ETV Bharat / sukhibhava

ଡରାଇଲାଣି ଆଉ ଏକ ଘାତକ ରୋଗ ! Brain-eating ଆମିବା ସଂକ୍ରମଣରେ ଦକ୍ଷିଣ କୋରିଆର ଜଣେ ମୃତ

author img

By

Published : Dec 27, 2022, 12:52 PM IST

କୋରୋନାର ପ୍ରକୋପ କାଳରେ ଚିନ୍ତା ବଢାଇଲାଣି ଆଉ ଏକ ଘାତକ ରୋଗ । ମସ୍ତିଷ୍କ ଟିସୁକୁ ଖାଇ ପକାଉଥିବା ଆମିବା ନେଗଲେରିଆ ଫାଉଲେରୀ(Naegleria fowleri) ସଂକ୍ରମଣରେ ଜଣେ ନାଗରିକଙ୍କ ମୃତ୍ୟୁ(First infection of 'brain-eating amoeba' reported in S.Korea) । ପୂର୍ବରୁ ଏହି ସଂକ୍ରମଣରେ ସଂକ୍ରମିତ ହୋଇ ସାରିଛନ୍ତି ଭାରତୀୟ । ଅଧିକ ପଢନ୍ତୁ

Brain-eating amoeba
Brain-eating amoeba

ସିଓଲ: କୋରୋନାର ପ୍ରକୋପ ସମୟରେ ଆଉ ଏକ ଘାତକ ରୋଗ ଚିହ୍ନଟ ହୋଇଛି । ପ୍ରଥମ କରି ଦକ୍ଷିଣ କୋରିଆରେ ମସ୍ତିଷ୍କ ଟିସୁକୁ ଖାଇ ପକାଉଥିବା ଆମିବା ନେଗଲେରିଆ ଫାଉଲେରୀ(Naegleria fowleri) ଚିହ୍ନଟ । ଏହି କାରଣରୁ ଜଣେ ନାଗରିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୋମବାର(ଡିସେମ୍ବର 26) ଏକ ରିପୋର୍ଟ ହୋଇଛି(First infection of 'brain-eating amoeba' reported in S.Korea) ।

କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି (KDCA) ନିଶ୍ଚିତ କରିଛି ଯେ, ଥାଇଲ୍ୟାଣ୍ଡରୁ ଫେରିବା ପରେ ସମ୍ପୃକ୍ତ ନାଗରିକ ଏହି ବ୍ରେନ୍-ଇଟିଂ ଆମିବା(brain-eating amoeba)ରେ ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ସଂକ୍ରମଣରେ ପ୍ରାଣ ହରାଇଥିବା 50 ବର୍ଷୀୟ ବୟସ୍କ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ 4 ମାସ ରହିବା ପରେ ଡିସେମ୍ବର 10ରେ କୋରିଆ ଫେରିଥିଲେ ଏବଂ ପରଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତ ସପ୍ତାହରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି ବୋଲି ୟୋନହାପ ନ୍ୟୁଜ ଏଜେନ୍ସି(Yonhap news agency) ରିପୋର୍ଟ କରିଛି । ଦେଶରେ ଏହା ପ୍ରଥମ ସଂକ୍ରମଣ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଜରାୟୁ କର୍କଟ ରୋକିବାକୁ ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲ୍‌ରେ ଦିଆଯିବ CERVAVAC Vaccine

ଏହି ଆମିବା ପ୍ରଥମେ ଆମେରିକାରେ 1937ରେ ରିପୋର୍ଟ କରାଯାଇଥିଲା । ନେଗଲେରିଆ ଫାଉଲେରୀ ହେଉଛି ଏକ ଆମିବା, ଯାହା ସାଧାରଣତ ସମଗ୍ର ବିଶ୍ୱରେ ଉଷ୍ମ ମଧୁର ଜଳ ହ୍ରଦ, ନଦୀ, କେନାଲ ଏବଂ ପୋଖରୀରେ ମିଳିଥାଏ । ଆମିବା ନାକ ଦେଇ ମସ୍ତିଷ୍କକୁ ଯାଇ, ମସ୍ତିଷ୍କ ଟିସୁକୁ ନଷ୍ଟ କରିଥାଏ । KDCA କହିଛି ଯେ, ନେଗଲେରିଆ ଫାଉଲେରୀର ମାନବ-ରୁ-ମାନବ ସଂକ୍ରମଣର ସମ୍ଭାବନା କମ୍ କିନ୍ତୁ ରୋଗ ସଂକ୍ରମଣ ହୋଇଥିବା ଅଞ୍ଚଳର ନଦୀ, ହ୍ରଦ ଆଦି ଜଳାଶୟରେ ଗାଧୋଇବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ବାରଣ କରିଛନ୍ତି । 2018 ସୁଦ୍ଧା ଆମେରିକା, ଭାରତ ଏବଂ ଥାଇଲ୍ୟାଣ୍ଡ ସମେତ ସମୁଦାୟ 381 ନେଗଲେରିଆ ଫାଉଲେରୀ ମାମଲା ରିପୋର୍ଟ ହୋଇଛି । । ଆମେରିକାର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ସେଣ୍ଟର (USCDCP)ରେ ଏ ନେଇ ଅଧିକ ଗବେଷଣା ଜାରି ରହିଛି ।

ବ୍ରେନ୍-ଇଟିଂ ଏମିବା ଲକ୍ଷଣ(brain-eating amoeba symptoms):-

ଏହି ରୋଗରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ...

  • ମୁଣ୍ଡବ୍ୟଥା ସହିତ ଜ୍ବର
  • ବାନ୍ତି
  • ସଂକ୍ରମଣ ବଢିବା ସହିତ ଏହି ଲକ୍ଷଣ ୧ରୁ ୯ ଦିନ ମଧ୍ୟରେ ଦେଖାଦିଏ
  • ରୋଗ ପରବର୍ତ୍ତୀ ସମୟରେ ଭୟଙ୍କର ହୋଇଥାଏ
  • ସଂକ୍ରମିତ ବ୍ୟକ୍ତିର ସ୍ମରଣ ଶକ୍ତି ହ୍ରାସ ପାଏ

ସେପଟେ ଚୀନରେ କୋଭିଡର ନୂଆ ପ୍ରକାର ସମଗ୍ର ବିଶ୍ବରେ ଭୟ ସୃଷ୍ଟି କରିଥିବା ବେଳେ ଦକ୍ଷିଣ କୋରିଆରେ ଏହି ସାଙ୍ଘାତିକ ଆମିବାକୁ ନେଇ ଚିନ୍ତା ବଢିଛି । ଆମ ଦେଶରେ ପୂର୍ବରୁ ଏହି ରୋଗ ସଂକ୍ରମଣ ହୋଇସାରି ଥିବାରୁ ସତର୍କତା ଜାରି କରିବାର ଆବଶ୍ୟକତା ରହିଛି । ଯେଉଁ ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ସେସବୁ ସ୍ଥାନକୁ ଯଥା ସମ୍ଭବ ପରିଷ୍କାର ପରିଚ୍ଛନ କରାଯିବା ଉଚିତ୍ । ନଚେତ୍ କୋଭିଡ କାଳରେ ଆଉ ଏକ ସଂକ୍ରମଣ ସାଧାରଣ ଜୀବନଯାପନକୁ ପୁଣିଥିରେ ଅସ୍ତବ୍ୟସ୍ତ କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.