ଓଡିଶା

odisha

Couple Yoga Benefits: ଯୋଗ ଦ୍ବାରା ଦୃଢ ହୋଇପାରେ ସମ୍ପର୍କ, ଜାଣନ୍ତୁ କେମିତି

By

Published : Sep 24, 2022, 7:29 PM IST

Couple Yoga Benefits: ଯୋଗ ମାଧ୍ୟମରେ ଦୃଢ ହୋଇପାରିବ ସମ୍ପର୍କ, ଜାଣନ୍ତୁ କେମିତି

ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ଦୀର୍ଘସ୍ଥାୟୀ ସମ୍ପର୍କ ଏକ ପ୍ରକାର ବିରଳ ହୋଇଗଲାଣି । ତେଣୁ ପାର୍ଟନରଙ୍କ ମଧ୍ୟରେ ଭାବପ୍ରବଣତା ଏବଂ ସମ୍ପର୍କ ଦୀର୍ଘସ୍ଥାୟୀ କରିବାକୁ ବିଶେଷଜ୍ଞମାନେ କପଲ୍ ଯୋଗ ଟିପ୍ସ(Couple Yoga Benefits) ବାବଦରେ ଆଲୋଚନା କରିଛନ୍ତି । ଜାଣନ୍ତୁ ଏହି କପଲ୍ ଯୋଗ ବାବଦରେ ।

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ଦୀର୍ଘସ୍ଥାୟୀ ସମ୍ପର୍କ ଏକ ପ୍ରକାର ବିରଳ ହୋଇଗଲାଣି । ଆଜିର ସମୟରେ ପ୍ରେମ ଅପେକ୍ଷା ପ୍ରତାରଣା ଅଧିକ ଦେଖିବାକୁ ମିଳୁଛି । ସବୁ ପରେ ମଧ୍ୟ ଜଣେ ବ୍ଯକ୍ତି ସ୍ବତପ୍ରବୃତ ଭାବେ ସମ୍ପର୍କ ଭାଙ୍ଗୁଛି ତାହା ନୁହେଁ, ଅଜାଣତରେ, ସମୟ ଅଭାବ ଆଦି କାରଣରୁ ସମ୍ପର୍କ ଭାଙ୍ଗି ଯିବାର ଗୋଟିଏ ଗୋଟିଏ ମୁଖ୍ୟ କାରଣ ।ତେବେ ଏପରି ସ୍ଥିତିରେ, ଯଦି ଦୁଇ ପାର୍ଟନର ବ୍ୟାୟାମର ବାହାନାରେ ଦିନ କିମ୍ବା ସପ୍ତାହରେ ଏକାଠି କିଛି ସମୟ ବିତାଇବାକୁ ପାଆନ୍ତି, କେବଳ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ହେବ ନାହିଁ ବରଂ ବ୍ୟାୟାମ ସମୟରେ ସେମାନଙ୍କ ମଧ୍ୟରେ ଶାରୀରିକ ନିକଟତରତା ହେତୁ ସେମାନଙ୍କର ଭାବପ୍ରବଣତା ମଧ୍ୟ ବୃଦ୍ଧି ପାଇବ ।

ଏହା ସେମାନଙ୍କ ସମ୍ପର୍କରେ ପ୍ରେମ, ପରସ୍ପର ଉପରେ ବିଶ୍ୱାସ ଏବଂ ପରସ୍ପର ସହିତ ଘନିଷ୍ଠ ଏବଂ ଅନ୍ତରଙ୍ଗ ହେବାର ଇଚ୍ଛାକୁ ବୃଦ୍ଧି କରିପାରିବ । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେକୌଣସି ଦମ୍ପତିଙ୍କ ମଧ୍ୟରେ ଭାବପ୍ରବଣତାକୁ(Emotional closeness) ଯୋଗ ବୃଦ୍ଧି କରିଥାଏ(Yoga enhance romance) ।

ବିଶେଷଜ୍ଞମାନେ କ’ଣ କୁହନ୍ତି:-

ବେଙ୍ଗୁଲୁରୁ ଭିତ୍ତିକ ଯୋଗ ପ୍ରଶିକ୍ଷକ ମୀନୁ ବର୍ମା କହିଛନ୍ତି ଯେ, "ଆଜିକାଲି ଦମ୍ପତିଙ୍କ କ୍ଷେତ୍ରରେ ଯୋଗର ଧାରା ବହୁତ ବୃଦ୍ଧି ପାଉଛି, ବିଶେଷ କରି କାର୍ଯ୍ୟରତ ଦମ୍ପତିଙ୍କ ମଧ୍ୟରେ । ଏହିପରି ଅନେକ ଦମ୍ପତି ସେମାନଙ୍କ ନିକଟକୁ ଆସନ୍ତି, ଯେଉଁମାନେ ଏକକ ଯୋଗ ଅଭ୍ୟାସ ପରିବର୍ତ୍ତେ ଯୁଗଳ ଯୋଗ ଅଭ୍ୟାସକୁ ପସନ୍ଦ କରନ୍ତି, ଏହାର ଏକ ବଡ଼ କାରଣ ହେଉଛି ଯେ, ସେମାନେ ଏହି ବାହାନାରେ ଏକାଠି ସମୟ ବିତାଇବାକୁ ସୁଯୋଗ ପାଇବେ ।"

ଏଥି ସହିତ ବେଙ୍ଗାଲୁରୁର ରିଲେସନସିପ୍ ପରାମର୍ଶଦାତା ଡକ୍ଟର ରୀମା ଗଣେସନ କହିଛନ୍ତି ଯେ, "ଆଜିର ସମୟରେ ଛାଡପତ୍ର ଏବଂ ବ୍ରେକଅପ୍ ଏକ ସାଧାରଣ କଥା ହୋଇଛି । ଅଧିକାଂଶ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ଉପରେ ସମୟର ଅଭାବ, ପାରସ୍ପରିକ ଯୋଗାଯୋଗର ଅଭାବ, ପାରସ୍ପରିକ ସୌହାର୍ଦ୍ଦ୍ୟର ଅଭାବ ଏବଂ ଏହି ସବୁ କାରଣରୁ ପରସ୍ପର ଉପରେ ବିଶ୍ୱାସର ଅଭାବ ହେଉଛି । ଫଳରେ ଏକ ସୁନ୍ଦର ସମ୍ପର୍କରେ ବିରାମ ଲାଗିଯାଉଛି ।"

ଏଭଳି ପରିସ୍ଥିତିରେ ଯୁଗଳ ଯୋଗ ସମୟ ବିତାଇବା ପାଇଁ ଏକ ସୁଯୋଗ ହୋଇପାରିଛି । ସେ ବ୍ୟାଖ୍ୟା କରିଛନ୍ତି ଯେ, ଏହିପରି କାର୍ଯ୍ୟକଳାପ ଦମ୍ପତିମାନଙ୍କ ମଧ୍ୟରେ ଉଭୟ ରୋମାନ୍ସ ଏବଂ ଭାବପ୍ରବଣତାକୁ ବୃଦ୍ଧି କରିପାରେ ଏବଂ ସେମାନଙ୍କୁ ପରସ୍ପର ଉପରେ ବିଶ୍ୱାସ କରିବାର ସୁଯୋଗ ଦେଇପାରେ, ପରସ୍ପର ମନ ବୁଝିବାରେ ମଧ୍ୟ ସହାୟକ ହୋଇପାରେ ।

କପଲ୍ ବା ଯୁଗଳ ଯୋଗର ଉପକାରିତା(Couple Yoga Benefits):-

ସେ କୁହନ୍ତି ଯେ, ଯୋଗାସନ ଅଭ୍ୟାସ ସମୟରେ ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସ୍ପର୍ଶ ଏବଂ ଘନିଷ୍ଠତା ବଢେ, ଏହା ମଧ୍ୟ ସେମାନଙ୍କ ସମ୍ପର୍କରେ ଅନ୍ତରଙ୍ଗତା ବଢାଇଥାଏ । ଏହି ପାରସ୍ପରିକ ବିଶ୍ୱାସ ସହିତ, ସେମାନଙ୍କ ମଧ୍ୟରେ ଏକ ମନୋରମ ପରିବେଶ ମଧ୍ୟ ବୃଦ୍ଧି ପାଇଥାଏ । କପଲ ଯୋଗର କିଛି ବିଶେଷ ପ୍ରଭାବ ନିମ୍ନରେ ବର୍ଣ୍ଣନା କରାଯାଇଛି...

  1. ପାରସ୍ପରିକ ବିଶ୍ୱାସ, ଶାରୀରିକ ଏବଂ ଭାବଗତ ସଂଯୋଗ ଗଠନ କରେ
  2. ଏହି ଉପାୟରେ ଯୋଗ ଆସାନା ଅଭ୍ୟାସ କରି ମାଂସପେଶୀ କେବଳ ସୁସ୍ଥ ରହେ ନାହିଁ, ଶରୀରରେ ଖୁସି ହରମୋନ୍ ଉତ୍ପନ୍ନ ହୁଏ ଏବଂ ଲିବିଡୋ ଏବଂ ଷ୍ଟାମିନା ମଧ୍ୟ ଭଲ ହୋଇଥାଏ
  3. ପରିବାର, ସାମାଜିକ ଏବଂ ଅନ୍ୟାନ୍ୟ ଦାୟିତ୍ୱବୋଧ ଯୋଗୁଁ ଦମ୍ପତି ପରସ୍ପର ସହିତ ଅଧିକ ସମୟ ବିତାଇ ପାରିନଥାନ୍ତି । ଏପରି ପରିସ୍ଥିତିରେ, କପଲ୍ ଯୋଗ ସେମାନଙ୍କୁ ପରସ୍ପର ସହିତ ସମୟ ବିତାଇବାକୁ ସୁଯୋଗ ଦେଇଥାଏ ।

ABOUT THE AUTHOR

...view details