ଓଡିଶା

odisha

ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା, ଫୁସଫୁସରେ 18 ମାସ ପର୍ଯ୍ୟନ୍ତ ରହିପାରେ କୋଭିଡ ଭାଇରସ

By ETV Bharat Odisha Team

Published : Dec 12, 2023, 9:45 PM IST

Covid can stay in lungs: କୋରୋନା ଭାଇରସର କାରଣ ସାଜିଥିବା SARS-CoV-2 ସଂକ୍ରମିତ ବ୍ୟକ୍ତିର ଫୁସଫୁସରେ କେତେ ଦିନ ରହିପାରେ? ଏନେଇ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହାର ଖୁଲାସା କରାଯାଇଛି। ଅଧିକ ପଢନ୍ତୁ

Covid virus can persist in lungs for up to two years
Covid virus can persist in lungs for up to two years

ହାଇଦ୍ରାବାଦ:କୋରୋନା ଭାଇରସର ନାମ ଶୁଣିଲେ ଆଜି ମଧ୍ୟ ମନରେ ଛନକା ଆସୁଛି। ଅନେକ ଜୀବନ ନେଇଛି କୋରୋନା ଭାଇରସ। ସଂକ୍ରମଣର ହାର କମ୍ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଜି ଯାଏଁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଆପଣ ଜାଣିଛନ୍ତି କି କୋରୋନା ଭାଇରସର କାରଣ ସାଜିଥିବା SARS-CoV-2 ସଂକ୍ରମିତ ବ୍ୟକ୍ତିର ଫୁସଫୁସରେ କେତେ ଦିନ ରହିପାରେ ? ନିକଟରେ ଏନେଇ ଏକ ଅଧ୍ୟୟନ ସାମ୍ନାକୁ ଆସିଛି। କେରୋନାରେ ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତିର ଫୁସଫୁସରେ ଭାଇରସ 18 ମାସ ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି। ତେବେ ଭାଇରସ କେତେ ସମୟ ରହିବ ତାହା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ ବୋଲି କୁହାଯାଇଛି। ଏନେଇ ରିପୋର୍ଟ ନେଚର ଇମ୍ୟୁନୋଲୋଜି ଜର୍ଣ୍ଣଲରେ ପ୍ରକାଶିତ ହୋଇଛି।

କୋଭିଡରେ ସଂକ୍ରମିତ ହେବାର ଏକରୁ ଦୁଇ ସପ୍ତାହ ପରେ SARS CoV-2 ଭାଇରସ ସାଧାରଣତଃ ଶ୍ବସନନଳୀରେ ଚିହ୍ନଟ ହୋଇନଥାଏ। କିନ୍ତୁ କେତେକ ଭାଇରସ ସଂକ୍ରମଣ ପରେ ଶରୀରରେ ଗୁପ୍ତ ଏବଂ ଅଜ୍ଞାତ ଅବସ୍ଥାରେ ରହିପାରନ୍ତି ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଶରୀରର ଭାଇରାଲ ଭଣ୍ଡାର କୁହାଯାଉଥିବା ସ୍ଥାନରେ ଏହି ଭାଇରସ ସୁପ୍ତ ଅବସ୍ଥାରେ ରହିଥାଆନ୍ତି ବୋଲି କୁହାଯାଇଛି। ବିଶେଷକରି ଶ୍ବସନନଳୀ ଏବଂ ରକ୍ତକୁ ଭାଇରାଲ ଭଣ୍ଡାର ବୋଲି କୁହାଯାଏ।

ଅନୁସନ୍ଧାନକାରୀମାନେ କୋଭିଡରେ ଆକ୍ରାନ୍ତ ହୋଇଥିବା 23ଜଣ ବ୍ୟକ୍ତିଙ୍କୁ ନେଇ 18 ମାସ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଅଧ୍ୟୟନରେ କୁହାଯାଇଛି ଯେ, 10 ବ୍ୟକ୍ତିଙ୍କ ଫୁସଫୁସରେ ସାର୍ସ ସିଓଭି-2 ଭାଇରସ ଜୀବନ୍ତ ରହିଥିଲା। ସେଥିମଧ୍ୟରୁ 7 ଜଣଙ୍କର ଅନ୍ତର୍ନିହିତ ପ୍ରତିରକ୍ଷା ପ୍ରଣାଳୀରେ ମଧ୍ୟ ସମସ୍ୟା ଦେଖାଯାଇଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନଙ୍କର ଜନ୍ମରୁ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ସେମାନେ ଏହି ଭାଇରସକୁ ହରାଇବାରେ ସକ୍ଷମ ନୁହନ୍ତି ବୋଲି କୁହାଯାଇଛି। ଏପରି ପରିସ୍ଥିତିରେ ଭାଇରସ ଫୁସଫୁସରେ ରହିଥାଏ ଏବଂ ସମୟ ସହିତ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥାଏ।

ଏହା ମଧ୍ୟ ପଢନ୍ତୁ: WHOର ଆଲର୍ଟ: Sars-CoV-2 ପରେ ଚିନ୍ତା ବଢାଇଲା Mers-CoV, ଦେଖାଯାଉଛି କିଡନୀ ଫେଲ

ଅନୁସନ୍ଧାନର ଫଳାଫଳ: ଏହି ଅନୁସନ୍ଧାନର ଫଳାଫଳ ଚିନ୍ତାଜନକ ବୋଲି କୁହାଯାଇଛି। କେତେକ କ୍ଷେତ୍ରରେ କିଛି ବ୍ୟକ୍ତି ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇପାରନ୍ତି ନାହିଁ ବୋଲି ମଧ୍ୟ କୁହାଯାଇଛି। ସେମାନଙକ କ୍ଷେତ୍ରରେ ଭାଇରସ ଅନେକ ଦିନ ପର୍ଯ୍ୟନ୍ତ ଫୁସଫୁସରେ ରହିବା ସହିତ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି। ତେବେ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି ସେମାନେ କୋରୋନାକୁ ନେଇ ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି କୁହାଯାଇଛି।

ABOUT THE AUTHOR

...view details