ଓଡିଶା

odisha

Covid BF 7 Fear: ଦିଲ୍ଲୀ ବିମାନବନ୍ଦରରେ ନିୟୋଜିତ ହେବେ ସରକାରୀ ସ୍କୁଲ୍ ଶିକ୍ଷକ

By

Published : Dec 27, 2022, 1:01 PM IST

ଦିଲ୍ଲୀକୁ ବିମାନ ଯୋଗୋ ଆସୁଥିବା ଯାତ୍ରୀଙ୍କ ଉପଯୁକ୍ତ କୋଭିଡ ଆଚରଣ ଉପରେ ନଜର ରଖିବାକୁ ଶିକ୍ଷକଙ୍କୁ ବିମାନବନ୍ଦରରେ ନିୟୋଜିତ କରିବେ ଦିଲ୍ଲୀ ସରକାର(Delhi govt school teachers to be deployed at airport to ensure Covid protocol) । ଅଧିକ ପଢନ୍ତୁ

Delhi Airport
ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ: କୋଭିଡ ମୁକାବିଲା ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ସରକାରୀ ସ୍କୁଲ୍‌ ଶିକ୍ଷକ । ଦିଲ୍ଲୀ ସରକାର ନେଇଛନ୍ତି ଏପରି ନିଷ୍ପତ୍ତି । ସମ୍ପ୍ରତ୍ତି ଚୀନରେ କୋଭିଡର ଦ୍ରୁତ ସଂକ୍ରମଣ କାରଣରୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏହି କ୍ରମରେ ଜାତୀୟ ରାଜଧୀନ ଦିଲ୍ଲୀକୁ ବିମାନ ଯୋଗେ ଆସୁଥିବା ଯାତ୍ରୀଙ୍କ ଉପଯୁକ୍ତ କୋଭିଡ ଆଚରଣ ଉପରେ ନଜର ରଖିବାକୁ ଶିକ୍ଷକଙ୍କୁ ବିମାନବନ୍ଦରରେ ନିୟୋଜିତ କରିବେ ଦିଲ୍ଲୀ ସରକାର(Delhi govt school teachers to be deployed at airport to ensure Covid protocol) ।

ଖବର ଅନୁସାରେ 15 ଦିନ ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ସରକାରୀ ଶିକ୍ଷକ । ଡିସେମ୍ବର 31ରୁ ଜାନୁୟାରୀ 15 ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଅତିରିକ୍ତ କର୍ମଚାରୀ ଭାବରେ ନିୟୋଜିତ କରାଯିବ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ୍, କୋଭିଡ୍ ପ୍ରୋଟୋକଲ୍ ନିଶ୍ଚିତ କରିବାକୁ ବିମାନବନ୍ଦରରେ ଅତିରିକ୍ତ କର୍ମଚାରୀ ଭାବରେ ନିୟୋଜିତ ହେବା ପାଇଁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଡରାଇଲାଣି ଆଉ ଏକ ଘାତକ ରୋଗ ! Brain-eating ଆମିବା ସଂକ୍ରମଣରେ ଦକ୍ଷିଣ କୋରିଆର ଜଣେ ମୃତ

ଏହି ନିର୍ଦ୍ଦେଶ ଅନୁଯାୟୀ, ମୋଟ 85 କର୍ମଚାରୀ, ଯେଉଁଥିରେ ଉଭୟ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅନ୍ତର୍ଭୁକ୍ତ । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୋଭିଡ୍ ନିୟମ ମାନିବାରେ ଦେଖା-ଚାହାଁ କରିବାରକୁ କୁହାଯାଇଛି । ସେପଟେ ଶୀତକାଳୀନ ଛୁଟି କାରଣରୁ ଜାନୁଆରୀ 1ରୁ ଜାନୁୟାରୀ 15 ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ଏହି ସମୟରେ ବିମାନବନ୍ଦରରେ ନିଯୁକ୍ତ ରହିବେ ଶିକ୍ଷକ ।

ସେପଟେ ଦିଲ୍ଲୀ ସରକାର ଏହାର ସମସ୍ତ ଡାକ୍ତରଖାନାକୁ ସତର୍କ କରାଇ ଦେଇଛନ୍ତି ଏବଂ ଭବିଷ୍ୟତରେ ରିପୋର୍ଟ ହୋଇପାରେ ବୋଲି ସମ୍ଭାବ୍ୟ କୋଭିଡ ମାମଲାଗୁଡ଼ିକର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଔଷଧ, ବେଡ୍ ମହଜୁଦ୍ ରଖିବା ସହ ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା ପାଇଁ 104 କୋଟି ଟଙ୍କା ଅନୁମୋଦନ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଡାକ୍ତରଖାନାର ନିର୍ଦ୍ଦେଶକ ତଥା ମେଡିକାଲ ଅଧୀକ୍ଷକଙ୍କ ସହ ସୋମବାର ଅନୁଷ୍ଠିତ ଏକ ବୈଠକରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅର୍ଥ ରାଶି ଅନୁମୋଦନ କରିଛନ୍ତି ।

ABOUT THE AUTHOR

...view details