୍ରାସ କରିବା ସହ ମଧୁମେହ ଏବଂ ହୃଦରୋଗ ରୋକିବାରେ ସହାୟକ ହେଉଥିବା ଜଣାପଡିଥିଲା । ତଥାପି, ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା ବିଶେଷଜ୍ଞମାନେ କହିଛନ୍ତି ।

ଅଧ୍ୟୟନ ପାଇଁ, ଏହି ଟିମ୍ 45 ବର୍ଷ ବୟସ୍କ 3,341 ଆମେରିକୀୟଙ୍କୁ ନେଇ ପରୀକ୍ଷା ନୀରିକ୍ଷା କରିଥିଲେ । 1985 ରୁ 2015 ମଧ୍ୟରେ ଆଲାବାମା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ କରୋନାରୀ ଆର୍ଟେରୀ ରିସ୍କ ଡେଭଲପମେଣ୍ଟ ଇନ୍ ୟଙ୍ଗ ଆଡଲ୍ଟସ୍ (CARDIA) ଅଧ୍ୟୟନରେ ଗବେଷକ ଅଂଶଗ୍ରହଣ କରିଥିଲେ ।

ଏଥିରେ ସମ୍ପୃକ୍ତ ଥିବା 340 ଜଣ, ଯେଉଁମାନେ ଦିନକୁ ହାରାହାରି 0.6 ounces (19 ଗ୍ରାମ) ୱଲନଟ୍‌ ଖାଉଥିଲେ ସେମାନଙ୍କର ଏକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା, ଯେଉଁଠାରେ ସେମାନଙ୍କର BMI(Body mass index) ସହିତ ସେମାନଙ୍କ କାର୍ଯ୍ୟକଳାପ ସ୍ତର ଏବଂ ରକ୍ତଚାପ ପରୀକ୍ଷା କରାଯାଇଥିଲା । ୱଲନଟ୍‌ ଓଜନ ବୃଦ୍ଧିରେ ହ୍ରାସ କରିବା ସହ ଏକ ଉଚ୍ଚ ମାନର ଡାଏଟ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ABOUT THE AUTHOR

...view details